OnaKhabar

ବିଦ୍ୟୁତ ଖୁଣ୍ଟ ମରାମତି ହେଲା କାଳ, ଜିଅନ୍ତା ଜଳିଲେ ଯୁବକ

92

ଯାଜପୁର: ବିଦ୍ୟୁତ ଖୁଣ୍ଟ ମରାମତି କରୁଥିବା ବେଳେ ଜଣେ ଠିକା ଶ୍ରମିକ ଜିଅନ୍ତା ଜଳି ଯାଇଥିବାର ଅଭିଯୋଗ ହୋଇଛି | ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବେତଣ୍ଡା ଗ୍ରାମରେ | ମୃତ ଶ୍ରମିକ ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ରାଇସୁଆଁ ଥାନା ମହାଦେଇପୁରର ଚର୍ତୁଭୂଜ ସେଟ୍ଟୀଙ୍କ ୨୪ ବର୍ଷୀୟ ପୁଅ ଦିନବନ୍ଧୁ ସେଟ୍ଟୀ | ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବେତଣ୍ଡା ଗ୍ରାମରେ ପାଣି ଟାଙ୍କି କାମ ଚାଲିଥିଲା । ଏହି କାମରେ ଦିନବନ୍ଧୁ ସେଟ୍ଟୀ ବିଦ୍ୟୁତ ସଂଯୋଗ ଦାୟିତ୍ୱରେ ଥିଲେ । ଆଜି ଅପରାହ୍ନରେ ଦିନବନ୍ଧୁ ଉଚ୍ଚ କ୍ଷମତା ଥିବା ବିଦ୍ୟୁତ ଖୁଣ୍ଟରେ ଚଢ଼ି ପାଣି ଟାଙ୍କିକୁ ବିଦ୍ୟୁତ ସଂଯୋଗ କରୁଥିଲେ । ଲାଇନ୍‌ କାଟି ସେ ଖୁଣ୍ଟରେ ଚଢ଼ି ଥିଲେ ସୁଦ୍ଧା ଏହି ସମୟରେ ତାରରେ ହାଠତ୍‌ ବିଦ୍ୟୁତ ଚାଲି ଆସିଥିଲା, ଫଳରେ ଘଟଣାସ୍ଥଳରେ ସେ ଜୀଅନ୍ତା ଜଳି ଯାଇଥିଲେ । ଖବର ପାଇ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ପରିବାରଙ୍କୁ ଖବର ଦେବା ସହିତ ଦିନବନ୍ଧୁଙ୍କ ଶବକୁ ଜବତ କରି ଧର୍ମଶାଳା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ତେବେ ଲାଇନ କଟା ଯାଇଥିଲେ ମଧ୍ୟ କିପରି ହଠାତ୍ ଉକ୍ତ ତାରକୁ ଲାଇନ ଆସିଲା ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

https://www.onakhabar.com/rapist-arrested-by-khandagiri-police/