OnaKhabar

ଆସିକାରେ ଗୁଳିକାଣ୍ଡ: ୧ ମୃତ

0 62

ଆସିକା: ପ୍ରତ୍ୟେକ ଦିନ ଗଂଜାମରେ କିଛିନା କିଛି ଅପରାଧ ଘଟୁଥିବା ବେଳେ ପୁଲିସକୁ ନାକେଦମ ହେବାକୁ ପଡୁଛି । ଅଳ୍ପଦିନ ଦଳୁ ଘଟିଥିବା ଗୁଳିକାଣ୍ଡ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଆଜି ଗଂଜାମ ଆସିକାରେ ପୁଣି ଘଟିଛି ଗୁଳିକାଣ୍ଡ । ଏଥିରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ମୃତକ ହେଉଛନ୍ତି ଜଣେ ରାଜନେତାଙ୍କ ଭାଇ ବୋଲି ଜଣାପଡ଼ିଛି । ତାଙ୍କ ନାମ ବାହନ ଲେଙ୍କା ଘର ଆସିକା ଥାନା ଖରିଆ ପଂଚାୟତରେ । ତାଙ୍କ ଭାଇ ଉକ୍ତ ପଂଚାୟତର ସରପଂଚ ଅଛନ୍ତି । ତେବେ ବାହନ ଆସିକାଳୁ ନିଜ ଘରକୁ ଫେରୁଥିବା ବେଳେ ଆସିକା କଲେ ଛକ ନିକଟରେ ତାଙ୍କ ଉପରକୁ ଗଳି କରି ଖସି ପଳାଇଥିଲେ ଦୁର୍ବୃତ । କିିନ୍ତୁ ଗୁଳିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ପୂର୍ବଶତ୍ରୁତା କିମ୍ବା ରାଜନୈତିକ କାରଣ ନେଇ ହୋଇଥାଇ ପାରେ ବୋଲି ପୁଲିସ ଅନୁମାନ କରୁଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

https://www.onakhabar.com/attacked-the-police-station-in-bulandshahr-police-inspector-dies-in-firing-suspected-of-cow-slaughter-in-bulandsahar/

Leave A Reply

Your email address will not be published.