OnaKhabar

କାଦର ଖାନଙ୍କ ପରଲୋକ

58

ଭୁବନେଶ୍ୱର: ଦମଦାର ଆୱାଜ, ଜବରଦସ୍ତ ହାୟଲଗ ଓ ଦର୍ଶକଙ୍କୁ ବେଦମ କରି ଚିହ୍ନ ଛାଡ଼ିଯାଇଥିବା ବଲିଉଡର ବିଶିଷ୍ଟ ଭେଣ୍ଟେରିଆନ ଆକ୍ଟର କାଦର ଖାନଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଛି । ବିଗତ କିଛି ଦିନ ହେବ ସେ ରୋଗରେ ପୀଡ଼ିତ ଥିଲେ । କାଦର ଖାନଙ୍କ ମସ୍ତିଷ୍କ କାମ କରୁନଥିଲା । ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କାନାଡ଼ାର ଟରୋଣ୍ଟେ ହସପିଟାଲରେ ତାଙ୍କର ପରଲୋକ ହୋଇଛି ।
ସେ ପ୍ରୋଗେସିଭ ସୁପ୍ରାନ୍ୟୁକ୍ଲିୟର ପାଲ୍ସି ଡିଅଡରେ ରୋକରେ ଶୀକାର ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଏହି କାରଣରୁ ତାଙ୍କ ମୁଣ୍ଡ କାମ କରୁନଥିଲା । କାଦରଖାନଙ୍କ ପୁଅ ସଫରାଜ କହିଥିଲେ, ପ୍ରୋଗେସିଭ ସୁପ୍ରାନ୍ୟୁକ୍ଲିୟର ପାଲ୍ସି ଡିଅଡର ପାଇଁ ବାପାଙ୍କ ମୁଣ୍ଡ କାମ କରୁନାହିଁ । ଏଥିଯୋଗୁ ଶରୀରର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଭାବିତ ହୋଇଥିଲା । ନିଶ୍ୱାସ-ପ୍ରଶ୍ୱାସରେ ବାଧା ହେଉଥିଲା । ହସପିଟାଲରେ ଭର୍ତ୍ତି ହେବା ପରେ ବାପା ନିମୋନିଆରେ ଶିକାର ହୋଇଥିଲେ ।
ଏକଦା ଜବରଦସ୍ତ ଅଭିନୟ କରି କାଦର ଖାନ ଦର୍ଶକଙ୍କ ମନ ଜିଣୁଥିଲେ । ୧୦ ବର୍ଷ ହେବ ସେ ରୂପେଲି ପରଦାରୁ ଦୂରେଇ ରହିଥିଲେ । ସେ ତାଙ୍କର ପୁଅ ଓ ବୋହୁଙ୍କ ସହିତ କାନାଡ଼ାରେ ରହୁଥିଲେ । କାଦର ଖାନ ୧୯୭୩ରେ ଅଭିନୟ ଜୀବନ ଆରମ୍ଭ କରି ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ।