OnaKhabar

ଦିଲ୍ଲୀ ପୋଲିସରେ ମୋଚୀ, ମାଳି, ଧୋବା, ରୋଷେୟା ଆଦି ଚାକିରୀ ପାଇଁ ବିଟେକ, ଏମବିଏ ଡିଗ୍ରୀଧାରି ଛାତ୍ରଙ୍କ ଆବେଦନ

71

ନୂଆଦିଲ୍ଲୀ: ଚାକିରୀ ସମସ୍ୟା ରୋଜଙ୍କର ନାହିଁ | ଦେଶରେ ବଢି ଚାଲିଛି ବେକାରୀ ସମସ୍ୟା | ବେକାର ହୋଇ ବସିଛନ୍ତି ଇଞ୍ଜିନୟର, ବିଟେକ, ଏମବିଏ ଡିଗ୍ରୀଧାରି ଛାତ୍ର | ଦେଖିବାକୁ ମୁଲିଛି ଦିଲ୍ଲୀ ପୋଲିସରେ ମୋଚୀ, ମାଳି, ଧୋବା, ରୋଷେୟା, ବାରିକ, ବଢ଼େଇ, ସଫାଇ କର୍ମଚାରୀ, ଟେଲର କାମ କରିବାକୁ ବିଟେକ, ଏମବିଏ ଡିଗ୍ରୀଧାରି ଛାତ୍ର ଆବେଦନ କରିଛନ୍ତି । ଉକ୍ତ ପଦବୀର ଯୋଗ୍ୟତା ହେଉଛି ମାଟ୍ରିକ । ଏଥିପାଇଁ ପ୍ରଥମେ ଲିଖିତ ପରୀକ୍ଷା ପରେ ମୁଖ୍ୟ ପରୀକ୍ଷା | ଏହି ଟେଷ୍ଟରେ ବିଟେକ ଏବଂ ଏମବିଏ ସାର୍ଟିଫିକେଟ ଥିବା ଯୁବଗୋଷ୍ଠୀ ସାମିଲ ହେବେ । ଏହି ପଦ ପାଇଁ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, କେରଳ, ପଂଜାବ ଓ ଜମ୍ମୁ କଶ୍ମୀରୁ ଆବେଦନ ଆସିଛି । ରିପୋର୍ଟ ଅନୁସାରେ ସରକାରୀ ଚାକିରୀ ପଛରେ ଧାଇଁ ବିଟେକ, ଏମବିଏ, ଏମସିଏ, ଏମଏସସି, ଏମଏ ଡିଗ୍ରୀଧାରୀ ଆବେଦନ କରିଛନ୍ତି । ଏଥିରେ ଏମବିଏ ଡିଗ୍ରୀଧାରୀଙ୍କ ସଂଖ୍ୟା ହେଉଛି ୧୨୦୦ । ସେହିଭଳି ୩୬୦ ଜଣ ବିଟେକ ଛାତ୍ର ଅବେଦନ କରିଥିବା ଜଣାପଡିଛି |