OnaKhabar

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କଲେ ଦୃର୍ବୁତ୍ତ, ଫିଙ୍ଗିଲେ ପାହାଡ ଉପରେ..

0 24

ହିନ୍ଦୋଳ : ପୁଣି ରାଜ୍ୟରେ ଦୁଷ୍କର୍ମ ପରି ଲଜ୍ଜ୍ୟଜନକ ଘଟଣା ଘଟିଛି | ତେବେ ପ୍ରଥମେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ପିଙ୍ଗିଲେ ଦୃର୍ବୁତ୍ତ | ଏପରି ଲଜ୍ଜ୍ୟଜନକ କାଣ୍ଡ ଘଟିଛି ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଅନ୍ତର୍ଗତ ଛେଳିଗଡ଼ ଭଳି ହିନ୍ଦୋଳ ଅଞ୍ଚଳରେ | ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ପରିବାର ଅଭିଯୋଗ କରିବା ପରେ ସ୍ଥାନୀୟ ଅ଼ଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସୁଚନାରୁ ପ୍ରକାଶ, ନାବାଳିକା ଜଣଙ୍କ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ । ଡିସେମ୍ବର୨୩ ତାରିଖଠାରୁ ଗାଁଠାରୁ ଅଳ୍ପଦୂରରେ ଥିବା ପାହାଡ଼ ତଳକୁ ଶୌଚ ହେବାକୁ ଯାଇ ଫେରି ନଥିଲେ । ସବୁଆଡ଼େ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକ ପାଇନଥିଲେ । ଶେଷରେ, ନିରାଶ ହୋଇ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ । ଆଜି ନାବାଳିକାଙ୍କ ମୃତଦେହ ପାହାଡ଼ ଚୂଡ଼ାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଗୋଠମୁଣ୍ଡିଆ ପାହାଡ଼ ଖୁବ୍‌ ତୀଖ । ଉଚ୍ଚତା ପ୍ରାୟ ୩ କିଲୋମିଟର। ଏତେ ଉଚ୍ଚକୁ ମୃତଦେହ କିପରି ଗଲା ତାହା ସାଧାରଣରେ ସଂଦେହ ସୃଷ୍ଟି କରିଛି । ଦୁଷ୍କର୍ମ ପରେ ଦୁର୍ବୃତ୍ତ ହତ୍ୟା କରିଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡ଼ିଛି । ନାବାଳିକାଙ୍କ ପରିବାର ପକ୍ଷରୁ ଏନେଇ ଅଭିଯୋଗ କରିଛନ୍ତି । ଖବର ପାଇ ପୁଲିସ୍‌ ମୃତଦେହ ଜବତ କରିଛି । ତେବେ, ଶବ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନାକୁ ନେବାବେଳେ ଗ୍ରାମବାସୀ ଶବ ଅଟକାଇ ରାସ୍ତା ଅବରୋଧ କରିଥିଲେ । ତେବେ ନାବାଳିକାକୁ ଏପରି ଦୁଷ୍କର୍ମ ପରେ ହତ୍ୟା କରି କିପରି ଏତେ ଉଚ୍ଚର ପାହାଡ ଉପରକୁ ନେଲେ ତାହାକୁ ନେି ସାଦାରଣରେ ଚର୍ଚ୍ଚା ହେଉଛି |

https://www.onakhabar.com/dead-body-of-an-unidenitified-woman-found-in-nh-near-kashava-in-sundargarh/

 

Leave A Reply

Your email address will not be published.