OnaKhabar

ରାଜ୍ୟରେ ବିଜେପି ସରକାରକୁ ଆସିଲେ ମହିଳାମାନଙ୍କୁ ବିନା ସୁଧରେ ୨୫ ହଜାରଟଙ୍କା ଲେଖାଁଏ ଋଣ ପ୍ରଦାନ କରିବ-ଧର୍ମେନ୍ଦ୍ର ପ୍ରଧାନ

0 87

• ଓଡିଶାର ବିକାଶରେ ନବୀନ ସରକାର ବାଧା, ଆଜି ଜବାବ ମାଗୁଛି ଭଞ୍ଜନଗର, ଜବାବ ମାଗୁଛି ଗଂଜାମ
• ୧୯ ବର୍ଷ ଶାସନରେ ରହିବା ପରେ ନବୀନ ସରକାର ଲୋକଙ୍କୁ ପିଇବାପାଣି, ଚାଷଜମିକୁ ଜଳସେଚନ, ବିଦ୍ୟାଳୟକୁ ଶିକ୍ଷକ, ଡାକ୍ତର ଖାନାକୁ ଡାକ୍ତର ଦେବାରେ ବିଫଳ ହୋଇଛନ୍ତି
• ଓଡିଶାର ଶିକ୍ଷକଙ୍କୁ ଦରମା ଦେବାପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ, ଶାହାରୁଖ ଖାଁ ଓ ସଲମାନ ଖାଁକୁ ଆଣି ନଚାଇବା ପାଇଁ ପଇଷା ଅଛି
• ନବୀନ ବାବୁଙ୍କ ବ୍ୟବସ୍ଥା ଆଜି ଚାଷୀମାନଙ୍କୁ ଧାନ କୁଇଟାଂଲକୁ ୧୦୦୦ ରୁ ୧୨୦୦ ଟଙ୍କାରେ ବିକ୍ରୀ କରିବାକୁ ବାଧ୍ୟ କରୁଛି
• କୁମ୍ଭୀର କାନ୍ଦଣା କାନ୍ଦିବା ପାଇଁ ଦିଲୀ ଯାଉଛନ୍ତି ନବୀନ ବାବୁ
• ତୃତୀୟ ମହଲାରେ ବସିଥିବା କିଛି କଳାପାହଡ ମାନେ ଓଡିଆ ଲୋକଙ୍କ କଣ୍ଠରୋଧ କରିବା ପାଇଁ ଉଦ୍ୟମ କରୁଛନ୍ତି
• ମୁଖ୍ୟମବୀଙ୍କ ନିଜ ଗୃହ ଜିଲ୍ଲାରେ ଜଳସେଚନ କରିପାରିନାହାନ୍ତି
• ଆଗାମୀ ୫ ବର୍ଷ ମଧ୍ୟରେ ଗଞ୍ଜାମ ଜିଲାରେ ଘରେଘରେ ପାଇପ ଯୋଗେ ରୋଷେଇ ଗାସ ପହଁଚିବ
ଭଞ୍ଜନଗର :ରାଜ୍ୟରେ ବିଜେପି ସରକାର ଆସିଲେ ମହିଳାମାନଙ୍କୁ ବ୍ୟବସାୟ କରିବା ପାଇଁ ବିନା ସୁଧରେ ୨୫ ହଜାର ଟଙ୍କା ଲେଖାଁଏ ଋଣ ପ୍ରଦାନ କରିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଜଗନ୍ନାଥ ପ୍ରସାଦରେ ଅନୁଷ୍ଠିତ ଜନପରାମର୍ଶ ପଦଯାତ୍ରା ଓ ଜବାବ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମରେ ଯେଗାଦେଇ ମତବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଏଥିସହ ଓଡିଶାର ବିକାଶରେ ନବୀନ ସରକାର ବାଧା ସାଜୁଛନ୍ତି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୯ ବର୍ଷ ଶାସନରେ ରହିବା ପରେ ଏ ସରକାର ଲୋକଙ୍କୁ ପିଇବାପାଣି, ଚାଷଜମିକୁ ଜଳସେଚନ, ବିଦ୍ୟାଳୟକୁ ଶିକ୍ଷକ, ଡାକ୍ତର ଖାନାକୁ ଡାକ୍ତର ଦେବାରେ ବିଫଳ ହୋଇଛନ୍ତି । କେବଳ ୧୯ ବର୍ଷ ସରକାରର ଦମ୍ଭୋକ୍ତି ଦେଖାଇ ନିଜର ଆତ୍ମପ୍ରଚାରରେ ଲାଗିଛନ୍ତି । ଓଡିଶାର ଶିକ୍ଷକଙ୍କୁ ଦରମା ଦେବାପାଇଁ ପାଖରେ ଅର୍ଥଦେଇ ପାରୁନଥିବା ସରକାର ଶାହାରୁଖ ଖାଁ ଓ ସଲମାନ ଖାଁକୁ ଆଣି ନଚାଇବା ପାଇଁ ତାଙ୍କ ପାଖରେ ପଇଷା ଅଛି । ଖଜୁରି ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଚାଷୀଙ୍କୁ ତାଙ୍କ ହକ୍ ଦେବାରେ ସରକାର ବିଫଳ ହୋଇଛନ୍ତି । ମୋଦି ସରକାର ଚାଷୀଙ୍କ ପାଇଁ ଧାନର କୁଇଟାଂଲ ପ୍ରତି ୧୭୫୦ ଟଙ୍କାର ସହାୟକ ମୂଲ୍ୟ ଦେଉଥିବା ବେଳେ ନବୀନ ବାବୁଙ୍କ ବ୍ୟବସ୍ଥା ଆଜି ଚାଷୀମାନଙ୍କୁ ଧାନ କୁଇଟାଂଲକୁ ୧୦୦୦ ରୁ ୧୨୦୦ ଟଙ୍କାରେ ବିକ୍ରୀ କରିବାକୁ ବାଧ୍ୟ କରୁଛି । ଏବେ କୁମ୍ଭୀର କାନ୍ଦଣା କାନ୍ଦିବା ପାଇଁ ଦିଲୀ ଯାଉଛନ୍ତି ନବୀନ ବାବୁ । ତୃତୀୟ ମହଲାରେ ବସିଥିବା କିଛି କଳାପାହଡ ମାନେ ଓଡିଆ ଲୋକଙ୍କ କଣ୍ଠରୋଧ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି ।

ଜଗନ୍ନାଥ ପ୍ରସାଦର ଜନପରାମର୍ଶ ପଦଯାତ୍ରା ଓ ଜବାବ ମାଗୁଛି ଓଡିଶା ଅଭିଯାନରେ କେନ୍ଦ୍ରମନ୍ତ୍ରୀ

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ମୁଖ୍ୟମବୀଙ୍କ ନିଜ ଗୃହ ଜିଲ୍ଲାରେ ଆଜି ଜଳସେଚନ କରିପାରିନାହାନ୍ତି । ମୋଦି ସରକାର ନିଷ୍ପତି ନେଇଛନ୍ତି ଆଗାମୀ ୫ ବର୍ଷ ମଧ୍ୟରେ ଗଞ୍ଜାମ ଜିଲାରେ ଘରେଘରେ ପାଇପ ଯୋଗେ ଗ।।ସ ପହଁଚାଇବା ପାଇଁ । ଜଗନ୍ନାଥ ପ୍ରସାଦ ବ୍ଲକରେ ଘରେ ପାଇପ ଯୋଗେ ପିଇବା ପାଣି ଆସୁଛି କି ? ଜଣେ ୧୯ ବର୍ଷର ଶାସନରେ ପାଇପରେ ପାଣି ମୁନ୍ଦେ ଯୋଗାଇ ପାରିଲା ନାହିଁ । କିନ୍ତୁ ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାଢେ ୪ ବର୍ଷ ସରକାର ଗଞ୍ଜାମରେ ପାଇପ ଲାଇନ ମାଧ୍ୟମରେ ଘରେ ଘରେ ଗ୍ୟାସ ପହଁଚାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଉଜ୍ଜଳା ଗ୍ୟାସକୁ ବଦନାନ କରିବା ପାଇଁ ନବୀନ ବାବୁ ଚକ୍ରାନ୍ତ କରିଛନ୍ତି । ନବୀନ ବାବୁ ଗତକାଲି ନରେନ୍ଦ୍ର ମୋଦିଙ୍କୁ ଡରି ପୁରୀରେ ସଭା କରାଇଲୋ ଜଣେ ଭଉଣୀଙ୍କ ଦ୍ୱାରା କୁହାଇଲେ ଆମେ ଘରେ ବାନ୍ଧି ହୋଇ ରହିବାକୁ ଚାହୁଁନୁ । ଉଜ୍ଜଳା ଗ୍ୟାସ ପାଇବା ଦ୍ୱାରା ଆଜି ମହିଳା ମାନଙ୍କର ସାମାଜିକ, ଆର୍ଥିକ ବିକାଶ ହେବାସହ ମହିଳା ସଶକ୍ତିକରଣ ହୋଇପାରିଛି ବୋଲି ସେ କହିଛନ୍ତି । ସ୍ଥାନୀୟ ଅଂଚଳର ଏଲପିଜିର ହିସାବ ଦେଇ ମବୀ ଶ୍ରୀ ପ୍ରଧାନ କହିଲେ ଯେ, ମୋଦି ସରକାର ଆସିବା ପୂର୍ବରୁ ଜଗନ୍ନାଥ ପ୍ରସାଦରେ ୩୪,୦୦୦ ପରିବାରରୁ ମାତ୍ର ୭୪୯ ପରିବାରରେ ଏଲପିଜି ଥିଲା । ପ୍ରଧାନମବୀ ନରେନ୍ଦ୍ର ମୋଦୀଙ୍କ ସରକାର ହେବା ପରେ ସାଢେ ୪ ବର୍ଷରେ ଏହା ବଢି ୨୮ ହଜାର ୯୪୧ରେ ପହଂଚିଛି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷାକୁ ମୁଖ୍ୟମବୀ କଟକର ମେୟର, ବିଧାୟକଙ୍କ ପତ୍ନୀକୁ ଦେଇଥିଲେ । ଏ ହେଉଛି ସରକାରଙ୍କ ପାରିବାପଣିଆ । ଗତକାଲି ଜିରୋ ପ୍ରତିଶତ ସୁଧରେ ମହିଳାଙ୍କୁ ନବୀନ ବାବୁ ଋଣ ଦେବେ ବୋଲି ଘୋଷଣା କଲେ । ଗତବର୍ଷ ୫ ଲକ୍ଷ ୨୩ ହଜାର ଏସଏଚଜି ଥିବା କୁହାଯାଇଥିଲା । ପରେ ୮ ଲକ୍ଷ ୨୩ ହଜାର ଏସଏଚଜି ଗଠନ ହୋଇଥିବା ସରକାରୀ ତଥ୍ୟ କହଥିଲା ।
ଗତକାଲି ୬ ଲକ୍ଷଙ୍କ ପାଇଁ ଘୋଷଣା କଲେ । ତା ହେଲେ ଆଉ ୨ ଲକ୍ଷ କୁଆଡେ ଗଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ନରେନ୍ଦ୍ର ମୋଦି ୨୦୧୪ ଅଗଷ୍ଟ ୧୫ରେ ଲାଲକିଲାରୁ ଘୋଷଣା କଲେ ଘର ପିଛା ୧୨ ହଜାର ଟଙ୍କା ଖର୍ଚ୍ଚ କରି ଗରିବ ଲୋକ ତଥା ମହିଳାଙ୍କ ପାଇଁ ପାଇଖାନା ତିଆରି କରାଯିବା ସବୁ ରାଜ୍ୟ ଏହାକୁ ଗ୍ରହଣ କଲେ । ତେଲେଙ୍ଗାନାରେ ବିଜେପି ସରକାର ନଥିବା ସତ୍ୱେ ଏହାକୁ ଗ୍ରହଣ କରିଥିଲା । ମାତ୍ର ଓଡିଶା ସରକାର ଏହାକୁ ଗ୍ରହଣ କଲେ ନାହିଁ । ପ୍ରଧାନମବୀ ମୋଦି ଘର ପିଛା ଜଗନ୍ନାଥ ପ୍ରସାଦ ବ୍ଲକ, ମୟୂରଭଞ୍ଜ ଓ ଓଡିଶାବାସୀଙ୍କ ପାଇଁ ପାଇଖାନା ନିର୍ମାଣ ପାଇଁ ୧୨ହଜାର ଟଙ୍କା ଦିଲ୍ଲୀରୁ ଓଡିଶାକୁ ପଠାଇଲେ । ନବୀନ ବାବୁ ଆପଣଙ୍କ ଲୋକଙ୍କୁ ଲାଂଚ ମିଳିବନି ବୋଲି ଆପଣ ଓଡିଶାରେ ପାଇଖାନା କଲେ ନାହିଁ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଓଡିଶାରେ ଲାଗୁ କରିବା ପାଇଁ ଗତକାଲି ପ୍ରଧାନମବୀ ମୁଖ୍ୟମବୀଙ୍କୁ ଅନୁରୋଧ କଲେ । ବାରମ୍ବାର ଅନୁରୋଧ ସତ୍ୱେ ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ କଲେ ନାହିଁ ରାଜ୍ୟସରକାର । ନବୀନ ବାବୁଙ୍କ ନୀତି ହେଉଛି ସ୍ୱୀମୀ ପଛେ ମରୁ ସଉତୁଣି ବିଧବା ହେଉ । ୧୯ ବର୍ଷ ଶାସନରେ ରାଜ୍ୟ ସରକାର ରୋଜଗାର ସୃଷ୍ଟି କର ପାରିଲେନାହିଁ । ଓଡିଆ ଯୁବକମାନେ ପର ରାଜ୍ୟକୁ ଯିବେ ଦାଦନ ଖଟିବା ପାଇଁ ଯାଉଛନ୍ତି ଏହା କଣ ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, କାଳିଆକୁ ନେଇ ଚାଷୀମାନେ ଦ୍ୱନ୍ଦରେ ଥିବା ଏକ ଖବର କାଗଜରେ ପ୍ରକାଶିତ ହୋଇଛି । ସମବାୟ ମବୀ ଧାନ କିଣାରେ ଦୁର୍ନୀତି କଲେ ଏବଂ କହିଲେ ଆମ ରାଜ୍ୟ ଏକ ନମ୍ବର । ଏହା ରାଜ୍ୟ ସରକାରଙ୍କ କି ପ୍ରକାର ଦମ୍ଭ । ଏହାର ଜବାବ ଦେବାକୁ ପଡିବ । ଆଜି ଓଡିଶାରେ ଲୋକମାନେ ପିସିରେ ପେସି ହେଉଛନ୍ତି । ଆବାସ ଯୋଜନା, ସରକାରୀ ଯୋଜନା, ଚିଟଫଣ୍ଡ କାରବାରରେ, ସବୁଥିରେ ପିସି । ଓଡିଶାର ଖଣି ଦୁର୍ନୀତିର ଦାନବକୁ ନବୀନ ସରକାର ଦାନା ଦେଉଛନ୍ତି । ଚିଟଫଣ୍ଡ କାରବାରରେ ସରୋଜ ସାହୁକୁ ସିବିଆଇ ତଦନ୍ତ କରିଥିଲେ । ସରୋଜ ସାହୁର ଚେର ନବୀନ ନୀବାସ ଯାଏ ଲମ୍ବିଛି । ଏହି ସବୁର ଜବାବ ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡିଆ ଲୋକ ତାର ହକ୍ ପାଇଁ ଆଜି ଜବାବ ମାଗୁଛି । ଜଗନ୍ନାଥ ପ୍ରସାଦ, ଭଞ୍ଜନଗର, ମୟୂରଭଞ୍ଜର ଯୁବକ, ଚାଷୀ, ମହିଳା ଦଳିତ ଜବାବ ମାଗୁଛି । ଓଡିଶା ମାଗୁଛି ଜବାବ ଆନ୍ଦୋଳନରେ ସାମିଲ ହୁଅନ୍ତୁ । ୯୫୫୫୨୨୭୨୨୭ ରେ କଲ କରି ଓଡିଶା ମାଗୁଛି ଜବାବ ଆନ୍ଦୋଳନରେ ସାମିଲ ହୋଇ ନୂଆ ଓଡିଶା ଓ ନୂଆ ଭାରତ ଗଢିବାରେ ନିଜକୁ ସାମିଲ କରିବା ପାଇଁ କେନ୍ଦ୍ରମବୀ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।

Leave A Reply

Your email address will not be published.