OnaKhabar

ସିମରନଙ୍କ ସ୍ୱାମୀଙ୍କୁ ଘରୁ ଉଠାଇନେଲା ପୁଲିସ,ସେପଟେ ଭଏସ ମେସେଜ ହେଉଛି ଭାଇରାଲ

71

ସମ୍ବଲପୁର: ରାଜ୍ୟର ବହୁଚର୍ଚ୍ଚିତ ଆଲବମ ଅଭିନେତ୍ରୀ ତଥା ସେଲଫି ବେବୋର ଅଭିନେତ୍ରୀ ସିମରନ ସିଂଙ୍କ ମୃତ୍ୟୁକୁ ନେଇ ଅନେକ ଗୁମର ଖୋଲୁଥିବାର ଦେଖିବାକୁ ମିଳୁଛି | ତେବେ ଆଜି ତାଙ୍କର ଏକ ଭଏସ ମେସେଜ ରାଜ୍ୟରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି | ତେବେ ଉକ୍ତ ମେସେଜ ତାଙ୍କର କୌଣସି ପୁରୁଷ ବନ୍ଧୁଙ୍କ ପାଇଁ ବୋଲି ଶୁଣି କରି ଅନୁମାନ କରିହେଉଛି | ସିମରନ୍ ଉକ୍ତ ଭଏସ ମେସେଜରେ କହିଛନ୍ତି- ନିଜକୁ ଛାଡ଼ି, ପରିବାରକୁ ଛାଡ଼ି ଦୂରକୁ ଚାଲି ଯାଉଛି । ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛି | ମୁଁ ନାଟକ କରୁନି । ତୁମେ ଭାବନି ଏହା ନାଟକ ବୋଲି । ମୁଁ ଭାଙ୍ଗି ଯାଇଛି । ଆଉ ସହି ହେଉ ନାହିଁ । ପୂର୍ବରୁ କହିଥିଲେ, ମୁଁ ସବୁ ଛାଡ଼ିକି ପଳାଇଯାଇଥାନ୍ତି । ବିଶ୍ୱାସ କର ମୁଁ ତୁମର ନାଁ ୟୁଗ ଲେଖିଛି । ଆମ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥାନ୍ତ । ମୁଁ ଯାଉଛି ନିଜ ପରିବାର ଓ ତୁମଠୁ ଦୂରକୁ | ଟ୍ରେନ୍‌ରେ ଯାଉଥିବା ବେଳେ ଏହି ମେସେଜ୍ ରେକର୍ଡିଂ ହୋଇଥିବା ଅନୁମାନ କରିହେଉଛି ।
ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ସିମରନଙ୍କ ସ୍ୱାମୀ ରଞ୍ଜୁ ସୁନାକୁ ପୁଲିସ ଘରୁ ଉଠାଇ ଆଣିଛି ଥାନାକୁ | ତେବେ ଗତକାଲି ଠାରୁ ରଞ୍ଜୁ ଫେରାର ଥିବା ବେଳେ ଆଜି ପୁଲିସ ହାତରେ ଧରା ପଡିଛନ୍ତି | ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଖିବାର ସୂଚନା ମିଳିଛି |
ଉଲ୍ଲେଖନୀୟ, ଗୁରୁବାର ସମ୍ବଲପୁରର ଗୋଇରା ମଠ ନିକଟସ୍ଥ ମହାନଦୀ ପୋଲ ତଳୁ ସମ୍ବଲପୁରୀ ଆଲ୍‌ବମ୍ ଅଭିନେତ୍ରୀ ସିମ୍‌ରନ୍‌ ସିଂହଙ୍କ ମୃତଦେହ ମିଳିଥିଲା | ଯେତେବେଳେ ମୃତଦେହ ଉଦ୍ଧାର କରାଯାଇଥିଲା ସିମ୍‌ରନ୍‌ ଜିନ୍ସ ପ୍ୟାଣ୍ଟ ଓ ଜ୍ୟାକେଟ୍‌ ପିନ୍ଧିଥିଲେ । ତାଙ୍କର ମୃତଦେହ ପାଖରେ ଏକ ଲେଦର ବ୍ୟାଗ୍‌ ପଡ଼ିଥିଲା । ମୁଣ୍ଡ ଫାଟି ଯାଇଥିଲା । ଶରୀରର ଅନ୍ୟ ସ୍ଥାନରେ ବି କ୍ଷତଚିହ୍ନ ଥିଲା । ବୁର୍ଲା ଥାନା ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି । ସିମରନ୍‌ ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍‌ ‘ସେଲ୍ଫି ବେବୋ’ ଜରିଆରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ । ଏହା ବ୍ୟତୀତ ତାଙ୍କ ଆଉ ଗୋଟିଏ ଲୋକପ୍ରିୟ ଆଲବମ୍‌ ହେଉଛି ‘ରିକ୍ସାବାଲା ରିଟର୍ଣ୍ଣ’। ତେବେ କେବେ ଓ କେଉଁ ପରିସ୍ଥିତିରେ ସିମରନ୍‌ଙ୍କ ମୃତ୍ୟ ହୋଇଛି ତାହାକୁ ନେଇ କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ । ପ୍ରେମ କିମ୍ବା ବ୍ୟବସାୟିକ କାରଣ ଯୋଗୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି ।

https://www.onakhabar.com/sambalpuri-actrees-resuce-in-mahandi/