OnaKhabar

ମୋଦୀଙ୍କ ସହ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେନି ନବୀନ

0 0

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି । ସେ ତାଙ୍କର ଏହି ଗସ୍ତ ଅବସରରେ କେତେକ ସରକାରୀ କାର୍ଯ୍ୟକ୍ରମ ରେ ଯୋଗ ଦେବା ସହ ଏକ ଜନସମାବେଶରେ ଉଦବୋଧନ ଦେବେ । ପ୍ରଧନମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଲୋକର୍ପଣ କାର୍ଯ୍ୟ ରହିଛି । ଏହି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଅତିଥି ଅଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଯିବେ ନାହିଁ ବୋଲି ତାଙ୍କ କାର୍ଯ୍ୟଳୟ ପକ୍ଷରୁ ଜଣାପଡିଛି । ଆସନ୍ତା କାଲି ପୁରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସମାବେଶ ଥିବାରୁ ମୁଖ୍ୟମନ୍ତ୍ରୀ ସେଥିରେ ଯୋଗଦେବେ । ଏଣୁ ପ୍ରଧାନମନ୍ତ୍ରୀଙ୍କ ସହ ବାରିପଦା କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
ଗତ ଥର ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଆସିଥିଲାବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ସହ ମିଶି ସରକାରୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସରକାରୀ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଫେରିଆସିଥିଲେ । ପ୍ରଧନମନ୍ତ୍ରୀ ଦଳ ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ମୋଦୀ ଭାଷଣ ଦେବା ଅବସରରେ ସିଧାସଳଖ ନ ହେଲେ ବି ନବୀନଙ୍କୁ ଟାର୍ଗେଟ କରିଥିଲେ । ଏଥର ମଧ୍ୟ ସେହି ପରିସ୍ଥ୍ିତି ହୋଇପାରେ । ଏଣୁ ନବୀନ ଆଉ ମୋଦୀଙ୍କ ସହ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହୁନାହାଁନ୍ତି ବୋଲି କୁହାଯାଉଛି । ଏକଥା ବି ଆଲୋଚନା ହେଉଛି ଯେ, ମୋଦୀ ବାରମ୍ବାର ଓଡିଶା ଗସ୍ତ କରି ନବୀନ ସରକାରଙ୍କ ବିରୋଧରେ ବିଷୋଦଗାର କରୁଥିବାରୁ ସେଥିପାଇଁ ସେ ଦୂରେଇ ରହିବାକୁ ଚାହିଁଛନ୍ତି ।

https://www.onakhabar.com/how-may-strict-this-time-modi/

Leave A Reply

Your email address will not be published.