OnaKhabar

ରାସ୍ତାରୁ ହଟାଇବା ଲାଗି ପ୍ରେମିକାର ଜୀବନ ନେଲା ପ୍ରେମିକ

0 22

ସୁନ୍ଦରଗଡ଼: ପୁଣି ସୁନ୍ଦରଗଡ଼ ଜିଲ୍ଲାରେ ଏକ ଲଜ୍ଜ୍ୟଜନକ କାଣ୍ଡ ଘଟିଛି । ପ୍ରଥମେ ମିସ୍‌ କଲରୁ ପ୍ରେମ ଆରମ୍ଭ ହୋଇଥିଲା । ପରେ ପ୍ରେମର ଫାଇଦା ଉଠାଇ ବ୍ଲାକ ମେଲିଂ କରାଯାଇଥିଲା | ତା’ପରେ ପ୍ରେମିକାଙ୍କୁ ହତ୍ୟା କରାଯାଇଛି ବୋଲି ଅବିଯୋଗ ହୋଇଛି | ଆଜି ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ହାତୀବାରୀ ପୁଲିସ୍ । ଏହି ମାମଲାରେ ପୁଲିସ ତଲସରା ଥାନା ଦେଓବହଲ ଗାଁର ଜ୍ୟୋତି ଟେଟେ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି । ସୁଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କୁ ୬ମାସ ତଳୁ ଜ୍ୟୋତି ଟେଟେ ମିସ୍ କଲ ଦେଉଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏପରିକି ବାହା ହେବା ପର୍ଯ୍ୟନ୍ତ କଥା ଯାଇଥିଲା । ମାତ୍ର ଏହି ବିବାହରେ ଜ୍ୟୋତି ରାଜି ନଥିଲେ । ତେଣୁ ଯୁବତୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ଡିସେମ୍ବର ୨୬ ତାରିଖ ସଂଧ୍ୟାରେ ଦୁଇ ସାଙ୍ଗଙ୍କ ସହ ମିଶି ଅଭିଯୁକ୍ତ ଜ୍ୟୋତି ଉକ୍ତ ଯୁବତୀଙ୍କୁ ହତ୍ୟା କରିଥିଲେ । ପରେ ମୃତଦେହରେ ଏକ ପଥରରେ ବାନ୍ଧି କୂଅରେ ଫିଙ୍ଗି ଦେଇଥିଲେ । ପୁଲିସ୍ ଶବ ଉଦ୍ଧାର କରି ଅନୁସନ୍ଧାନ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ସୂଚନା ମିଳିଛି ।

https://www.onakhabar.com/sambalpuri-actrees-resuce-in-mahandi/

Leave A Reply

Your email address will not be published.