OnaKhabar

ଭୟାବହ ଅଗ୍ନିକାଣ୍ଡରେ ୩୦ ଜନ୍ତୁ ଜୀବନ୍ତ ଦଗ୍ଧ

0 26

ଭଦ୍ରକ: କ।ଲି ରାତିରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଜୋରାଗୋଡିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି ୩୦ଟି ଜନ୍ତୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗୁହାଳ ଓ ରୋଷେଇ ଘର ସଂପୂର୍ଣ୍ଣ ଭାବରେ ଜଳି ଯାଇଥିବା ଖବର ମିଳିଛି । ଫଳରେ ଗୁହାଳରେ ଥିବା ପ୍ରାୟ ୨୫ଟି ଛେଳି ସମେତ ୫ ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିକାଣ୍ଡରେ ୪ ଟି ଧାନଗଦା ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବହତା ଖୁବ ପ୍ରଖର ଥିଲା । ତେବେ ନିଆଁ ଲାଗିବା ନେଇ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.