OnaKhabar

ବିଧାୟକଙ୍କ ଗାଡି ଧକାରେ ବାଇକ୍ ଚାଳକ ଗୁରୁତର

0 42

ନବରଙ୍ଗପୁର: ବିଧାୟକଙ୍କ ଗାଡ଼ି ଧକାରେ ଜଣେ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି । ଲାଲପାରା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବାଇକ୍ ଆରୋହି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାଇ ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କ ଡ୍ରାଇଭର ସ୍କର୍ପିଓ ନେଇ ରାଇଘରରୁ ଉମରକୋଟ ଯାଉଥିବାବେଳେ ଲାଲପାରା ନିକଟରେ ଏକ ବାଇକ୍ କୁ ଧକ୍କା ଦେଇଥିଲା । ଏହାପରେ ଗାଡିଟି ଧାନ ବିଲ ଭିତରକୁ ପଶିଯାଇଥିଲା । ତେବେ ଏହି ଦୁର୍ଘଟଣା ସମୟରେ ବିଧାୟକ ଗାଡ଼ିରେ ନ ଥିବାର ଜଣାପଡ଼ିବା ସହ ଡ୍ରାଇଭର ଜଣକ ଘଟଣା ଭିଆଇ ଫେରାର ହୋଇଯିବାର ସୂଚନା ମିଳିଛି ।

Leave A Reply

Your email address will not be published.