OnaKhabar

ସ୍ତ୍ରୀକୁ ପଥରରେ ଛେଚି ହତ୍ୟାକଲା ରାକ୍ଷସ ସ୍ୱାମୀ

0 14

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଅନ୍ତରର୍ଗତ ଭତଲମା ଗାଁରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ରାସ୍ତା ଉପରେ ସ୍ୱାମୀ ଅଶୋକ ଦଣ୍ଡସେନା ସ୍ତ୍ରୀ ସୁନିତା ଦଣ୍ଡସେନାକୁ ପଥରରେ ଛେଚି ହତ୍ୟାକରିଛି । ଅଭିଯୁକ୍ତ ସ୍ୱାମୀକୁ କୁମ୍ଭାରବନ୍ଧ ଫାଣ୍ଡି ପୁଲିସ୍ ଅଟକ ରଖି ପଚରାଉଚରା କରୁଛି । ଅଶୋକ ଦଣ୍ଡସେନା ଓ ସୁନିତା ଦଣ୍ଡସେନା ଉଭୟ ଦିନ ମଜୁରିଆ ଭାବେ କାମ କରନ୍ତି । ଗତକାଲି ରାତିରେ ଘରକୁ ଫେରୁଥିବା ବେଳେ ସେହି ରାସ୍ତାରେ ଉଭୟଙ୍କ ଭିତରେ କିଛି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ପାଟି ତୁଣ୍ଡ ଏତେମାତ୍ରାରେ ତୀବ୍ର ହୋଇଯାଇଥିଲା ଯେ ଅଶୋକ ସେଥିରେ ଉତକ୍ଷିପ୍ତ ହୋଇ ରାସ୍ତାରେ ପଡିଥିବା ପଥରରେ ସୁନିତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ହି ସୁନିତିଙ୍କ ମୃତ୍ୟୁ ହୋଇଯାଇଥିଲା । ସୂଚନା ପାଇ କୁମ୍ଭାରବନ୍ଧ ଫାଣ୍ଡି ପୁଲିସ୍ ଆସି ସୁନିତାଙ୍କ କ୍ଷତବିକ୍ଷତ ମୃତ ଦେହ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ଅଭିଯୁକ୍ତକୁ ଗିରଫ କରିଛି ।

Leave A Reply

Your email address will not be published.