OnaKhabar

କେନ୍ଦ୍ର ସରକାରଙ୍କର ଛାତ୍ରମାରଣା ନୀତି ବିରୁଦ୍ଧରେ ସମୂହ ଦସ୍ତଖତ ଅଭିଯାନ

0 16

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର
ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ସଂକଳ୍ପବଦ୍ଧ । ସେମାନଙ୍କର ସାମାଜିକ ଓ ଆର୍ôଥକ
ଉନ୍ନତି ପାଇଁ ଅନେକ ଅଭିନବ ପଦକ୍ଷେପ ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି, ଯାହା ଫଳରେ ଜନଜାତିମାନଙ୍କର ଜୀବନ
ଧାରଣ ମାନରେ ଆଖିଦୃଶିଆ ପରିବର୍ତ୍ତନ ସମ୍ଭବ ହୋଇପାରିଛି । ଅନୁସୂଚିତ ଜନଜାତିମାନଙ୍କ ସଂସ୍କୃତିର ସୁରକ୍ଷା ସହିତ
ପ୍ରଗତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ପ୍ରସାର ପାଇଁ ସାରା
ଓଡିଶାରେ ୭୦୦୦ରୁ ଊଦ୍ଧ୍ୱର୍ ଛାତ୍ରବାସ ନିର୍ମାଣ ସହିତ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟର
ବିଷୟ ଯେ କେନ୍ଦ୍ର ଓଡ଼ିଶାର ପ୍ରଗତିରେ ମୁଖ୍ୟ ବାଧକ । ଓଡ଼ିଶା ପ୍ରତି କେନ୍ଦ୍ରର ଏହି କ୍ରମାଗତ ଅବହେଳା ଘୋର ନିନ୍ଦନୀୟ ।
ବର୍ତ୍ତମାନ କେନ୍ଦ୍ରରେ ଥିବା ଏନ୍ଡିଏ ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଅବର୍ଣ୍ଣନୀୟ । ଏକ ସଂଘୀୟ
ବ୍ୟବସ୍ଥାରେ ଯେମିତି ରାଜ୍ୟର କିଛି ହକ୍ ନାହିଁ, କିଛି ନ୍ୟାଯ୍ୟ ଅଧିକାର ନାହିଁ, ସବୁକଥା ପାଇଁ ଲଢେଇ କରିବାକୁ ପଡିବ,
ଏଇଭଳି ଏକ ପରିସ୍ଥିତି ସୃଷ୍ଟି କରିଛି କେନ୍ଦ୍ରର ଏନ୍ଡିଏ ସରକାର । ଏହାର ସଦ୍ୟତମ ଉଦାହରଣ ହେଉଛି ରାଜ୍ୟର
ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କେନ୍ଦ୍ରର କୁଠାରାଘାତ ଏବଂ ଧାର୍ଯ୍ୟ ସମୟରେ ଛାତ୍ରବୃତ୍ତି ନଦେଇ
ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା ।

୨ଲକ୍ଷରୁ ଊଦ୍ଧ୍ୱର୍ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ଢାଞ୍ଚାର ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ
ପୂର୍ବରୁ କେନ୍ଦ୍ର ଦେଉଥିବା ୯୦% ଛାତ୍ରବୃତ୍ତି ଏବେ ୨୦%ରେ ସୀମିତ
 ଧାର୍ଯ୍ୟ ସମୟରେ କେନ୍ଦ୍ର ଦେଉନାହିଁ ନିଜ ଅଂଶଧନ
 ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଆଜି କୁଆଡେ ଗଲା କେନ୍ଦ୍ରର ନିଷ୍ଠା ଓ ଆନ୍ତରିକତା?

ରାଜ୍ୟରେ ପ୍ରାୟ ୨ଲକ୍ଷ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାଟ୍ରିକ ଓ ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରିଥାନ୍ତି । ଏହି
ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା ପାଇଁ କେନ୍ଦ୍ର ଦ୍ୱାରା କରାଯାଇଥିବା ମେଧାବୃତ୍ତି ବ୍ୟବସ୍ଥାରେ କେନ୍ଦ୍ର ସାମାଜିକ ନ୍ୟାୟ ଓ
ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ଏ ପର୍ଯ୍ୟନ୍ତ ୯୦% ଆର୍ôଥକ ସହାୟତା ଦିଆଯାଉଥିଲା । ୨୦୧୬-୧୭ ଆର୍ôଥକ ବର୍ଷରେ
୨୧୫.୮୦ କୋଟି କେନ୍ଦ୍ର ଅଂଶ ବାବଦରେ ଦେଇଥିଲା ବେଳେ ରାଜ୍ୟ ୨୨.୪୮କୋଟି ଟଙ୍କା ଯୋଗାଇ ଦେଇଥିଲା ।
ହଠାତ୍ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ଦୁର୍ଭାଗ୍ୟଜନକ ଭାବେ ପରିବର୍ତ୍ତନ କରି ରାଜ୍ୟ ସରକାରଙ୍କ ଉପରେ ୮୦%ରୁ
ଅଧିକ ଆର୍ôଥକ ବୋଝ ଲଦି ଦେଇଛନ୍ତି, ଯାହା ସମଗ୍ର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପ୍ରତି ଘୋର ଅନ୍ୟାୟ ବୋଲି ବିଜୁ
ଜନତା ଦଳ ଅନୁଭବ କରୁଛି । ୨୦୧୭-୧୮ରେ ଏଥିରେ କେନ୍ଦ୍ର ସରକାର ନିଜ ଅଂଶ ବଦଳାଇବା ସହିତ ଏହାକୁ
୧୨.୮୫%କୁ ନେଇ ମାତ୍ର ୩୫.୧୨ କୋଟି ଟଙ୍କା ଦେଲେ । ଅଥଚ ରାଜ୍ୟ ଉପରେ ୮୭.୧୫%ର ଆର୍ôଥକ ଭାର ପଡ଼ିବା
ସହିତ ୨୩୨.୨୮ କୋଟି ଟଙ୍କା ଦେବାକୁ ପଡିଲା । ୨୦୧୮-୧୯ରେ କେନ୍ଦ୍ର ସରକାର ୧୭.୧୭% ଅର୍ଥାତ୍‍ ୪୯.୩୯
କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିଲା ବେଳେ ଏବେ ରାଜ୍ୟକୁ ପୁଣି ଅତିରକ୍ତ ୮୨.୮୩% ଅର୍ଥ ଭାରକୁ ସମ୍ଭାଳିବାକୁ
ପଡିବ ଓ ମୋଟ ୨୩୨.୨୮ କୋଟି ଟଙ୍କା ଏ ବାବଦ ବହନ କରିବାକୁ ପଡିବ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ
ମନ୍ତ୍ରାଳୟକୁ ପତ୍ର ଲେଖି ଅନୁଦାନ ପ୍ରଦାନ କ୍ଷେତ୍ରରେ ପୁନର୍ବିଚାର କରିବା ସହ ପୂର୍ବଭଳି କେନ୍ଦ୍ର ୯୦% ଓ ରାଜ୍ୟ ୧୦%
ଅର୍ଥ ବହନ କରିବା ଲାଗି ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ଆର୍ôଥକ ବୋଝକୁ ଲାଘବ କରିବା ପରିବର୍ତ୍ତେ କେନ୍ଦ୍ର
ସରକାର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କ୍ଷେତ୍ରରେ ଯେଉଁ ଅଂଶ ପରିବର୍ତ୍ତନ ନିଷ୍ପତ୍ତି ନେଇ ନିଜ ମୁଣ୍ଡରୁ
ବୋଝ ହଟାଇଛନ୍ତି, ତାହା ରାଜ୍ୟ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ବିଜୁ ଜନତା ଦଳ ଏହାର ଦୃଢ
ପ୍ରତିବାଦ କରୁଛି । କେନ୍ଦ୍ର ସରକାର ଛାତ୍ରବୃତ୍ତିର ଢାଞ୍ଚା ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଥିବାରୁ ପୂର୍ବରୁ ଦେଉଥିବା ୯୦%
ଛାତ୍ରବୃତ୍ତି ବର୍ତ୍ତମାନ ୨୦%ରେ ସୀମିତ ରହିଛି । କେନ୍ଦ୍ରର ଏପରି ବୈମାତୃକ ମନୋଭାବ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ
ପାଇଁ କେନ୍ଦ୍ରର ନିଷ୍ଠା ଓ ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ବଜାୟ
ରଖିବା ନିମନ୍ତେ ନିଜ ନିଷ୍ପତ୍ତିର ତୁରନ୍ତ ପୁନଃବିଚାର କେନ୍ଦ୍ର ସରକାର କରିବେ ବୋଲି ବିଜୁ ଜନତା ଦଳ ଦାବି କରୁଛି ।
ପୂର୍ବବତ୍ ୯୦:୧୦ ପ୍ରତିଶତ କେନ୍ଦ୍ର-ରାଜ୍ୟ ଅଂଶର ପ୍ରଚଳନ ପାଇଁ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବାକୁ ବିଜୁ ଯୁବ-ଛାତ୍ର
ଜନତା ଦଳ ଏକ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି । ଆସନ୍ତାକାଲି (୪ ଜାନୁଆରୀ ୨୦୧୯) ଭୁବନେଶ୍ୱରସ୍ଥିତ
ଲୋୟର ପିଏମ୍‍ଜି ଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଯାୟୀ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଏକ ବିକ୍ଷୋଭ ସଭା ସହିତ
ସାମୂହିକ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ । ଏହି ଅଭିଯାନ ୧ମାସ ଧରି ରାଜ୍ୟର ପ୍ରତ୍ୟେକଟି ଜିଲ୍ଲାରେ ଜାରି ରହିବା
ସହ ୧୦ଲକ୍ଷରୁ ଊଦ୍ଧ୍ୱର୍ ଦସ୍ତଖତ ସଂଗ୍ରହ କରାଯିବ । ପରିଶେଷରେ ୧୦ଲକ୍ଷ ସଂଗୃହିତ ଦସ୍ତଖତକୁ ମାନ୍ୟବର ରାଷ୍ଟ୍ରପତିଙ୍କ
ଉଦ୍ଦେଶ୍ୟରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ପ୍ରେରଣ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳ ସଭାପତି
ଅମରେଶ ପତ୍ରୀ, ବିଜୁ ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ର, ଉପଦେଷ୍ଟା ଚିନ୍ମୟ ସାହୁ ଓ ଦଳର ମୁଖପାତ୍ର ଡ.
ସସ୍ମିତ ପାତ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀ, ଅଭିଭାବକ ଓ ସମାଜର ପ୍ରତ୍ୟେକଟି ବର୍ଗ ଏ ପ୍ରକାର ଅବିଚାରକୁ ଦୃଢ଼ ଭାବେ ନିନ୍ଦା
କରିବା ସହିତ ଏହି ଦାବିକୁ ସମର୍ଥନ ଜଣାଇ ଦସ୍ତଖତ ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.