OnaKhabar

ମରୁଡି: କାହା କଥା ସତ, କେନ୍ଦ୍ର ନା ରାଜ୍ୟ

53

ଭୁବନେଶ୍ୱର: ମରୁଡି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଓ ଓଡିଶା ସରକାର ମୁହାଁମୁହ୍ିଁ ହୋଇଛନ୍ତି । କେନ୍ଦ୍ର କହୁଛି ଓଡିଶା ପକ୍ଷରୁ ମରୁଡି ନେଇ କୌଣସି ସ୍ମାରକ ପତ୍ର ମିଳିନାହିଁ । କିନ୍ତୁ ଓଡିଶା ରାଜସ୍ୱ ମନ୍ତ୍ରୀ କହୁଛନ୍ତି ସ୍ମାରକ ପତ୍ର ଦିଆଯାଇଛି । ଏ କ୍ଷେତ୍ରରେ କିଏ ସତ କହୁଛି ଓ କିଏ ମିଛ କହୁଛି ତାହା ସ୍ପଷ୍ଟ ହୋଇନାହିଁ ।
ବୁଧବାର ରାଜ୍ୟସଭାରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବାତତ୍ତକହିଥିଲେ ଯେ, ୬ଟି ରାଜ୍ୟର ମରୁଡି ସ୍ଥିତି ନେଇ କେନ୍ଦ୍ର ଟିମ ଗସ୍ତ କରିଥିଲା । ଟିମର ଆକଲନ ଆଧାରରେ ସହାୟତା ଟିମ କମିଟି ସୁପାରିଶ କରିଥିଲା । କିନ୍ତୁ ମରୁଡି ସ୍ଥିତି ନେଇ ଓଡିଶା ସରକାରଙ୍କ ପ କ୍ଷରୁ ଘୋଷଣା କରାଯାଇଛି । ମାତ୍ର ଏଥିପାଇଁ କୌଣସି ସ୍ମାରକପତ୍ର କେନ୍ଦ୍ରସରକାରଙ୍କୁ ମିଳିନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଏହି କଥାକୁ ନେଇ ରାଜନୀତିରେ ଆରୋପ ପ୍ରତ୍ୟାରୋପ ଚାଲିଛି । ସମାଲୋଚନା ହେବା ପରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆଜି ପ୍ରତିକ୍ରିୟା ରଖି କେନ୍ଦ୍ରକୁ ସ୍ମାରକ ପତ୍ର ଦିଆଯାଇଥିବା କଥା କହିଛନ୍ତି । ସେ କହିଛନ୍ତି, ମରୁଡି ନେଇ କେନ୍ଦ୍ରକୁ ଜଣାଇଛୁ, ମନ୍ତ୍ରୀଙ୍କ ଉତ୍ତରରେ ଅପଡେଟ ହୋଇନି । ୯ଟି ଜିଲ୍ଲାରେ ୭୦ଟି ବ୍ଲକ ମରୁଡି ଯୋଗୁଁ କ୍ଷତିଗ୍ରସ୍ତ ବୋଲି ଜଣାଇଛୁ । କେନ୍ଦ୍ରକୁ ଏଥିପାଇଁ ୧୫୩୪ କୋଟି ଟଙ୍କା ସହାୟତା ମଗାଯାଇଛି । ସମସ୍ତ ମରୁଡି କ୍ଷତିଗ୍ରସ୍ତଙ୍କୁ ଇନପୁଟ ସବସିଡ ପ୍ରଦାନ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏଣୁ ଏ କ୍ଷେତ୍ରରେ କାହା କତା ଠିକତ ବୁଝିବା କଷ୍ଟକର ବୋଲି କୁହାଯାଉଛି ।

https://www.onakhabar.com/bijaya-baijayanta-and-dillip-may-form-new-party/