OnaKhabar

ଅନୁପ୍ରବେଶ ଉଦ୍ୟମ : ୨ ପାକ କମାଣ୍ଡୋ ନିହତ

ନୂଆଦିଲ୍ଲୀ: ନୂଆ ବର୍ଷକୁ ଆଖିଆଗରେ ବଡ ଧରଣର ହିଂସା ଘଟାଇବାକୁ ଉଦ୍ୟମ କରି ପୁଣି ଫେଲ ମାରିଛି ପାକିସ୍ତାନ | ପାକିସ୍ତାନ ସେନାର ୨ ଜଣ କମାଣ୍ଡୋ ଜମ୍ମୁ-କଶ୍ମୀର ନୌଗାମ୍‌ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରଵେଶ କରୁଥିବା ବେଳେ ଭାରତୀୟ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି। ଏହି ୨ କମାଣ୍ଡ ପାକିସ୍ତାନ ସେନାର ପୋଷାକ ପରିଧାନ କରିଥିଲେ | ଏମାନଙ୍କୁ ଅନୁପ୍ରବେଶ ପାଇଁ ବ୍ୟାଟ୍‌ କମାଣ୍ଡରମାନେ ସହଯୋଗ କରିଥିଲେ। ଅର୍ଥାତ ଏହି ଦୁଇ ପାକିସ୍ତାନୀ ଯବାନ ସୀମା ପାର ଉଦ୍ୟମ କରୁଥିବା ବେଳେ ସେମାନେ କଭର ଫାୟାରିଂ କରୁଥିଲେ।
ଭାରତୀୟ ସେନାଙ୍କ ପକ୍ଷରୁ ମିଳିଥିବା ସୂଚନ ଅନୁଯାଇ , ନିହତ ଦୁଇ ସୈନ୍ୟ ହେଉଛନ୍ତି ପାକିସ୍ତାନ ବର୍ଡର ଆକ୍ସନ୍‌ ଟିମ୍‌(ବ୍ୟାଟ୍‌) ସଦସ୍ୟ। ଏମାନେ ଅର୍ନ୍ତଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଥିବା ଘଞ୍ଚ ଜଙ୍ଗଲ ଦେଇ ଅନୁପ୍ରେବଶ ଉଦ୍ୟମ କରିଥିଲେ। ଏମାନଙ୍କୁ ଏଥିରେ ସହଯୋଗ କରିବା ପାଇଁ ପାକିସ୍ତାନ ସେନା ଭାରତୀୟ ଯବାନଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ।

https://www.onakhabar.com/3-terrorists-killed-in-ongoing-encounter-in-jammu/