OnaKhabar

ଓଡିଶା ଲୁଟର ଦାନବମାନେ ମାନ୍ୟବରଙ୍କ ଘରେ ଓ ବ୍ୟବସ୍ଥାରେ ରହିଛନ୍ତି-ଧର୍ମେନ୍ଦ୍ର ପ୍ରଧାନ

70

ଭୁବନେଶ୍ୱର: ଚିଟଫଣ୍ଡ, ଖଣି ଦୁର୍ନୀତି, ପିସି କାରବାରର ଦାନବକୁ କିଏ ଦାନବ ଦେଉଛି । ଛୋଟ ଦାନବ ସରୋଜ ସାହୁର ତାର କେଉଁ ଯାଏଁ ଲମ୍ବିଛି । ଓଡିଶା ଲୁଟ୍ର ଦାନବ ମାନ୍ୟବରଙ୍କ ଘରେ ଓ ମାନ୍ୟବରଙ୍କ ବ୍ୟବସ୍ଥାରେ ରହିଛନ୍ତି । ଏସବୁ ବିଷୟ ଓଡିଆ ଲୋକଙ୍କର ଜାଣିବାର ଅଛି । ଜବାବ ମାଗିବାର ସମୟ ଆସିଛି । ଯେଉଁମାନେ ଓଡିଶାକୁ ଲୁଟ୍ କରିବାର ଚିଠା କରିଛନ୍ତି ସେମାନେ ଏବେ ପିଠା କରୁଛନ୍ତି । ସରକାରଙ୍କ ପିଠା ବାସି ପିଠା ଏହି ପିଠାରେ ପିସିର ପୁର ରହିଛି । ଏହି ବାସୀ ପିଠାକୁ ଫିଙ୍ଗିବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ରାଜ୍ୟରେ ରହିଥିବା ଭ୍ରଷ୍ଟାଚାରୀ, ଅପାରଗ, ସ୍ଥାଣୁ ଓ ମିଛୁଆ ସରକାରକୁ ପରିବର୍ତନ କରିବାର ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

• ଯେଉଁମାନେ ଓଡିଶାକୁ ଲୁଟ୍ କରିବାର ଚିଠା କରିଛନ୍ତି ସେମାନେଏବେ ପିଠା
କରୁଛନ୍ତି
• ସରୋଜ ସାହୁର ତାର କେଉଁ ଯାଏଁ ଲମ୍ବିଛି, ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ
ଜବାବ୍ ମାଗୁଛି ବାଲେଶ୍ୱର, ଜବାବ୍ ମାଗୁଛି ନୀଳଗିରି
• କଳା ପାହଡ ମାନଙ୍କ ଘେରାବନ୍ଦୀର ଆଜି ଓଡିଶା ଲୁଟ ଚାଲିଛି
• ୧୯ ବର୍ଷ ସରକାରରେ ରହିଥିବାର ଦମ୍ଭ ମାରୁଥିବା ମୁଖ୍ୟମନ୍ତ୍ରୀ ଡାକ୍ତରଖାନାକୁ ଡାକ୍ତର, ବିଦ୍ୟାଳୟକୁ
ଶିକ୍ଷକ, ଜମିକୁ ଜଳସେଚନ, ପିଇବାପାଣି ଓ ଗରିବଙ୍କ ମୁଣ୍ଡ ଉପରେ ଛାତ ଦେବାରେ ବିଫଳ ହୋଇଛନ୍ତି
• ସାରା ଓଡିଶାରେ ଏବେ ପରିବର୍ତନର ହାୱା ବହିଲାଣି , ଓଡିଶାରୁ ନବୀନ ସରକାରକୁ ହଟିବ ଓ ମୋଦି
ସରକାର ଆସିବ
• ପିପିଲି ଘଟଣାରେ ମନ୍ତ୍ରୀ ପ୍ରଦୀପ ମହାରଥୀ ପୀଡିତାକୁ ନ୍ୟାୟ ମିଳିଲା ବୋଲି କହୁଥିବା ବେଳେ ଅନ୍ୟଜଣେ
ମନ୍ତ୍ରୀ ମହେଶ୍ୱର ମହାନ୍ତି ବିରୋଧୀ ରାଜନୀତି କରୁଛନ୍ତି ବୋଲି କହୁଛନ୍ତି
• ରାଜ୍ୟରେ ଅନ୍ଧାରୀ ଶାସନ ଚାଲିଛି, ପିପିଲି ଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି
• ବିଜେପି ସରକାର ଆସିଲେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ
• ଭଣ୍ଡାରୀପୋଖରୀରେ ଟେକ୍ସଟାଇଲ ପାର୍କ ନିର୍ମାଣ ଖୁବଶୀଘ୍ର ଆରମ୍ଭ ହେବ
• ରାଜ୍ୟରେ ମଣ୍ଡି ଖୋଲିନି, ସରକାର ଓ ମିଲର ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି

ଧାମନଗର ଓ ନୀଳଗିରିରେ ଅନୁଷ୍ଠିତ ଜନପରାମର୍ଶ ପଦଯାତ୍ରାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କଳାପାହଡ ମାନଙ୍କ ଘେରାବନ୍ଧୀର ଆଜି ଓଡିଶା ଲୁଟ ଚାଲିଛି । ୧୯ ବର୍ଷ ସରକାରରେ ରହିଥିବାର ଦମ୍ଭ ମାରୁଥିବା ମୁଖ୍ୟମନ୍ତ୍ରୀ ଡାକ୍ତରଖାନାକୁ ଡାକ୍ତର, ବିଦ୍ୟାଳୟକୁ ଶିକ୍ଷକ, ଜମିକୁ ଜଳସେଚନ, ପିଇବାପାଣି ଓ ଗରିବଙ୍କ ମୁଣ୍ଡ ଉପରେ ଛାତ ଦେବାରେ ବିଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତାରେ ଆଜି
ଲୋକମାନେ ପେସି ହୋଇଗଲେଣୀ । ସାରା ଓଡିଶାରେ ଏବେ ପରିବର୍ତନର ହାଓା ବହିଲାଣୀ । ଓଡିଶାରୁ ନବୀନ ସରକାରକୁ ହଟିବ ଓ ମୋଦି ସରକାର ଆସିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡିଶାରେ ଅନ୍ଧାରୀ ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଘର ଠାରୁ ମାତ୍ର ୨୦-୨୫ କିଲୋମିଟର ଦୂରରେ ଜଣେ ଦଳିତ ଝିଅକୁ ଦୁଷ୍କର୍ମ କରାଗଲା । ଘଟଣାରେ ତଦନ୍ତ କ୍ରାଇମବ୍ରାଂଟ କଲା । ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତ ମାନଙ୍କୁ ଖସାଇବାରେ ସାହାଯ୍ୟ କଲା । ଏହାପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ପୀଡିତକୁ ନ୍ୟାୟ ମିଳିଲା ବୋଲି କହୁଥିବା ବେଳେ ଅନ୍ୟଜଣେ ମନ୍ତ୍ରୀ ମହେଶ୍ୱର ମହାନ୍ତି ବିରୋଧୀ ରାଜନୀତି କରୁଛନ୍ତି ବୋଲି କହୁଛନ୍ତି । ଅନ୍ୟପଟେ ତଦନ୍ତକାରୀ ସଂସ୍ଥାର ଏଡିଜି ଉପରକୋର୍ଟ ଯିବାର ଅଲାଜୁକ ବକ୍ତବ୍ୟ ଦେଉଛନ୍ତି ଏ ସମସ୍ତ ପ୍ରସଙ୍ଗରେ ଜବାବ ମାଗିବାର ସମୟ ଆସିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପିପିଲିର ଦଳିତ ଝିଅ ବେବିନା ଦୁଷ୍ମର୍ମ ହେଲା । ଏହି ଘଟଣାରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଘରୁ ଅଭିଯୁକ୍ତ ବନ୍ଧା ହେଲେ । ସରକାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଲେ । ନବୀନଙ୍କ କ୍ରାଇମବ୍ରାଂଚ ଲିପାପୋତା କାମ କରିବାରୁ ଅଭିଯୁକ୍ତ ନିର୍ଦ୍ଦୋସରେ ଖଲାସ ହେଲେ । ଏବେ ଅଲାଜୁକ ଭାବେ କ୍ରାଇମବ୍ରାଂଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଉପରୁ କୋର୍ଟକୁ ଯିବାକୁ କହୁଛନ୍ତି । ତଳ କୋର୍ଟରେ ସେମାନେ କଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଯଦି ଟିକେ ହେଲେ ନୈତିକତା ଥାଏ ତାହାହେଲେ ଏହି ମାମଲାକୁ ସିବିଆଇକୁ ଦେବାକୁ ସେ ଦାବି କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗତକାଲି ଏ ସରକାର ମହାପ୍ରଭୁ ଜଗନ୍ନାଥଙ୍କୁ ୧୪ ଘଂଟା ଉପବାସରେ ରଖିଛନ୍ତି । ଯେଉଁ ସରକାର ମହାପ୍ରଭୁଙ୍କୁ ଠିକ୍ ସେ ଚଳାଇ ପାରୁନାହାନ୍ତି ସେ ରାଜ୍ୟ କିପରି ଚଳାଇବେ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆଜି ଭଦ୍ରକ ଜିଲାରେ ବହୁ ସମସ୍ୟା ରହିଛି । ବିଜେପି ସରକାର ଆସିଲେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ତାର ପ୍ରାଥମିକ କାମ ହେବ । ଏଥିସହ ଭଣ୍ଡାରୀପୋଖରୀରେ ଟେକ୍ସଟାଇଲ ପାର୍କ ନିର୍ମାଣ ଖୁବଶୀଘ୍ର ଆରମ୍ଭ ହେବ । ଓଡିଶାର ସ୍ୱାଭିମାନ ସହ ଭଦ୍ରକ ମାଟିର ବେଶ ସମ୍ପର୍କ ରହିଛି । ଏହି ଜିଲାରୁ ୨ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ରହିଥିଲେ ମଧ୍ୟ ଜିଲାର ବିକାଶ ଆଜି ବହୁ ପଛରେ ପଡିଥିବା ବେଳେ ମୁଖ୍ୟମନ୍ତ୍ରୀ ମିଛ ବାହାସ୍ପୋଟ ମାରୁଛନ୍ତି । ନିରଞ୍ଜନ ବେହୁରିଆ ନାମକ ଜଣେ ବ୍ୟକ୍ତି ତାଙ୍କ ନିକଟରେ କରିଥିବା ଅଭିଯୋଗକୁ ଉଦ୍ଧୃତ କରି ସେ କହିଲେ ଯେ, ଆଜି ଜିଲାରେ ଗରିବ ମା, ଭାଇ, ଉଭଣୀ ମାନେ ଘର ପାଇବାରୁ ବଂଚିତ ହୋଇଛନ୍ତି । ଜିଲାରେ ମୋଟ
୮୫,୬୧୩ ଘର ନିର୍ମାଣ ହୋଇଥିବା ବେଳେ ସେଥିରୁ ମୋଦି ସରକାରଙ୍କ ଅର୍ଥରେ ହୋଇଛି ୭୪ ହଜାର ୭୯୯ଟି ଘର । ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ କହୁଥିବା ମୁଖ୍ୟମନ୍ତ୍ରୀ ମାତ୍ର ବନାଇଛନ୍ତି ୧୦,୮୧୯ଟି ଘର । ଶାସକ ଦଳର ବିଧାୟକ ଓ କୁଜିନେତା ମାନଙ୍କୁ ଟଙ୍କା ଦେଇ ନ ପାରିବା ହେତୁ ଆଜି ଗରିବ ମାନେ ଘର ପାଇବାରୁ ବଂଚିତ ହୋଇଛନ୍ତି । ସେହିପରି ପ୍ରତ୍ୟେକଙ୍କ ଘରେ ପାଇଖାନା ନିର୍ମାଣ ପାଇଁ ମୋଦି ସରକାର ୧୨ ହଜାର ଟଙ୍କା ଲେଖାଁଏ ଦେଉଥିଲେ ମଧ୍ୟ ଏହାର ସୁଫଳ ଗରିବ ମାନେ ପାଇପାରୁନାହାନ୍ତି । ଗରିବଙ୍କ ପାଇଁ ଦାଉ ସାଜୁଛନ୍ତି ନବୀନ ବାବୁ ।  ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଘରେ ଜନ୍ମ ହୋଇଥିବା ହେତୁ ସେ ଗରିବଙ୍କ ପାଇଁ ଯୋଜନା ବନାଉଥିବା ବେଳେ ସୁନାଚାମଚ ମୁହଁରେ ଧରି ଜନ୍ମ ନେଇଥିବା ମାନ୍ୟବର ଗରିବଙ୍କ କଥା ଭୁଲିଯାଇଛନ୍ତି । ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା କେବଳ ଚିଠି ଲେଖି ବାହାସ୍ପୋଟ ମାରୁଛନ୍ତି ହେଲେ ନିଜ କ୍ୟାବିନେଟରେ ସାଂକେତିକ ଭାବେ ମାତ୍ର ଜଣଙ୍କୁ ମନ୍ତ୍ରୀ ଭାବେ ରଖିଛନ୍ତି । ବାହାପିଆ ଲୋକ ମୁହଁରେ ବ୍ରଣ ହେଲେ
ଛାଇ ପଡିବା ପରି ନବୀନ ବାବୁ ମନ୍ତବ୍ୟ ଦେଉଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ କୋଚିଳା ନଦୀର ଦଶାପାରିଠାରେ ବ୍ୟାରେଜ ନିର୍ମାଣର ଘୋଷଣା କରିଥିଲେ ତାହା ଆଜି ଯାଏଁ ହୋଇପାରିଲାନାହିଁ । ଜିଲାରେ ମୋଟ ୧୬୬ ସାଙ୍ଗସନ ଡାକ୍ତରୀ ପଦବୀ ଥିବାବେଳେ ମାତ୍ର ୫୯ ଜଣ ଡାକ୍ତର ଅଛନ୍ତି । ୭ଟି ସିଏଚସିରୁ ୪ ଟିରେ ମେଡିକାଲ ଅଫିସର ନାହାନ୍ତି । ଜିଲାର ୫୦ ପିଏଚସି ମଧ୍ୟରୁ ୧୪ ଟି ପିଏଚସିରେ ଡାକ୍ତର ନାହାନ୍ତି । ହକି ଖେଳ ନାଁରେ ସିନେମା ତାରକାଙ୍କ ପାଇଁ ଟଙ୍କା ଅଛି କିନ୍ତୁ ଶିକ୍ଷକ ପାଇଁ ଟଙ୍କା ନାହିଁ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟରେ ଏଯାଏଁ ମଣ୍ଡି ଖୋଲିଲାନାହିଁ । ମୋଦି ସରକାରଙ୍କ ଚାଷୀଙ୍କ ପାଇଁ ଧାନ କୁଇଟାଂଲ ପିଛା ୧୭୫୦ ଟଙ୍କା ଦେଉଛନ୍ତି, ଚାଷୀ କିନ୍ତୁ ଓଡିଶାରେ ୧୦୦୦-୧୨୦୦ ଟଙ୍କାରେ ଧାନ ବିକୁଛି । ସରକାର ଓ ମିଲର ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟୁଛନ୍ତି ଧାନ ସମ୍ପର୍କରେ କିଛି କହୁନାହାନ୍ତି କେବଳ ଆନ୍ଦୋଳନର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନିଜ କର୍ମୀମାନଙ୍କୁ କାମ ଦେବା ନାଁରେ କେ୨ ମାଧ୍ୟମରେ କୋଟିକୋଟି ଟଙ୍କା କାମ ନାଁରେ ବାଂଟିବାରେ ଲାଗିଛନ୍ତି ସରକାର । ଏ ସମସ୍ତ ପ୍ରସଙ୍ଗରେ ଆଜି ଜବାବ ମାଗିବାର ସମୟ ଆସିଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।