OnaKhabar

ରହସ୍ୟ ଘେରରେ ନିକିତାଙ୍କ ମୃତ୍ୟୁ, ଖୋଲୁନି ଗୁମର

0 0

ଭୁବନେଶ୍ୱର: ଶନିବାର ଦିନ ବଲିଉଡ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହାରାଙ୍କ ମୃତ୍ୟୁ ହୋଇଥିଲା | ତେବେ ତାଙ୍କ ମୃତ୍ୟୁକୁ ଗୋଟେ ଦିନ ପାରି ହୋଇତିଲେ ମଧ୍ୟ ତାଙ୍କର ବର୍ତ୍ମାନ ପର୍ଯ୍ୟନ୍ତୁ ମୃତ୍ୟୁକୁ ନେଇ କିଛି ଗୁମର ଖେଲିନାହିଁ | ତେବେ ପ୍ରଶ୍ନ ଉଠୁଛି ସେ ଜଣେ ବଲିଉଡର ଜଣାଶୁଣା ଅଭିନେତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ଘରୁ କିମ୍ବା ଶାଶୁଘରୁ କୌଣିସି ତତ୍ପରତା ଦେଖାଯାଉନାହିଁ କାହିଁକି | କାହିଁକି ପରିବାର ଲୋକେ ଏବଂ ଶାଶୁଘର ଲୋକେ ନୀରବ ରହୁଛିନ୍ତି | ଏମିତି ଅନେକ ସନ୍ଦେହ ଉପୁଜୁଥିଲେ ମଧ୍ୟ ନା ପୁଲିସ ଫକ୍ଷରୁ କୌଣସି ତତ୍ପରତା ଅଛି ନା ପରିବାର ଲୋକଙ୍କ ପକ୍ଷରୁ | ବର୍ତ୍ତମାନ ରହସ୍ୟ ଘେରରେ ରହିଛି ନିକିତାଙ୍କ ମୃତ୍ୟୁ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାରଣ ଜଣା ପଡିନାହିଁ | ତେବେ ପୁଲିସ୍‌ କମିଶନର୍ ସତ୍ୟଜିତ ମହାନ୍ତି କହିଛନ୍ତି, ପୋଷ୍ଟମର୍ଟମ୍‌ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତାହା ଆସିବା ପରେ ହିଁ ଯାହା କିଛି କୁହାଯାଇ ପାରିବ ।
ଏଥିସହ ନିକିତାଙ୍କ ମୃତ୍ୟୁକୁ ନେଇ କେହି ଅଭିଯୋଗ କରି ନାହାନ୍ତି । ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କଟକ ପୁଲିସ୍ ଏ ନେଇ କେବଳ ଅପମୃତ୍ୟୁ ମାମଲା ରୁଜୁ କରିଛି । ଉଲ୍ଲେଖନୀୟ, କଟକର ଏକ ଘରୋଇ ହସ୍‌ପିଟାଲରେ ନିକିତାଙ୍କ ମୃତ୍ୟୁ ହୋଇଥିଲା । ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ବାପଘରେ କାମ କରୁଥିବା ବେଳେ ଛାତରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ୨୦୧୬ରେ ନିକିତା କଟକ ଗୋପାଳପୁରର ଲିପନ ସାହୁଙ୍କୁ ବିବାହ କରିଥିଲେ । ବାହାଘର ପରେ ସେ ଅଧିକାଂଶ ସମୟ କଟକ ମହାନଦୀ ବିହାର ସ୍ଥିତ ବାପଘରେ ରହୁଥିଲେ ବୋଲି କୁହାଯାଉଛି। ତାଙ୍କର ୫ ମାସର ଏକ ଶିଶୁପୁତ୍ର ମଧ୍ୟ ରହିଛି । ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁକୁ ନେଇ ନା ଶାଶୂଘର ଲୋକ ନା ବାପଘର, କେହି ମୁହଁ ଖୋଲୁନାହାନ୍ତି । ନିକିତା ଓଡ଼ିଶାର ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ । ସେ ଫିଲ୍ମରେ ବି କାମ କରିଛନ୍ତି । ନିକିତା ତାଙ୍କ କ୍ୟାରିଅର୍‌ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ପିଲ୍ମ ‘ଆଖି ଖୋଲିବାକୁ ଡର ଲାଗୁଛି’ରୁ ଆରମ୍ଭ କରିଥିଲେ । ତା’ପରେ ନିକିତା ଦୁଇଟି ଓଲିଉଡ୍ ଫିଲ୍ମ ‘ଚୋରି ଚୋରି ମନ ଚୋରି’ ଓ ‘ମିତ ବସିଛି, ଭୂତ ସାଥିରେ’ରେ ଅଭିନୟ କରିଥିଲେ । ନିକିତା ଫିଲ୍ମ ସହ ଟେଲି ଦୁନିଆରେ ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ । ସେ ଟେଲି ଧାରବାହିକ ‘ତପସ୍ୟା’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ସେ ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ‘‘ଏସିପି ନିକିତା’ରେ ମଧ୍ୟ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଥିଲା ‘ଗୁଣ୍ଡା’। ସେଥିରେ ସେ ଓଲିଉଡ୍‌ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ରଙ୍କ ବିପକ୍ଷରେ ଅଭିନୟ କରିଥିଲେ । ତେବେ ତାଙ୍କର ଏପରି ହଠାତ୍ ମୃତ୍ୟୁକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

https://www.onakhabar.com/odia-actress-nikita-dead/

 

Leave A Reply

Your email address will not be published.