OnaKhabar

ଶ୍ରୀମନ୍ଦିର ନାବାଳିକା ଅସଦାଚରଣ ଘଟଣା: ନିଲମ୍ବିତ ହେଲେ କନେଷ୍ଟବଳ ଛୁକେଶ ମେହେର

0 16

ପୁରୀ: ଆଜି ସକାଳୁ ପୁରୀରେ ହୋଇଥିବା ଅସଦାଚରଣ ଅଭିଯୋଗ ଆସିବା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା | ଶ୍ରୀମନ୍ଦିର ଭିତରେ ଜଣେ ନାବାଳିକାକୁ ଜଣେ ପୁଲିସ ଅସଦାଚରଣ କରିଥିଲେ | ଫଳରେ ନାବାଳିକା ଓ ତାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ | ଅଭିଯୋଗ ହେବା ପରେ ସଂପୃକ୍ତ ଅଭିଯୁକ୍ତ କନ୍‌ଷ୍ଟେବଲ୍‌ ନିଲମ୍ବିତ କରାଯାଇଥିବା ଜଣା ପଡିଛି । ଅଭିଯୁକ୍ତ ପୁଲିସ ଜଣଙ୍କ ହେଉଛନ୍ତି କନଷ୍ଟେବଳ ଛୁକେଶ ମେହେର | ସୂଚନାନୁଯାୟୀ, ପୁଲିସ ଦ୍ୱାରା ଚିହ୍ନଟ ହେବା ପରେ ଅଭିଯୁକ୍ତ କନ୍‌ଷ୍ଟେବଲ୍‌ ଚାକିରିରୁ ନିଲମ୍ବିତ କରାଯାଇଛି । ନୂଆ ବର୍ଷ ଡ୍ୟୁଟି ପାଇଁ ଛୁକେଶ ମେହେର କୋରାପୁଟ୍‌ରୁ ଆସିଥିଲା । ଆଇଆରବି ୯ମ ବାଟାଲିଅନ୍‌ର କନ୍‌ଷ୍ଟେବଲ୍‌ ଡ୍ୟୁଟି ସମୟରେ ନିଜ ପିତାମାତାଙ୍କ ସହିତ ବାହାରକାଠ ନିକଟରେ ଦର୍ଶନ କରୁଥିବା ବେଳେ ଅଭିଯୁକ୍ତ କନ୍‌ଷ୍ଟେବଲ ଅସଦାଚରଣ କରିଥିଲା । ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଖୁବ୍‌ ଶୀଘ୍ର ଗିରଫ କରିପାରେ ବୋଲି ସୂଚନା ମିଳୁଛି ।

https://www.onakhabar.com/a-minor-girl-allegedly-misbehaved-by-a-policeman-in-puri-temple/

 

Leave A Reply

Your email address will not be published.