OnaKhabar

ପ୍ରତିଶୃତି ପୂରଣ କଲେ କଂଗ୍ରେସ ସରକାର, ଋଣଛାଡ ପରେ ପୁଲିସଙ୍କୁ ମିଳିଲା ସାପ୍ତାହିକ ଛୁଟି

0 11

ଭୋପାଲ୍‌: ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଆସିବା ମାତ୍ରେ ଗୋଟେ ପରେ ଗୋଟେ ଖୁସି ଖବର ଦେଉଥିବାର ସୂଚନା ମିଳୁଛି | ପ୍ରଥମେ କୃଷି ଋଣ ଛାଡ କରି କୃଷକମାନଙ୍କୁ ଖୁସି କରାଇଥିବା ବେଳେ ଆଜି ପୁଣି ଥରେ ପ୍ରଶାସନ ବା ପୁଲିସକୁ ଖୁସି କରାଇଥିବାର ସୂଚନା ମିଳିଛି | ଉଲ୍ଲେଖନୀୟ, ମଧ୍ୟପ୍ରଦେଶ ନିର୍ବାଚନ ବେଳେ କଂଗ୍ରେସ ସରକାରକୁ ଆସିଲେ ଅନେକ କିଛି କରିବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାକୁ ଗୋଟିଏ ପରେ ଗୋଟିଏ ପୂରଣ କରିବା ଆରମ୍ଭ କରିଥିବାର ଦେଖିବାକୁ ମିଳୁଛି । ପ୍ରଥମେ କୃଷିଋଣ ଛାଡ଼ କରିଥିବା କମଲନାଥଙ୍କ ସରକାର ଏବେ ପୁଲିସ୍‌ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିୟମ ପ୍ରଣୟନ କରିଛନ୍ତି । ୩୮ ବର୍ଷ ପରେ ଏଣିକି ମଧ୍ୟପ୍ରଦେଶରେ ପୁଲିସ୍‌ବାବୁମାନେ ସାପ୍ତାହିକ ଛୁଟି ବା ଅଫ୍‌ ଡେ’ ପାଇବେ । ଗତକାଲି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ ବେଳେ କଂଗ୍ରେସ କ୍ଷମତାକୁ ଆସିଲେ, ପୁଲିସ୍‌ବାବୁମାନଙ୍କୁ ବାଧ୍ୟତାମୂଳକ ଅଫ୍‌ ଡେ’ ମିଳିବ ବୋଲି କହିଥିଲା । ପୂର୍ବରୁ ପୁଲିସ୍‌ବାବାମାନଙ୍କୁ କୌଣସି ପ୍ରକାରର ଅଫ୍‌ ଡେ’ ମିଳୁ ନଥିଲା। ସେମାନେ କେବଳ ଦରକାର ସମୟରେ ଛୁଟି ନେଇପାରୁ ଥିଲେ । ହେଲେ ଏବେ ସେମାନଙ୍କୁ ସିଏଲ୍‌ ଏବଂ ଇଏଲ୍‌ ସହ ଅଫ୍‌ ଡେ’ ମଧ୍ୟ ନେଇପାରିବେ ବୋଲି ସୂଚନା ମିଳିଛି ।

https://www.onakhabar.com/mp-chief-minister-kamalnath-signs-file-of-loan-waiver-of-farmers/

 

Leave A Reply

Your email address will not be published.