OnaKhabar

ଘାଟାରେ ପଡିପାରିନ୍ତି ଏହି ରାଶିରେ ଲୋକ…

0 2

ଭୁବନେଶ୍ୱର: ଆଜି ହେଉଛି ରବିବାର | ଆଜିର ଦିନ କିପରି କଟିବ ଜାଣି ନିଅନ୍ତୁ ରାଶିଫଳରୁ…
ମେଷ: ଏହି ରାଶିର ବ୍ୟକ୍ତିଙ୍କ ଲାଗି ଆଜି ଶୁଭଦିନ ଅଛି | ଆଜି ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।
ବୃଷ: ଏହି ରାଶିର ବ୍ୟକ୍ତିଙ୍କ ଶରୀର ଅସୁସ୍ଥ ରହିବ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଖାଦ୍ୟପେୟର ଯତ୍ନ ନିଅନ୍ତୁ ।
ମିଥୁନ: ଏହି ରାଶିର ଲୋକଙ୍କ ତୀର୍ଥନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ମାନ-ସମ୍ମାନ ମିଳିବ । ଦାମ୍ପତ୍ୟ ଜୀବନ ଖୁସିରେ କଟିବ ।
କର୍କଟ: ଏହି ରାଶିର ବ୍ୟକ୍ତିଙ୍କ ହସଖୁସିରେ ସମୟ ବିତାଇବେ । ଖର୍ଚ୍ଚ ବଢ଼ିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ ।
ସିଂହ: ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ଶୁଭ ଖବର ଶୁଣିବେ। କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।
କନ୍ୟା: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ପରିବାରର କୌଣସି ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।ତୁଳା: ଭାଗ୍ୟ ବୃଦ୍ଧି ହେବ। ଭାଇ-ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।
ବିଚ୍ଛା: ଦିନଟି ଏତେ ଭଲରେ କଟିବ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।
ଧନୁ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବିଦେଶରୁ ଶୁଭ ଖବର ଶୁଣିପାରନ୍ତି।
ମକର: ଧନପ୍ରାପ୍ତି ଯୋଗ ରହିଛି। ମାଲିମକଦ୍ଦମାରେ ବିଜୟୀ ହେବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।
କୁମ୍ଭ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଆୟ ବଢ଼ିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।
ମୀନ: ସହକର୍ମୀଙ୍କ ସହଯୋଗ ମିଳିବ। ପଦୋନ୍ନତିର ଯୋଗ ରହିଛି। ପରିବାରରେ ହସଖୁସିର ପରିବେଶ ରହିବ ।

 

Leave A Reply

Your email address will not be published.