OnaKhabar

ଶୋଇଲା ବେଳେ ହଠାତ୍ ନିଦ ଭାଙ୍ଗି ଯାଉଛି କି, ପଢିନିଅନ୍ତୁ କଣ କହୁଛି ବାସ୍ତୁଶାସ୍ତ୍ର…

0 1

ଭୁବନେଶ୍ୱର: ଗୋଟିଏ ମଣିଷକୁ ଖାଦ୍ୟ ଯେତିକି ଦରକାର ସେତିକି ନିଦ ମଧ୍ୟ ଦରକାର ହୋଇଥାଏ | ନିଦ ଟିକ ମାତ୍ରାରେ ନହେଲେ ଆମେ ଅନେକ ପ୍ରକାରର ରୋଗର ସମ୍ମୁଖୀନ ହୋଇଥାଉ | ତେବେ ନିଦ ସଠିକ ପରିମାଣରେ ହେଲେ ଆମକୁ ଫ୍ରେଶ ଲାଗିଥାଏ | ଯଦି ଶୋଇବାରେ ବିଳମ୍ବ କିମ୍ବା ପର୍ଯ୍ୟପ୍ତ ପରିମାଣରେ ନ ଶୋଇପାରୁ ଆମକୁ ଅନେକ ପ୍ରକାରର ରୋଗ ହେବାର ସମ୍ବାବନା ରହିଥାଏ | ତେବେ ଆମେ ଶୋଇଥିବା ବେଳେ ଅନେକ ସମୟରେ ଚମକି ପଡିଥାଉ | କିମ୍ବା ନିଦ ଭାଙ୍ଗି ଯାଇଥାଏ | ଏମିତି କଥାକୁ ଆମେ ସାଧାରଣ ଭାବି ଏଡ଼ାଇ ଯାଉ । ହେଲେ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏସବୁ ସମସ୍ୟା ବାସ୍ତୁ ଦୋଷ ଲାଗି ହୋଇଥାଏ । ଏଣୁ ଶୋଇବା ଘର ସମ୍ପର୍କିତ ବାସ୍ତୁ ଦୋଷ ଦୂର କରିବା ପାଇଁ ରାତିରେ ଶୋଇବା ପୂର୍ବରୁ କିଛି ବସ୍ତୁକୁ ନିଜଠୁ ଦୂରେଇ ରହିବା ଦରକାର | ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
1.ଖଟ ପାଖରେ ପାଣି ପାତ୍ର ରଖନ୍ତୁ ନାହିଁ । ଏହାଦ୍ୱାରା ଚନ୍ଦ୍ରମା ଜନିତ ଦୋଷ ଲାଗିଥାଏ ଓ ସ୍ନାୟୁଦୋଷ ଉତ୍ପତ୍ତି ହୋଇଥାଏ ।
2.ଶୋଇବା ପୂର୍ବରୁ ଖଟ ପାଖରେ ଚପଲ ରଖିବା ମଧ୍ୟ ଅନୁଚିତ୍‌ । ଏହାଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।
3.ଶୋଇବା ସମୟରେ ପାଖରେ କୌଣସି ଚାବି ରଖନ୍ତୁ ନାହିଁ ।
4.ମୋବାଇଲ୍‌, ଲାପ୍‌ଟପ୍‌ ଆଦି ମଧ୍ୟ ଖଟ ଉପରେ ରଖନ୍ତୁ ନାହିଁ ।
5.ତେଲ ବୋତଲ ପାଖରେ ରଖି ଶୁଅନ୍ତୁ ନାହିଁ । ବିଭିନ୍ନ ପ୍ରକାରର କଠିନତାକୁ ସାମ୍ନା କରିବାକୁ ପଡିପାରେ ।
6.ଶୋଇବା ସମୟରେ ପାଖରେ ଆଇନା ରଖନ୍ତୁ ନାହିଁ । ଏହାଦ୍ୱାରା ରୋଗ ବଢିଥାଏ ଏବଂ ଦାମ୍ପତ୍ୟ କଳହ ସୃଷ୍ଟି ହୋଇଥାଏ ।

https://www.onakhabar.com/bloating-problem/

 

Leave A Reply

Your email address will not be published.