OnaKhabar

ବିଜୟଙ୍କ ମତ ଉପରେ ସ୍ପଷ୍ଟୀକରଣ ରଖିଲେ ଗଜପତି

99

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ନିକଟରେ ଦେଖାଦେଇଥିବା ବିବାଦରେ ୧୩ ଘଣ୍ଟା ଧରି ଉପାବସ ରହିବା ଘଟଣାରେ ଚାରି ଆଡେ ଉଦବେଗ ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ ପୁରୀ ଗଜପତି ଦିବ୍ୟା ସିଂହ ଦେବ ରଖିଥିବା ମତକୁୁ ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ସମାଲୋଚନା କରିଛନ୍ତି । ଗଜପତି ଏହି ଘଟଣାରେ ସରକାରଙ୍କୁ ଦାୟୀ କରି ମତ ରଖିଥିଲେ । ଗଜପତିଙ୍କ ଏହି ମତକୁ ବିଜୟ ଆକ୍ଷେପ କରି ମତ ରଖିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସ୍ପଷ୍ଟିକରଣ ଦିଆଯାଇଛି । ଏଥିରେ କୁହାଯାଇଛି ସରକାର ଦାୟିତ୍ୱ ନେବା ପରଠାରୁ ଗଜପତିଙ୍କର ଆଉ ଶ୍ରୀମନ୍ଦ୍ିର ପରିଚଳନାରେ କୌଣସି ଭୂମିକା ନାହିଁ । ପରିଚାଳନା କମିଟି ଅଧ୍ୟକ୍ଷ ଔପଚାରିକ କାର୍ଯ ବୋଲି ଦର୍ଶାଇଛନ୍ତି ।
ସ୍ପଷ୍ଟୀକରଣରେ ଗଜପତିଙ୍କ କାର୍ଯ୍ୟାଳୟ କହିଛି ଯେ ୧୯୬୦ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଆସିଛି । ସେବେଠାରୁ ସରକାର ଗଜପତିଙ୍କ ଠାରୁ ପରିଚାଳନାର ସମସ୍ତ ଦାୟିତ୍ୱ କାଢି ନେଇଛନ୍ତି । ଶ୍ରୀମନ୍ଦିର କୌଣସି ପ୍ରଶାସନିକକ ଦାୟିତ୍ୱ ଗଜପତି ବହନ କରୁଛନ୍ତି । ଗଜପତି ମହାରାଜଙ୍କର କୌଣସି ଅଧିକାର କି ଦାୟିତ୍ୱ ନାହିଁ । ସେ କେବଳ ଆଦ୍ୟ ସେବକ ଓ ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ସେବା କରୁଛନ୍ତି । ତାଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବସେ । କିନ୍ତୁ ଦୈନନ୍ଦିନ ପରିଚାଳନା ଦାୟିତ୍ୱ ପ୍ରଶାସନ ଉପରେ ନ୍ୟସ୍ତ ରହିଛି । ସଦାସର୍ବଦା ବାସ୍ତବ ସ୍ଥିତି ନେଇ ଗଜପତି ସ୍ପଷ୍ଟୀକରଣ ଦିଅନ୍ତି । ତେଣୁ ଏଭଳି ଭ୍ରାନ୍ତ ଧାରଣା ଅନୁଚିତ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

https://www.onakhabar.com/bijaya-critisized-puri-gajapati/