OnaKhabar

ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ହେଲା ଭାଇରାଲ

0 45

ନୂଆଦିଲ୍ଲୀ: ସବୁବେଳେ ଚର୍ଚ୍ଚାରେ ରହୁଥିବା ପ୍ରଧନମନ୍ତ୍ରୀ ନରେନଦ୍ର ମୋଦୀ ଏଥର ପୁଣି ଚର୍ଚ୍ଚାକୁ ଆସିଛନ୍ତି | ତେବେ ଏଥର ସେ ତାଙ୍କ ରାଜନୈତିକ କାରଣ ଲାଗି ନୁହେଁ ବରଂ ନିଜ ନୂଆ ଲୁକ ବା ରୂପ ଲାଗି ଚର୍ଚ୍ଚାକୁ ଆସିଛନ୍ତି | ତାଙ୍କର ଏହି ନୂଆ ଲୁକ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ଆଉ ସବୁଠାରୁ ବଡ କଥା ହେଉଛି, ଫଟୋ ପୋଷ୍ଟ ହେବାର ମାତ୍ର ୬ ଘଣ୍ଟା ମଧ୍ୟରେ ମୋଦିଙ୍କ ଏହି ନୂଆ ଫଟୋକୁ ୧୦ ଲକ୍ଷ ଲାଇକ୍ସ ମିଳିଛି । ତେବେ ଏହି ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ପାଦରେ ଚପଲ ପିନ୍ଧିଛନ୍ତି ଏବଂ ମୋଦିଙ୍କ ହାତରେ ରହିଛି କିଛି ନୋଟ୍ ବୁକ୍ ଏବଂ ଫାଇଲ୍ । ପୋର୍ଟ ବ୍ଲେୟରରେ ଉଠାଯାଇଥିବା ମୋଦିଙ୍କ ଏହି ଫଟୋରେ କ୍ୟାପସନ ରହିଛି, ‘ସୁନ୍ଦର ପୋର୍ଟ ବ୍ଲେୟରରେ ଏକ ସକାଳ । ସୂର୍ଯ୍ୟଦୋୟର ସମୟ ଏବଂ ପାରମ୍ପରିକ ପୋଷାକ । ଆମର ସ୍ୱତନ୍ତ୍ରତା ସଂଗ୍ରାମର ସାହସୀ ନାୟକ, ଯେଉଁମାନେ ସ୍ୱାଧୀନତା ପାଇଁ ନିଜ ଜୀବନ ଦେଇଛନ୍ତି ।’ ମୋଦିଙ୍କ ଫଟୋରେ କିଛି ଏହିଭଳି କ୍ୟାପସନ୍ ଥିବା ଦେଖିବାକୁ ମିଳିଛି ।

https://www.onakhabar.com/pm-modi-to-inaugurate-bogibeel-bridge-today/

 

Leave A Reply

Your email address will not be published.