OnaKhabar

ପାରିବାରିକ କଳହର କୁପରିଣତି, ସ୍ୱାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗଲା ପ୍ରାଣ

0 13

ଗଣିଆ : ପୁଣି ପଦାକୁ ଆସିଲା ବଧୁ ହତ୍ୟା ଅଭିଯୋଗ | ପାରିବାରିକ କଳହ ଲାଗି ଏହି ହତ୍ୟା ହୋଇଥିବାର ଅଭିଯୋଗ ହୋଇଛି | ଏପରି ନିନ୍ଦନୀୟ ଘଟମା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମରେ । ପାରିବାରିକ କଳହକୁ କେନ୍ଦ୍ରକରି ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ସୂର୍ଯ୍ୟମଣୀ ସାହୁଙ୍କ ପତ୍ନୀ ସଖୀ ମହାରଣା | ସୁଚନାନୁଯାୟୀ, ୧୦ ବର୍ଷ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲେ । ବିବାହ ପରେ ପରିବାର ଓ ଦୁଇ ପିଉସୀଙ୍କ ପ୍ରରୋଚନାରେ ସୂର୍ଯ୍ୟମଣୀ ସବୁବେଳେ ସଖୀଙ୍କୁ ମାରଧର କରିବା ସହ ବିଭିନ୍ନ ନିର୍ଯାତନା ଦେଇ ଆସୁଥିଲେ । ମାତ୍ର ଆଜି ପୂର୍ବାହ୍ଣ ୭ଟାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବାବେଳେ ସୂର୍ଯ୍ୟମଣୀ ଏକ ଟାଙ୍ଗିଆରେ ସଖୀଙ୍କ ମୁଣ୍ତ ପଛପାଖକୁ ଚୋଟ ପକାଇଥିଲେ । ଘଟଣାସ୍ଥଳରେ ସଖୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସଖୀଙ୍କ ଭିଣୋଇ ରବୀନ୍ଦ୍ର ସାହୁ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ତେବେ ବର୍ତ୍ତମାନ ସୂର୍ଯ୍ୟମଣୀ ଫେରାର୍‌ ହୋଇଯାଇଥିବା ବେଳେ ଅଭିଯୋଗ ପାଇ ପୁଲିସ୍‌ ଶବ ଜବତ କରିଥିଲା ।
ତେବେ, ଥାନାଧିକାରୀ ଶ୍ରୀ ଖଣ୍ଡାୟତରାୟ କହିଛନ୍ତି ଯେ, ସଖୀ ପ୍ରଥମେ ଅନ୍ୟତ୍ର ବିବାହ କରିଥିଲେ । ବିବାହର କିଛିମାସ ପରେ ସେ ମାଉସୀ ପୁଅ ସୂର୍ଯ୍ୟମଣୀଙ୍କ ସହ ପଳାଇ ଆସିଥିଲେ । ସ୍ବାମୀଙ୍କ ସମେତ ପରିବାର ଲୋକ ବିଭିନ୍ନ ସମୟରେ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ସୂର୍ଯ୍ୟମଣୀର ଅନ୍ୟତ୍ର ସମ୍ପର୍କ ଥିବା ନେଇ ବିଭିନ୍ନ ସମୟରେ ପାରିବାରିକ ଅଶାନ୍ତି ଦେଖା ଦେଉଥିଲା । ତେବେ, ତଦନ୍ତ ପରେ ଘଟଣା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି । ତେବେ ତାଙ୍କର ଏଭଳି ଅମାନୁଷିକ ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି |

https://www.onakhabar.com/again-shelter-home-rape-story/

Leave A Reply

Your email address will not be published.