OnaKhabar

ଶୀତର ମଜା ଉଠାନ୍ତୁ ଚିକେନ ଭାଜି ଖାଇ, ଜାଣିନିଅନ୍ତୁ ପ୍ରଣାଳୀ…

0 3

ଭୁବନେଶ୍ୱର: ଶୀତଦିନରେ ସାଧା ଖାଦ୍ୟ ଯେତେ ଖାଇବେ ଶରୀର ପାଇଁ ସେତେ ଉପକାରୀ | କିନ୍ତୁ ଶୀତରେ ଟିକେ ଆମୀଷ ବା ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଭଲ ଲାଗେ | ତେବେ ଆସନ୍ତୁ ଜଣିବା ଗ୍ରେନମଟର ଚିକେନ ଭାଜି |
ଆବଶ୍ୟକ ସାମଗ୍ରୀ: ଚିକେନ୍, କଟା ପିଆଜ, ଗ୍ରୀନ୍‌ ମଟର, ଗରମ ମସଲା, ତେଲ, ଲୁଣ, ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଧୋଇ ଦେଇ ସେଥିରେ ଦହି ଗୋଳେଇ ଦେଇ କିଛି ସମୟ ରଖି ଦିଅନ୍ତୁ । ତା’ପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଅଳ୍ପ ଭାଜି ହୋଇଯିବା ପରେ ସେଥିରେ ଗ୍ରୀନ୍‌ ମଟର ପକାଇ ଭାଜନ୍ତୁ । ପିଆଜ ଓ ମଟର ଭଲ ଭାବେ ଭାଜି ହୋଇଯିବା ପରେ ଦହି ଗୋଳା ହୋଇ ରହିଥିବା ଚିକେନ୍‌କୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ । ଏହାପରେ ସେଥିରେ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଲଙ୍କା ଗୁଣ୍ଡ ଓ ଗରମ ମସଲା ପକାଇ କଷନ୍ତୁ । ମାଂସ କଷି ହୋଇଯିବା ପରେ ସେଥିରେ ଅଳ୍ପ ପାଣି ଦେଇ ଢାଙ୍କୁଣୀ ଘୋଡ଼େଇ ଦିଅନ୍ତୁ । ମାଂସ ସିଝିଯିବା ପରେ ସେଥିରେ ଧନିଆ ପତ୍ର ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ‘ଗ୍ରୀନ୍‌ ମଟର ଚିକେନ୍‌ ଭାଜି’।

https://www.onakhabar.com/follow-these-things-to-keep-healthy-your-teeth/

 

Leave A Reply

Your email address will not be published.