OnaKhabar

ରକ୍ଷକ ଆଜି ଭକ୍ଷକ ହୋଇଛନ୍ତି , ପ୍ରଜାତନ୍ତ୍ରରେ ଏପରି କଥା ବହୁତ ନିନ୍ଦନୀୟ-ଧର୍ମେନ୍ଦ୍ର ପ୍ରଧାନ

0 13

ଭୁବନେଶ୍ୱର: ଶ୍ରୀମନ୍ଦିରରେ ନାବାଳିକାଙ୍କ ସହ ହୋଇଥିବା ଅସଦାଚରଣ ମାମଲାକୁ କଡା ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ରକ୍ଷକ ଆଜି ଭକ୍ଷକ ହୋଇଛନ୍ତି । ପ୍ରଜାତନ୍ତ୍ରରେ ଏପରି କଥା ବହୁତ ନିନ୍ଦନୀୟ । ଓଡିଶାରେ ଶାସନ ଦାୟିତ୍ୱ ଆଜି କଳାପାହଡ ମାନଙ୍କ ହାତକୁ ଚାଲିଯାଇଛି । ଲୋକେ ଏଥର ଏମାନଙ୍କୁ ବାହର କରିବେ ।

 ଓଡିଶାରେ ଶାସନ ଦାୟିତ୍ୱ ଆଜି କଳାପାହଡ ମାନଙ୍କ ହାତକୁ ଚାଲିଯାଇଛି
 ରାଜ୍ୟରେ ଏକ ସ୍ୱେଚ୍ଛାଚାରୀ, ସମ୍ବେଦନହୀନ ସରକାର ଚାଲିଛି
 ପିପିଲିର ପୀଡିତା ବେବିନା ଦୁଷ୍କର୍ମ ମାମଲାରେ ୨ ଦିନ ତଳେ କ୍ରାଇମବ୍ରାଂଚ ଏଡିଜି ସନ୍ତୋଷ ଉପାଧ୍ୟକ୍ଷ
ଗଣମାଧ୍ୟମରେ ଯେପରି ବକ୍ତବ୍ୟ ଦେଲେ ସେ ମନ୍ତବ୍ୟ ନିଲର୍ଜତା ଓ ଅହଂକାରର ମନ୍ତବ୍ୟ

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ରାଜ୍ୟରେ ଏକ ସ୍ୱେଚ୍ଛାଚାରୀ, ସମ୍ବେଦନହୀନ ସରକାର ଚାଲିଛି । ଏହାକୁ ବଦଳାଇବାକୁ ପଡିବ । ଓଡିଶାରେ ଆଇନଶୃଙ୍ଖଳା ଏବେ ସ୍ୱେଚ୍ଛାଚାରୀ ମାନଙ୍କ ହାତକୁ ଚାଲିଯାଇଛି । ବିଶେଷ କରି ପିପିଲିର ପୀଡିତା ବେବିନା ଦୁଷ୍କର୍ମ ମାମଲାରେ ୨ ଦିନ ତଳେ କ୍ରାଇମବ୍ରାଂଚ ଏଡିଜି ସନ୍ତୋଷ ଉପାଧ୍ୟକ୍ଷ ଗଣମାଧ୍ୟମରେ ଯେପରି ବକ୍ତବ୍ୟ ଦେଲେ ସେ ମନ୍ତବ୍ୟ ନିଲର୍ଜତା ଓ ଅହଂକାରର ମନ୍ତବ୍ୟ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଜଣେ ଦଳିତ ଝିଅକୁ ନ୍ୟାୟ ମିଳିଲା ନାହିଁ । ଦୁଷ୍କର୍ମ କରିଥିବା ଲୋକ ଶାସକ ଦଳର ଓ ମନ୍ତ୍ରୀଙ୍କ ପାଖଲୋକ । ମନ୍ତ୍ରୀଙ୍କ ଘରୁ ଅପରାଧୀ ମିଳିଲେ । ଏହି ଘଟଣାରେ ଜଣେ ପୋଲିସ ଅଧିକାରୀ ନିଲମ୍ବିତ ହେଲେ । କ୍ରାଇମବ୍ରାଂଚ ଯୋଜନା କରି ଶାସକ ଦଳ ଲୋକଙ୍କୁ ଖସାଇ ଦେଲା ବୋଲି ସେ କହିଛନ୍ତି ।
https://www.onakhabar.com/dharmendra-alliagetes-on-state-govt/

Leave A Reply

Your email address will not be published.