OnaKhabar

ଭଂସାଲୀଙ୍କ ଫିଲ୍ମରେ ଦୀପିକା ନୁହେଁ ଆଲିଆ କରିବେ ଧମାଲ

0 1

ମୁମ୍ବାଇ: ବଲିଉଡର ଦିବା ବା ବହୁ ଚର୍ଚ୍ଚିତ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳେ । ତେବେ ତାହା ତାଙ୍କର ପର୍ସନାଲ ଲାଇଫ ହେଉ ଅବା ପ୍ରଫେସନାଲ ଲାଇଫକୁ ନେଇ ହେଉ ସେ ସଦସର୍ବଦା ଚର୍ଚ୍ଚାକୁ ଆସୁଥିବାର ଦେଖିବାକୁ ମିଳେ । ତେବେ ଆଜି ସେ ପୁଣି ଚର୍ଚ୍ଚାକୁ ଆସିଥିବାର ଜଣାପଡିଛି । ତେବେ ଏଥର ସେ ତାଙ୍କ ପର୍ସନାଲ ଲାଇଫ ପାଇଁ ନୁହେଁ ବରଂ ପ୍ରଫେସର୍ନାଲ ଲାଇଫ ଲାଗି ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥର ସେ ଚର୍ଚ୍ଚାକୁ ଆସିଥିବା କାରଣ ହେଉଛନ୍ତି ଜଣେ ନିର୍ଦ୍ଦେଶକ । ନିର୍ଦ୍ଦେଶକ ଜଣଙ୍କ ହେଉଛନ୍ତି ବଲିଉଡର ସୁପର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି । ଭଂସାଲ ଓ ଦୀପିକାଙ୍କ ଯୋଡି ବଲିଉଡର ବହୁ ଚର୍ଚ୍ଚିତ ଯୋଡି କହିଲେ ଭୁଲ ହେବ ନାହିଁ । ଭଂସାଲିଙ୍କ ସବୁ ଚଳଚ୍ଚିତ୍ରରେ ଦୀପିକାଙ୍କ ମୁହଁ ଦିଶିଲେ ସେ ଫିଲ୍ମଟି ହିଟ ହେବା ଥୟ ବୋଲି ଜଣାଯାଇଛି । ସମ୍ପୃକ୍ତ ଫିଲ୍ମଗୁଡିକ ହେଲା, ରାମଲୀଲା, ବାଡି ରାଓ ମସ୍ତାନୀ ଓ ପଦ୍ମାବତ ଆଦି । କିନ୍ତୁ ଶୁଣିବାକୁ ମିଳୁଛି ଯେ, ଭଂସାଲୀ ତାଙ୍କ ଆଗାମୀ ଫିଲ୍ମରେ ଦୀପିକାଙ୍କୁ ନୁହେଁ ବରଂ ଆଲିଆ ଭଟ୍ଟଙ୍କୁ ନେଇ ଫିଲ୍ମ କରିବାର ଯୋଜନା ରଖିଛନ୍ତି । ତେବେ ଏହା ପଛର ରହସ୍ୟ ମଧ୍ୟ ଭଂସାଲୀ ନିଜେ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ସେ ଦୀପିକାଙ୍କୁ ନେଇ ୩ ଟି ଫିଲ୍ମ କରିଥିବା ବେଳେ ତାହା ସୁପର ଡୁପର ହିଟ ହୋଇଥିଲା । ମାତ୍ର ତାଙ୍କର ଆଗାମୀ ପିଲ୍ମ ପାଇଁ ଦୀପିକାକୁ ନେବାକୁ ଚାହୁଁ ନାହାନ୍ତି । କାରଣ ଦୀପିକା ଓ ରଣବୀରଙ୍କ ଯୋଡିକୁ ଆଉ ଦର୍ଶକ ବେଶୀ ପସନ୍ଦ କରିବେ ନାହିଁ । ବିରକ୍ତ ହୋଇଯିବେ । ସେଥିଲାଗି ସେ ଦୀପିକାଙ୍କ ସ୍ଥାନରେ ଆଲିଆଙ୍କୁ ନେବାକୁ ପସନ୍ଦ କରିବେ ବୋଲି ଭଂସାଲୀ କହଛନ୍ତି ।

Leave A Reply

Your email address will not be published.