OnaKhabar

ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁସ

54

କେନ୍ଦ୍ରାପଡ଼ା: ନୂଆବର୍ଷରେ ଘଟିଛି ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଂଚଳ ଇନ୍ଦୁପୁର ବଜାରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଗୋଟିଏ ଦୋକାନରେ କୌଣସି କାରଣରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁସ ହୋଇଯାଇଛି । ଗତକାଲି ବିଳମ୍ବିତ ରାତ୍ରୀରେ ଦୋକାନୀ ଅନନ୍ତ ସାହାଣୀ ତାଙ୍କ ଦୋକାନ ବନ୍ଦ କରି ଯାଇଥିଲେ ଏବଂ ନୂଆବର୍ଷକୁ ଆଖିଆଗରେ ରଖି ଦୋକାନରେ ଜିନିଷପତ୍ର ଗଚ୍ଛିତ ରଖିଥିଲେ । ତେବେ ବିଳମ୍ବିତ ରାତ୍ରୀରେ ନିଆଁ ଲାଗିଯିବାରୁ ନିଆଁକୁ ଆୟତ୍ତ କରିବା ସମ୍ଭବପର ହୋଇ ନଥିଲା । ଦୋକାନରେ ଥିବା ସମସ୍ତ ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଖବର ମିଳିଛି । ଦମକଳ ବାହିନୀ ଆସିଲା ବେଳକୁ ସବୁ ନଷ୍ଟ ହୋଇଯାଇଥିଲା । ତେବେ ନିଆଁ ଲାଗିବାର ସଠିକ କାରଣ ଜଣାପଡୁ ନ ଥିବା ବେଳେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପାଖ ଦୋକାନୀମାନେ କହୁଛନ୍ତି ।

https://www.onakhabar.com/mumbai-firing-5-dead/