OnaKhabar

ବିରୁଷ୍କାଙ୍କ ଖୁସିର ଫଟୋ ହେଲା ଭାଇରାଲ…

0 3

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମାଟିରେ ବିରାଟ ବାହିନୀ ଜିତିବା ପରେ ସାରା ଭାରତ ଖୁସି ମନାଉଥିବାର ଦେଖିବାକୁ ମିଳିଥିଲା | ଭାରତର ଏହି ଐତିହାସିକ ବିଜୟ ପରେ ବିରାଟ୍‌ଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ସିଡ୍‌ନୀ ପଡ଼ିଆକୁ ଯାଇ ସ୍ୱାମୀଙ୍କ ସହ ଉତ୍ସବ ମନାଇ ଥିଲେ । ତେବେ ବିରୁଷ୍କା ନାଁରେ ପରିଚିତ ବିରାଟ୍‌ ଓ ଅନୁଷ୍କା ଶର୍ମାଙ୍କ ସିରିଜ୍‌ ବିଜୟର ଉତ୍ସବ ସେତିକିରେ ସୀମିତ ହୋଇ ନଥିଲା । ଉଭୟ ହୋଟେଲ୍‌ ରୁମ୍‌ରେ ମଧ୍ୟ ଭାରତର ବିଜୟକୁ ବେଶ ଭିନ୍ନ ଶୈଳୀରେ ପାଳନ କରିଥିଲେ । ହୋଟେଲ୍‌ ରୁମ୍‌ରେ ବିରାଟ୍‌ଙ୍କ ପାଇଁ ଅନୁଷ୍କା ଏକ କେକ୍‌ ଆଣିଥିଲେ । ଯେଉଁଥିରେ ବିରାଟ୍‌ଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଲେଖାଯାଇଥିଲା । ଏହାପରେ ଉଭୟ କେକ୍‌କୁ କାଟିଥିଲେ । ପରେ ବିରାଟ୍‌ ବେଶ ଶ୍ରଦ୍ଧାରେ ପତ୍ନୀ ଅନୁଷ୍କାଙ୍କୁ ଏହା ଖୁଆଇ ଦେଇଥିଲେ । ଏହାର ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଛି । ଟିମ୍‌ ଇଣ୍ଡିଆର ୨୮ ଜଣ ଅଧିନାୟକ ଅଷ୍ଟ୍ରେଲିଆ ମାଟିରେ ଯେଉଁ କାମ କରି ପାରି ନଥିଲେ ତାହା ୨୯ ତମ ଅଧିନାୟକ ଭାବେ ବିରାଟ୍‌ କୋହଲି କରି ଦେଖାଇଛନ୍ତି । ଅର୍ଥାତ ଭାରତ ତଥା ଏସିଆର ପ୍ରଥମ ଅଧିନାୟକ ଭାବେ ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ପରାସ୍ତ କରି ସିରିଜ୍‌ ଜିତିଛନ୍ତି । ଏହାକୁ ନେଇ ଦେଶ ଗର୍ବ କରୁଥିବାର ଜଣା ପଡିଛି |

https://www.onakhabar.com/sydney-first-test-series-win-india-team-india-dance-virat-kohli-dance-viral/

 

Leave A Reply

Your email address will not be published.