OnaKhabar

ଖୋଲିଲା ଶ୍ରୀମନ୍ଦିର କବାଟ, ଖୁସି ହେଲେ ଶ୍ରଦ୍ଧାଳୁ

0 1

ପୁରୀ: ଶେଷରେ ବହୁ ବିବାଦ ପରେ ଖୋଲିଲା ଶ୍ରୀମନ୍ଦିରର କବାଟ | ଗୁରୁବାର ପୁଲିସ ଓ ସେମାୟତଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦର ସମାଧାନ ପରେ ଶ୍ରୀମନ୍ଦିରର ଭିତର କବାଟ ଆଜି ସନ୍ଧ୍ୟାରେ ଖୋଲି ଥିବାର ସସୂଚନା ମିଳିଛି । ଶ୍ରୀମନ୍ଦିର ଭିତର କବାଟ ପ୍ରାୟ ସାଢ଼େ ୧୩ ଘଣ୍ଟା ପରେ ଖୋଲିଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ଦେଖାଯାଇଛି । ଭକ୍ତମାନେ ବିଳମ୍ବିତ ରାତି ଯାଏଁ ଶ୍ରୀଜିଉଙ୍କ ଦଶର୍ନ ପାଇପାରିବେ ବୋଲି ଜଣା ପଡିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଯେପରି କୌଣସି ଭକ୍ତ ଶ୍ରୀଜିଉଙ୍କ ଦର୍ଶନରୁ ବଂଚିତ ନ ହୁଅନ୍ତି ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ନୀତିକାନ୍ତି ଆରମ୍ଭ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରେ ପରିସରରେ ଗୁରୁବାର ରାତି ପୁଲିସ-ସେବାୟତ ମଧ୍ୟରେ ଝଗଡ଼ା ଲାଗିବା ପରେ ଆଜି ଭିତର କବାଟକୁ ବନ୍ଦ ରଖାଯାଇଥିଲା । ସିଂହ ଦ୍ୱାର ସମ୍ମୁଖରେ ହଜାର ହଜାର ଭକ୍ତ ସକାଳୁ ଅଟକିଥିଲେ । ସେମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଂଚିତ ହୋଇଥିଲେ । କିନ୍ତୁ ଶେଷରେ କବାଟ କୋଲିବାରୁ ଭକ୍ତଙ୍କ ମନରେ ଖୁସିଥିବା ଜଣା ପଡିଛି | ସୁଚନାନୁଯାୟୀ, ସେବାୟତ-ପୁଲିସ ବିବାଦ ବଢ଼ିବା ପରେ ଏଥିରେ ପ୍ରଶାସନ ଜିଲ୍ଲା ହସ୍ତକ୍ଷେପ କରିଥିଲା । ଜିଲ୍ଲାପାଳ ଓ ଏସ୍‌ପି ଦାବିରେ ଅଡ଼ି ବସିଥିବା ସେମାୟତଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ଶ୍ରୀମନ୍ଦିର କବାଟ ଖୋଲାଯାଇ ନଥିବାରୁ ସିଂହଦ୍ୱାରରେ ଭକ୍ତମାନେ ଉତ୍ତେଜନା ପ୍ରକାଶ କରିଥିଲେ । ସିଂହଦ୍ୱାରରେ ଆଜି ଅପରାହ୍ନରେ ଠେଲାପେଲା ମଧ୍ୟ ହୋଇଥିଲା । ଗତକାଲି ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ସେବାୟତ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ଆଉ ଏହି ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ । ଜଣେ ସେବାୟତ ତାଙ୍କ ଶ୍ରଦ୍ଧାଳୁଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିଲେ । ଏହି ସମୟରେ ଯାତ୍ରୀ ଜଣଙ୍କ ବିଦେଶୀ ବୋଲି ସନ୍ଦେହ କରି ପୋଲିସ ଅଟକାଇଥିଲା । ସେବାୟତଙ୍କ କହିବା ହେଲା ଯାତ୍ରୀ ଜଣଙ୍କ ବିଦେଶୀ ନୁହନ୍ତି । ସେ ବଙ୍ଗାଳି ଭାଷାରେ କଥା ହେଉଛନ୍ତି । ତେବେ ପରିଚୟପତ୍ର ଦେଇପାରିନଥିଲେ ଶ୍ରଦ୍ଧାଳୁ । ତେଣୁ ପୋଲିସ ତାଙ୍କୁ ମନ୍ଦିର ଭିତରକୁ ଛାଡି ନ ଥିଲେ । ଆଉ ଏହାକୁ ନେଇ କିଛି ସମୟ ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୋଲିସ- ସେବାୟତ ମୁହାଁମୁହିଁ ହୋଇଥିଲେ । ଏହି ପୁରା ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ । କିନ୍ତୁ ଅନେକ ବାଦ ବିବାଦ ପରେ ସେଶରେ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର କବାଟ ଖୋଲିଥିବାର ଜଣା ପଡିଛି |

https://www.onakhabar.com/govt-take-action-in-puri-issue-gajapati/

Leave A Reply

Your email address will not be published.