OnaKhabar

ନିକିତାଙ୍କ ମୃତ୍ୟୁ ଘଟଣା: ସାଇଣ୍ଟିଫିକ୍ ଟିମ ନିକିତାଙ୍କ ଘରେ କରୁଛି ଯାଂଚ

0 15

କଟକ: ରହସ୍ୟ ଘେରରେ ରହିଛି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା | ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବ ବୋଲି ଅନୁମାନ କରିହେଉଛି | କାରଣ ଆଜି ନିକିତାଙ୍କ ମୃତ୍ୟୁ ଘଟଣାର ପୁଲିସ ତଦନ୍ତ ଆରମ୍ଭ କରିିଛି । ଆଜି ସାଇଂଟିଫିକ୍ ଟିମ ନିକିତାଙ୍କ ଘରେ ଯାଇ ଯାଂଚ କରିଥିବାର ଦେଖିବାକୁ ମିଳିଛି । ସେ କିଭଳି ଓ କେଉଁପରିସ୍ଥିତିରେ ଛାତରୁ ପଡିଲେ ସେ ନେଇ ଖୋଳତାଡ ମଧ୍ୟ କରୁଛି । ଅନ୍ୟପଟେ ଗତକାଲି ଅର୍ଥାତ୍ ରବିବାର ଠାରୁ କଟକ ଚାଉଳିଆଗଂଜ ଥାନା ପୋଲିସ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଅଟକ ରଖିଥିବାର ଜଣାପଡିଛି । ନିକିତାଙ୍କ ମୃତ୍ୟୁ ନେଇ ତାଙ୍କୁ ପଚରାଉଚରା କରାଯାଉଛି । ନିକିତାଙ୍କ ମୃତ୍ୟୁ ନେଇ ତାଙ୍କ ବାପା, ନିକିତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ନାଁରେ ଚାଉଳିଆଗଂଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ଆଧାରରେ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି | ଉଲ୍ଲେଖନୀୟ, ଏକାଧିକ ଆଲବମ୍, ଫିଲ୍ମ ଏବଂ ସିରିଏଲରେ ଅଭିନୟ କରିଥିବା ଲଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ଶୁକ୍ରବାର ରାତିରେ ଛାତଉପରୁ ପଡି ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ନିକିତା ତାଙ୍କ ବାପ ଘରେ ଥିଲେ । ତେବେ ନିକିତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଥିଲା । ପ୍ରାଥମିକ ପର୍ଯ୍ୟାୟରେ ଛାତ ଉପରୁ ପଡି ନିକିତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ନିକିତାଙ୍କ ବାପା, ନିକିତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ଚାଉଳିଆଗଂଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ କଣ ପ୍ରମାଣ ମିଳୁଛି ଏବଂ ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନାହିଁ |

https://www.onakhabar.com/ollywood-actress-nikita-murder-case/

 

Leave A Reply

Your email address will not be published.