OnaKhabar

ଦାଉ ସାଜୁଛି ପ୍ରକୃତି, ରାଜ୍ୟ ଶୀତରେ ଥରୁଥିବା ବେଳେ ପୁଣି ହେବ ୨୪ ଘଣ୍ଟା ମଧ୍ୟରେ ବର୍ଷା

0 14

ଭୁନନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ଶୀତର ପ୍ରକୋପ ଥିବାବେଳେ ବର୍ଷା ଦାଉ ସାଜିବ ବୋଲି ସୂଚନା ମିଳୁଛି । ତେବେ ଶୀତର ପ୍ରଭାବ ଅଧିକ ଥିବା ବେଳେ ୨୯ ତାରିଖରୁ ପୁଣି ଆହୁରୁି ଶୀତର ପ୍ରକୋପ ବଢ଼ିବ ବୋଲି ଜଣା ପଡିଛି । ୨୯ରୁ ଜାନୁଆରୀ ୨ ଯାଏଁ ପାରଦ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ବୋଲି ପ୍ରକାଶ ପାଉଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ୫ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି ତାପମାତ୍ରା । ଅନୁଗୋଳରେ ତାପମାତ୍ରା ୯.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୯.୧ ଡିଗ୍ରୀ, ଦାରିଙ୍ଗିବାଡ଼ି ୧୦ ଡିଗ୍ରୀ, ବାଲେଶ୍ୱର ୧୦ ଡିଗ୍ରୀ, ଭଦ୍ରକରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

https://www.onakhabar.com/cyclone-phethai-likely-to-form-into-a-low-pressure-system-within-next-12-hours/

Leave A Reply

Your email address will not be published.