OnaKhabar

ପୁଣି ଋଣ ଲାଗି ଜୀବନ ହାରିଲେ ଭାଗଚାଷୀ

56

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍‌ର କୁଲତା ସମାସିଂହ ଗାଁରେ ଜଣେ ଭାଗଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଭାଗଚାଷୀଙ୍କ ଜଣଙ୍କ ହେଉଛନ୍ତି ୪୮ ବର୍ଷିୟ ଯୁଧିଷ୍ଠିର ମଲ୍ଲିକ । ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଭାଗଚାଷରେ ଫସଲ ନଷ୍ଟ ହୋଇଥିବା କାରଣରୁ ଗତକିଛି ଦିନ ହେବ ଯୁଧିଷ୍ଠିର ଚିନ୍ତିତ ରହୁଥିଲେ । ଏଥିସହ ଗତବର୍ଷ ଝିଅ ବାହାଘର ପାଇଁ ସେ ଋଣ ମଧ୍ୟ କରିଥିଲେ । ଋଣ ଶୁଝିବା ଚିନ୍ତାରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଦୁଇ ପୁଅ ଓ ଦୁଇ ଝିଅକୁ ନେଇ ଯୁଧିଷ୍ଠିରଙ୍କ ପରିବାର | ତେବେ ଋଣ ଲାଗି ସେ ଆତ୍ମହତ୍ୟା କରିଥିବା ଖବର ପଦାକୁ ଆସିବା ପରେ ଘର ସମେତ ସମଗ୍ର ଅଞ୍ଚଳ ଭାଙ୍ଗି ପଡିଥିବା ସୂଚନା ମିଳିଛି |