OnaKhabar

ରାଜ୍ୟ ସରକାର ନିରବରେ ବସି ରହି ନିଜ ଦାୟୀତ୍ୱରୁ ଖସିବାର ପ୍ରୟାସ କରୁଛନ୍ତି : କନକ ବର୍ଦ୍ଧନ

73

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୫ ତାରିଖ ଦିନ ଦିନିକିଆ ଗସ୍ତରେ ବଲାଙ୍ଗୀର ଆସୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏକ ବିରାଟ ଦଳୀୟ ସମାବେଶକୁ ଉଦ୍ବୋଧନ କରିବେ । ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା ୧୬ ତାରିଖ ଦିନ ଦିନିକିଆ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ବୋଲି ବିଜେପି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସୁଚନା ଦେଇ କହିଛନ୍ତି । ଶ୍ରୀ ସିଂହଦେଓ କହିଛନ୍ତି ଯେ, ଦୀର୍ଘ ୧୯ ବର୍ଷର ଶାସନ କ୍ଷମତାରେ ଥିବା ସତ୍ୱେ ରାଜ୍ୟର ଚାଷ ଜମି ଜଳସେଚିତ ହେବାରେ ବିଫଳ ହୋଇଛି । କେନ୍ଦ୍ର ସରକାରଙ୍କଠାରୁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ସତ୍ୱେ ଜଳସେଚନ ପାଇଁ ପ୍ରକଳ୍ପ ନିର୍ମାଣର ପ୍ରତିଶୃତିକୁ ଶାସକ ଦଳ ଅଦ୍ୟାବିଧି ପୁରଣ କରିନାହାନ୍ତି । ଏପରିକି ଗୋଟିଏ ଜଳସେଚନ ପ୍ରକଳ୍ପର ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ମଧ୍ୟ ହୋଇପାରିଲା ନାହିଁ । ସେହିପରି ଓଡିଶାର ବେକାର ଯୁବକ ଯୁବତୀମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ କୈାଣସି ଆନ୍ତରିକତା ପ୍ରଦର୍ଶନ କଲେ ନାହିଁ । ଶିକ୍ଷକ, ଡାକ୍ତର ଅଭାବ କାରଣରୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟ ଉକ୍ରଟ ରୂøପ ଧାରଣ କରିବା ସତ୍ୱେ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଚାଷୀମାନଙ୍କ ମୋ÷ଳିକ ସମସ୍ୟାର ସମାଧାନ ବିଫଳ ହବୋ କାରଣରୁ ଚାଷୀମାନେ ଆଜି ରାଜରାସ୍ତାରେ ଆନ୍ଦୋଳନରତ । ତଥାପି ରାଜ୍ୟ ସରକାର ନୀରବଦ୍ରଷ୍ଟା ଏବଂ ଚୁପ୍ ହୋଇ ବସିରହିଛନ୍ତି । ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢିଚାଲିଛି । ମହିଳାଙ୍କୁ ସୁରକ୍ଷା ଦେବା ନାଁରେ ଅପମାନ କରାଯାଉଛି । ଏଭଳି ବହୁ ସମସ୍ୟାରେ ଜର୍ଜରିତ ସାଢେ ୪ କୋଟି ଓଡିଶାବାସୀ ରାଜ୍ୟ ସରକାରକୁ ଜବାବ୍ ମାଗୁଛନ୍ତି । ରାଜ୍ୟ ସରକାର ନିରବରେ ବସି ରହି ନିଜ ଦାୟୀତ୍ୱରୁ ଖସିବାର ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ସିଂହଦେଓ ଅଭିଯୋଗ କରିଛନ୍ତି ।