OnaKhabar

ଶେଷରେ ବାଜି ମାରିଲା ଭାରତ, ଅଷ୍ଟେଲିଆକୁ ୩୨୨ ରନରେ ହରାଇଲା

0 20

ସିଡ୍‌ନୀ: ଶେଷରେ ବାଜି ମାରିଲା ଭାରତ | ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ୩୦୦ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିବାର ସୂଚନା ମିଳିଛି । ଭାରତ ପ୍ରଥମ ଇନିଂସ୍‌ରେ ୭ ୱିକେଟ୍ ହରାଇ ୬୨୨ ରନ୍ କରିବା ପରେ ପାଳି ଘୋଷଣା କରିଥିଲା । ତେବେ ଅଷ୍ଟ୍ରେଲିଆ ଏହାର ଅଧାରୁ କମ୍‌ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିବାର ସୂଚନା ମିଳିଛି | ଭାରତ ୩୨୨ ରନ୍‌ର ଅଗ୍ରଣୀ ଲାଭ କରିଛି । ଏହା ସହିତ ଭାରତ ଘରୋଇ ଟିମ୍‌କୁ ଫଲୋ-ଅନ୍‌ ଦେଇଛି । ଫଳରେ ସେମାନେ ପୁଣି ଥରେ ବ୍ୟାଟିଂ ଆରମ୍ଭ କରିଛନ୍ତି । ଆଜି ଭଳି ଗତକାଲି ବି ଏହି ମ୍ୟାଚ୍‌ରେ ବାଧା ସାଜିଥିଲା । ଗତକାଲି ତୃତୀୟ ଦିନରେ ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ୨୩୬ ରନ୍ କରିଥିଲା । ଭାରତ ପକ୍ଷରୁ କୁଲ୍‌ଦୀପ ଯାଦବ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୨ଟି, ରବୀନ୍ଦ୍ର ଜାଡେଜା ୨ଟି ଓ ଯଶପ୍ରୀତ୍ ବୁମ୍ରା ଗୋଟିଏ ୱିକେଟ୍ ନେଇଥିଲେ । ଶେଷ ଖବର ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆ କୌଣସି ୱିକେଟ୍ ନ ହରାଇ ୬ ରନ୍ ସଂଗ୍ରହ କରି ଥିବାର ସୂଚନା ମିଳିଛି ।
https://www.onakhabar.com/india-wins-its-150th-test-match/

Leave A Reply

Your email address will not be published.