OnaKhabar

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା

70

ଭୁବନେଶ୍ୱର: କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ଇସ୍ତଫା ଦେଇଛନ୍ତି । ପିପିିଲି ଗଣଦୁଷ୍କର୍ମ ଘଟଣାରେ ତାତ୍ସଲ୍ୟପୂର୍ଣ୍ଣ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗୁ ଶେଷରେ ତାଙ୍କୁ ଏହି ଦଣ୍ଡ ଭୋଗିବାକୁ ହୋଇଛି । ପୂର୍ବରୁ ମଧ୍ୟ ମନ୍ତ୍ରୀ ଥିତଲା ବେଳେ ଏହି ଘଟଣା ଯେତେବେଳେ ଘଟିଥିଲା ସେ ସମୟରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଗିରଫ ଅଭିଯୁକ୍ତ ତାଙ୍କ ଫାର୍ମରୁ ଧରା ହୋଇଥିବା ଅଭିଯୋଗ ଆସିଲା ପରେ ବିଭିନ୍ନ ସଙ୍ଗଠନ ତାଙ୍କର ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇଥିଲେ । ଶେଷରେ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା । ଏବେ କୋର୍ଟ ରାୟ ଫଳରେ ଦୁଇ ଅଭିଯୁକ୍ତ ବିନା ପ୍ରମାଣରେ ଖଲାସ ହେବା ପରେ ତାକୁ ନେଇ ଶ୍ରୀ ମହାରଥୀ ସତ୍ୟର ଜୟ ହେଲା ବୋଲି କହି ପୀଡ଼ିତାଙ୍କୁ ନ୍ୟାୟ ମିଳିଲା ବୋଲି ମଧ୍ୟ ମତ ଦେଇଥିଲେ । ଏଭଳି ତାତ୍ସଲ୍ୟ ପୂର୍ଣ୍ଣ ମତ ପରେ କଂଗ୍ରେସ ଓ ବିଜେପି ମହିଳା ସଂଗଠନ ପକ୍ଷରୁ ଆନ୍ଦୋଳ ଅବ୍ୟାହତ ରଖାଯାଇଛି । ଶ୍ରୀ ମହାରଥୀଙ୍କ ଘର ଘେରାଉ କରିବା ସହ ଅଣ୍ଡା ମାଡ଼ କରାଯାଇଥିଲା । ଏପରିକି ବିଜେପି ଓ କଂଗ୍ରେସ ମହିଳାଙ୍କ ପକ୍ଷରୁ ନବୀନ ନିବାସ ଘେରାଉ ବାରମ୍ବାର କରାଗଲାଣି । ଆଗକୁ ଆନ୍ଦୋଳନ ବଢ଼ିବାର ଲାଗିଛି । ଏସବୁ ଘଟଣା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କିଛି ଦିନ ହେଲା ମହାରଥୀଙ୍କୁ ନିଜଠାରୁ ଦୂରେଇ ରଖିଥିବା ଦେଖାଯାଉଥିଲା ।
ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ବାରିପଦାଠାରେ ଆୟୋଜିତ ସମାବେଶରେ ନବୀନଙ୍କ ମହିଳା ସଶକ୍ତୀକରଣକୁ ନେଇ କଠୋର ସମାଲୋଚନା କରିôଥଲେ । ସିଧା ସଳଖ ଏହି ପିପିଲି ଘଟଣାର ଅବତାରଣା କରିଥିଲେ । ଠିକ ଭାବରେ ତଦନ୍ତ ହୋଇ ନ ଥିବା କହି ଦୋଷୀକୁ ଖସାଇ ଦିଆଯାଇଥିବା ନେଇ ଅଭିଯୋଗ କରି ନବୀନଙ୍କ କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଠୀ ଦେଖାଇଥିଲେ । ଆଉ ସାନୀ ତଦନ୍ତ କରି ଅପରାଧୀକୁ କଠୋର ଦଣ୍ଡ ଦେବାକୁ କହିଥିଲେ । ମୋଦିଙ୍କ ଏହି କଟାକ୍ଷ ପରେ ଶେଷରେ ଆଜି ନବୀନଙ୍କ ନିର୍ଦ୍ଦେଶ ପାଇ ମହାରଥୀ ପଦବୀରୁ ଇସ୍ତଫା ଦେଇଛନ୍ତି ।

https://www.onakhabar.com/maharathi-main-out-from-ministry/