OnaKhabar

ନିଜ ପାଇଁ ଗାଡି କିଣୁଛନ୍ତି କି, ତେବେ ଜାଣି ନିଅନ୍ତୁ କେଉଁ ରଙ୍ଗର ଗାଡି କେଉଁ ରାଶି ପାଇଁ ଶୁଭ…..

0 18

ଭୁବନେଶ୍ୱର: ଅନେକ ଲୋକ ବାସ୍ତୁଶାସ୍ତ୍ର ଉପରେ ବିଶ୍ୱାସ କରୁଥିଲା ବେଳେ ଅନେକ ଏହାକୁ କରନ୍ତି ନାହିଁ | କିନ୍ତୁ ବାସ୍ତୁଶାସ୍ତ୍ର ମୁତାବକ ଅନେକ କାମ କଲେ ଶୁଭ ବୋଲି ଅନୁମାନ କରାଯାଏ | ତେବେ ଘର ଲାଗି କାର୍‌ ହେଉ କି ମୋଟର ସାଇକେଲ୍‌, ସମସ୍ତେ ନିଜ ମନ ପସନ୍ଦର ଗାଡ଼ି କିଣିବାକୁ ଚାହାନ୍ତି । ହେଲେ ଆପଣଙ୍କ ଏହି ମନ ପସନ୍ଦର ଗାଡ଼ି ଆପଣଙ୍କ ରାଶିକୁ ସୁଝୁଛି କି ନାହିଁ, ତାହା ଆପଣ ଜାଣନ୍ତି କି ? ତେବେ ଚାଲନ୍ତୁ ଜାଣିବା କେଉଁ ଗାଡ଼ିର ରଙ୍ଗ ଆପଣଙ୍କ ରାଶି ସୁଝିବ |
ମେଷ ରାଶି- ମେଷ ରାଶିର ଲୋକଙ୍କର ଲାଲ୍‌ କିମ୍ବା ସିଲଭର୍‌ ରଙ୍ଗ ଗାଡ଼ି ଶୁଭଦାୟକ । କିନ୍ତୁ କଳା ଓ ନୀଳ ରଙ୍ଗର ଗାଡ଼ି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ହେଇଥାଏ ।
ବୃଷ ରାଶି- ଏହି ରାଶିର ବ୍ୟକ୍ତି ଧଳା ବା କ୍ରିମ୍‌ ରଙ୍ଗର ଗାଡ଼ି କିଣି ପାରିବେ । ଚକୋଲେଟ୍‌ ଲାଲ୍‌ ଓ ଗୋଲାପି ରଙ୍ଗର ଗାଡ଼ି ମଧ୍ୟ ଏମାନଙ୍କ ପାଇଁ ଶୁଭ । କିନ୍ତୁ ଏମାନେ ଭୁଲରେ ବି କଳା ରଙ୍ଗ ଗାଡ଼ି କିଣନ୍ତୁ ନାହିଁ ।
ମିଥୁନ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ସବୁଜ ରଙ୍ଗର ଗାଡ଼ି ଶୁଭ । କିନ୍ତୁ ଲାଲ୍‌ ଓ ଧଳା ରଙ୍ଗର ଗାଡ଼ି ଏହି ରାଶିଧାରୀଙ୍କ ପାଇଁ ଅଶୁଭ ବୋଲି କୁହାଯାଏ ।
କର୍କଟ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଚକୋଲେଟ୍ ରଙ୍ଗ, କଳା ଓ ହଳଦିଆ ରଙ୍ଗ ଶୁଭଦାୟକ । ଏଥିସହ ଏମାନେ ନିଜ ଗାଡ଼ିରେ ହନୁମାନଙ୍କର ମୂର୍ତି ରଖିବା ଶୁଭ ।
ସିଂହ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଗ୍ରେ ବା ଧୂସର ରଙ୍ଗର ଗାଡ଼ି ଖୁବ୍‌ ଶୁଭ । ହେଲେ ଲାଲ୍‌ କିମ୍ବା ନୀଳ ରଙ୍ଗର ଗାଡ଼ି ଏମାନଙ୍କ ପାଇଇଁ ଅଶୁଭ ।
କନ୍ୟା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ଓ ନୀଳ ରଙ୍ଗର ଗାଡ଼ି ଶୁଭଦାୟକ। ତେବେ ଯେତେ ସମ୍ଭବ ଆପଣ ଲାଲ୍‌ ରଙ୍ଗର ଗାଡ଼ି କିଣିବାରୁ ଦୂରେଇ ରୁହନ୍ତୁ ।
ତୁଳା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ନୀଳ ଓ ଲାଲ୍‌ ରଙ୍ଗ ଅତ୍ୟନ୍ତ ଶୁଭ । ତେଣୁ ଏହି ରାଶିର ବ୍ୟକ୍ତି ମାନେ ଏହି ସବୁ ରଙ୍ଗର ଗାଡି କିଣିବା ଉଚିତ୍‌ ।
ବିଛା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ରଙ୍ଗର ଗାଡ଼ି ବହୁତ ଶୁଭଦାୟକ। ଏମାନଙ୍କ ପାଇଁ କିନ୍ତୁ ଗେରୁଆ ଓ ହଳଦିଆ ରଙ୍ଗ ଗାଡ଼ି କଦାପି ଶୁଭ ହୋଇ ନଥାଏ।
ଧନୁ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ଓ ନୀଳ ରଙ୍ଗ ଶୁଭ। କିନ୍ତୁ ଧ୍ୟାନରେ ରଖିବେ, ଆପଣଙ୍କ ଏହି ରଙ୍ଗର ଗାଡ଼ିକୁ କେବେ ବି କେଉଁ ହଳଦିଆ ରଙ୍ଗର ଗାଡ଼ି ପାଖରେ ପାର୍କିଂ କରିବେ ନାହିଁ।
ମକର ରାଶି- ଏହି ରାଶିର ବ୍ୟକ୍ତିଙ୍କ ଇଷ୍ଟ ଗ୍ରହ ଶନି । ତେଣୁ ଏମାନଙ୍କ ପାଁଇ କଳା ଓ ଧୂସର ରଙ୍ଗ ଅତ୍ୟନ୍ତ ଶୁଭଦାୟକ ।
କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ସବୁଜ କିମ୍ବା ନୀଳ ରଙ୍ଗର ଗାଡ଼ି ଶୁଭ । କିନ୍ତୁ କଳା କି ଧୂସର ରଙ୍ଗର ଗାଡି ଆଦୌ କିଣନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ବିପଦପୂର୍ଣ ହୋଇପାରେ ।
ମୀନ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ହଳଦିଆ ରଙ୍ଗର ଗାଡ଼ି ସବୁଠୁ ଶୁଭ ହୋଇଥାଏ । ଏହା ବ୍ୟତୀତ ସୁନେଲି ଓ ନାରଙ୍ଗୀ ରଙ୍ଗ ମଧ୍ୟ ଶୁଭଦାୟକ ହୋଇଥାଏ ।

https://www.onakhabar.com/how-to-spend-today/

Leave A Reply

Your email address will not be published.