OnaKhabar

ଏହି ରାଶିର ବ୍ୟକ୍ତିଙ୍କର ହୋଇପାରେ ଦୁର୍ଘଟଣା, ଜାଣି ନିଅନ୍ତୁ ରାଶିଫଳରୁ…

0 2

ଭୁବନେଶ୍ୱର: ଆଜି ହେଉଛି ବୁଧବାର | ଏହି ଦିନ କେଉଁ ରାଶିଙ୍କ ପାଇଁ କେଉଁ ରାଶି ଶୁଭ ଓ କେଉଁ ରାଶିଙ୍କ ପାଇଁ ଅଶୁଭ ଜାଣି ନିଅନ୍ତୁ |

ମେଷ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ । ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ଚାକିରିଆମାନଙ୍କର ପଦୋନ୍ନତି ହୋଇପାରେ । ଏହି ରାଶିର ଲୋକେ ସୂର୍ଯ୍ୟ ଦେବତାଙ୍କୁ ପୁଜିବା ଆବଶ୍ୟକ |
ବୃଷ: ଏହି ରାସିର ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ବୋଲି ସୂଚନା ମିଳିଛି ।
ମିଥୁନ: ଏହି ରାଶିର ବ୍ୟକ୍ତି ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ । ଗଣେଶଙ୍କ ଆରଧନା କରନ୍ତୁ ଫଳରେ ମନ ଶାନ୍ତ ରହିବ ।
କର୍କଟ: ଏହି ରାଶିର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଗହଣା କିମ୍ବା ଯାନବାହାନ କିଣିବାର ଯୋଗ ରହିଛି ।
ସିଂହ: ଏହି ରାଶିର ମାନସିକ ଅଶାନ୍ତିରେ ରହିବେ । ଅଫିସ୍‌ରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ । ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।
କନ୍ୟା: ଏହି ରାଶିର ବ୍ୟକ୍ତିଙ୍କୁ ଅଳସୁଆ ଲାଗିବ । କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ । ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ।
ତୁଳା: ଏହି ରାଶିର ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ବଢ଼ିବ । ଛାତିରେ ଯନ୍ତ୍ରଣା ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ ।
ବିଚ୍ଛା: ଏହି ରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ ସଫଳତା ମିଳିବ । ଭାଇଭଉଣୀଙ୍କ ସହ ଖୁସିରେ ଦିନଟି କାଟିବେ । ଏଥିସହ ଶୁଭ ସମାଚାର ମିଳିପାରେ ।
ଧନୁ: ଏହି ରାଶିର ବ୍ୟକ୍ତି କୌଣସି କଥାକୁ ନେଇ ଚିନ୍ତିତ ରହିବେ । ଆୟଠାରୁ ବ୍ୟୟ ଅଧିକ ହେବ । ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ ।
ମକର: ଏହି ରାଶିର ବ୍ୟକ୍ତି ଧାର୍ମିକ ସ୍ଥଳୀକୁ ବୁଲି ଯାଇପାରନ୍ତି । ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ବ୍ୟସ୍ତତା ଭିତରେ ଦିନଟି କଟିବ ।
କୁମ୍ଭ: ଏହି ରାଶିର ବ୍ୟକ୍ତି ଆଜି କାହାକୁ ଧାର ଦିଅନ୍ତୁ ନାହିଁ । ଯେତେଦୂର ସମ୍ଭବ ଯାତ୍ରା କରନ୍ତୁ ନାହିଁ, କାରଣ ଦୁର୍ଘଟଣା ଘଟିପାରେ । ସେଥିଲାଗି ସତର୍କ ରୁହନ୍ତୁ ।
ମୀନ: ଏହି ରାଶିର ବ୍ୟକ୍ତିଙ୍କର ଦିନଟି ଭଲରେ କଟିବ । ଚାକିରି କରୁଥିବା ଲୋକେ ପ୍ରଶଂସିତ ହେବେ । କୌଣସି ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ । ଜୀବନସାଥୀଙ୍କ ସହଯୋଗ ମିଳିବ ।

 

Leave A Reply

Your email address will not be published.