OnaKhabar

ପ୍ରେମରେ ଅରାଜି ହେବାରୁ ପ୍ରେମିକାକୁ ହାତୁଡିରେ ଛେଚିଲା ପ୍ରେମିକ

0 2

ନୂଆଦିଲ୍ଲୀ: ପ୍ରେମରେ ଅରାଜି ହେବାରୁ ପ୍ରେମିକାକୁ ହାତୁଡିରେ ଛେଚି ମାରିଲା ପ୍ରେମିକ | ଏପରି ଅଭାବନୀୟ କାଣ୍ଡ ଘଟିଛି ଦକ୍ଷିଣ ଦିଲ୍ଲୀର ଏକ ହୋଟେଲରେ | ଭାଙ୍ଗି ଯାଇଥିବା ପ୍ରେମ ସଂପର୍କକୁ ପୁଣି ଥରେ ଯୋଡ଼ିବା ପାଇଁ ପ୍ରେମିକା ରାଜି ନ ହେବାରୁ ରାଗରେ ଆସି ପ୍ରେମିକ ଏପରି ଘଟାଇଥିବା ସୂଚନା ମିଳିଛି । ସୁଚନାନୁଯାୟୀ, ୨୪ ବର୍ଷିଅ ପ୍ରେମିକ ତାଙ୍କର ୨୧ ବର୍ଷୀୟା ପ୍ରେମିକାଙ୍କ ସହ ଦକ୍ଷିଣ ଦିଲ୍ଲୀରେ ଥିବା ଏକ ହୋଟେଲ୍‌ ଭିତରେ ଏପରି କାମ କରିଥିଲେ । ପ୍ରେମିକାଙ୍କୁ ହାତୁଡ଼ିରେ ପିଟିବା ପରେ ତାଙ୍କୁ ମେଡିକାଲ ନେଇ ଯାଇଥିଲେ । ଯୁବତୀ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ବୋଲି ସେ ଡାକ୍ତରଙ୍କୁ କହିଥିଲେ । ମାତ୍ର ଯୁବତୀଙ୍କ ଚେତା ଫେରିବା ପରେ ସେ ପୁଲିସ୍‌ ସମ୍ମୁଖରେ ତାଙ୍କ ପୂର୍ବ ପ୍ରେମିକଙ୍କ ସଂପର୍କରେ ଖୋଲାଖୋଲି ଭାବେ ସବୁ କହିଥିଲେ । ଯୁବତୀ ଜଣକ ଏବେ ବିପଦ ବାହାରେ ଥିବା ସୂଚନା ରହିଛି । ତେବେ ଏତେ କମ୍ ବୟସରେ ଏପରି ଅମାନବୀୟ କାଣ୍ଡ କରିବା କେତେ ଶୋଭା ଦେଉଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

https://www.onakhabar.com/accused-arrested-for-attempet-to-rape-in-bbsr/

Leave A Reply

Your email address will not be published.