OnaKhabar

ଗୁଜୁରାଟରେ ପୁର୍ବତନ ବିଧାୟକଙ୍କୁ ଗୁଳି କରି ହତ୍ୟା

ଅହମଦାବାଦ:ବିଜେପି ର ପୂର୍ବତନ ବିଧାୟକ ଜୟନ୍ତିଲାଲ ଭାନୁଶାଳିକୁ ସୋମବାର କେହି ଜଣେ ଦୁର୍ବୁତ ଆସି ଗୁଳିକରି ହତ୍ୟା କରିଛି । ପାଇଥିବା ସୂଚନା ଅନୁସାରେ ଗତ ରାତିରେ ଜୟନ୍ତିଲାଲ ସାୟଜୀ ନଗର ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିଲେ । କାଟିଆରା ଠାରୁ ସରବାରୀ ଷ୍ଟେସନ ମଧ୍ୟରେ ଜୟନ୍ତିଲାଲ ବସିଥିବା ବଗିକୁ କେହି ଜଣେ ଦୁର୍ବୁତ ପଶିଆସି ଅଚାନକ ତାଙ୍କ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲା । ଜିଆର୍ପି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ ଗୁଜୁରାଟ ବିଜେପି ଶାଖାର ପୂର୍ବତନ ସଭାପତି ଜୟନ୍ତିଲାଲ ଭାନୁଶାଳି ଏକ ମାମଲାରେ ଛନ୍ଦି ହେବା ପରେ ଗତ ବର୍ଷ ଜୁଲାଇରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଜୟନ୍ତିଲାଲ ବିଧାନସଭା ଆସନରୁ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ବିଧାୟକ ଥିଲେ