OnaKhabar

ପୁରୀରେ ଭକ୍ତଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ

65

ପୁରୀ : ଦିନକୁ ଦିନ ଶ୍ରୀକ୍ଷେତ୍ର ପୁରୀରେ ବଢି ଚାଲିଛି ଅପରାଧ। । ଗତକାଲି ଗୁଣ୍ଡିଚା ମନ୍ଦିର ନିକଟରେ ଗୁଳି ଫୁଟିଥିବାବେଳେ ସନ୍ଧ୍ୟାରେ କଲେଜ ଛାତ୍ରଙ୍କୁ ଆକ୍ରମଣ ଏବଂ ରାତିରେ ଜଣେ ଭକ୍ତଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଜଗନ୍ନାଥବଲ୍ଲଭ ପାର୍କିଂଠାରେ ଭକ୍ତଙ୍କ ତଣ୍ଟି କାଟି ତାଙ୍କଠାରୁ ଲୁଟ୍‌ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ପ୍ରମୋଦ ଜେନାଙ୍କୁ ଗୁରୁତରଅବସ୍ଥାରେ ପୁରୀରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଖବର ନାବରୁ ଜଣାପଡିଛି ଯେ କଟକର ବାସିନ୍ଦା ପ୍ରମୋଦ ଜେନା ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପୁରୀ ଯାଇଥିଲେ । ଜଗନ୍ନାଥବଲ୍ଲଭ ପାର୍କିଂ ପାଖରେ କିଛି ଦୁର୍ବୃତ୍ତ ଦାଦାବଟି ମାଗିଥିଲେ । ଏହା ସହିତ ତାଙ୍କର ମନିପର୍ସ ଓ ସୁନା ଚେନ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପ୍ରମୋଦ ବିରୋଧ କରିବାରୁ ଦୁର୍ବୃତମାନେ ତାଙ୍କ ତଂଟି କାଟି ଚମ୍ପଟ୍‌ ମାରିଥିଲେ । ଏଥିରେ ପ୍ରମୋଦଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟଲୋକେ ଗୁରୁତର ପ୍ରମୋଦଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଏନେଇ ଟାଉନ ଥାନା ପୋଲିସ ନିକଟରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।