OnaKhabar

ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ପ୍ରବଳ ଭିଡ଼

0 23

ପୁରୀ: ଆଜି ନୂତନ ବର୍ଷରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । ରାତି ୨ଟାରୁ ଶ୍ରୀଜିଉଙ୍କ ପହଡ଼ ଖୋଲାଯାଇଥିଲା । ଭକ୍ତମାନେ ଦର୍ଶନ କରିବା ଲାଗି ବହୁୂ ସମୟ ଧରି ଠିଆ ହୋଇ ରହିଥିଲେ । ପହଡ଼ ଖୋଲିବା ପରେ କିଛି ସମୟ ପାଇଁ ସାଧାରଣ ଭାବେ ଦର୍ଶନ ଚାଲିଥିବା ଦେଖାଯାଇଥିଲା । ଧାଡ଼ିରେ ଶାନ୍ତିଶୃଙ୍ଖଳାର ସହ ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ନୂଆବର୍ଷକୁ ଆଖିଆଗେର ରଖି ରାତି ତମାମ ଆନନ୍ଦ ବଜାରରେ ଖୋଲା ରହିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିଲା । ୧୦୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ରାତି ସାରା ସୁରକ୍ଷାବାହୀନ ଅସାମାଜିକ ଲୋକଙ୍କ ଉପରେ କଡ଼ ନ ଜର ରଖିଥିବା ଦେଖିବାକୁ ମିଳିଥିଲା । ଅଧିକ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି । ପିପିଲିଠାରୁ ବିଭିନ୍ନ ସ୍ଥାନରେ ଗାଡ଼ି ମୋଟର ଯାଞ୍ଚ କରାଯାଉଛି । ସମୁଦ୍ର କୂଳରେ ବିଶିଷ୍ଟ ବାଲିକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳାରେ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.