OnaKhabar

୨୫ରେ ଆସିବେ ରାହୁଲ

56

ଭୁବନେଶ୍ୱର: ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ସେ ଉପକୂଳ ଓଡ଼ିଶାରେ ବିଭିନ୍ନ ଦଳିୟ କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେବେ । ରାହୁଲ ଗାନ୍ଧିଙ୍କର ଡିସେମ୍ବର ମାସରେ ଆସିବାର ମଧ୍ୟ କାର୍ଯ୍ୟକ୍ରମ ଥିଲା କିନ୍ତୁ ଏହାର ସମୟକୁ ଘୁଞ୍ଚାଇ ଦିଆଯାଇଥିଲା । ଆଜି ପିପିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ରାହୁଲ ଗାନ୍ଧୀ ୨୫ ତାରିଖରେ ଆସିବେ । ଦଳୀୟ ସମାବେଶକୁ ଉଦବୋଧନ ଦେବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଇତିମଧ୍ୟରେ ୩ ଥର ଆସି ଫେରିଗଲେଣି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ରାହୁଲ ଓଡ଼ିଶା ଆସୁଛନ୍ତି । ଏ କ୍ଷେତ୍ରରେ ତାଙ୍କର ଆଭିମୁଖ୍ୟ କଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

https://www.onakhabar.com/aicc-told-cleanchit-niranjan-will-be-cm/