OnaKhabar

ବୈଜୟନ୍ତ ଏବେ ହତାଶ

0 2

ଭୁନନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବେ ସମ୍ପୂର୍ଣ୍ଣ ହତାସ । ତାଙ୍କର ଏହି ହତାସାଭାବ ତାଙ୍କ କାର୍ଯ୍ୟଧାରାରେ ପ୍ରତିଫଳିତ ହୋଇଛି । ବିଜେପିରେ ମିଶିବା ତାଙ୍କର ଆଶାକ୍ରମେ ମୌଳିଯିବାରେ ଲାଗିଥିବାରୁ ଆଭିମୁଖ୍ୟରେ ପରିବର୍ତନ ଆଣିଛନ୍ତି । ଯେଉଁ ବୈଜୟନ୍ତ ପଣ୍ଡା ପ୍ରତି କଥାରେ ଓ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ ଏବେ ତାଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇବା ସହ ସନ୍ଦେହ ପ୍ରକାଶ କରିଛନ୍ତି । ଏପରି କି ପରୋକ୍ଷରେ ବିଜେପିର ଓଡ଼ିଶା ଦଖଲ ସ୍ୱପ୍ନକୁ ମଧ୍ୟ ସମାଲୋଚନା କରିଛନ୍ତି । ଟ୍ୱିଟ ମାଷ୍ଟର ବୈଜୟନ୍ତ ଟ୍ୱିଟ କରି ମୋଦିଙ୍କ ଗସ୍ତ ପରେ ସମାଲୋଚନାମୂଳକ ମତ ରଖିବା ସମସ୍ତଙ୍କୁ ଚକିତ କରିଛି । ଏଥିପାଇଁ କୁହାଯାଉଛି ହତାସ ହେବା ପରେ ସେ ଏଭଳି ବିରୋଧାତ୍ମକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।
୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଅନେକ କିଛି ସ୍ୱପ୍ନ ଦଳୀୟକର୍ମୀ ଓ ନେତାମାନଙ୍କୁ ଦେଖାଇଦେଇଗଲେ । ରାଜ୍ୟ ସରକାରଙ୍କ ଅପାରଗତା କଥା ମଧ୍ୟ ଦର୍ଶାଇଲେ । ଭ୍ରଷ୍ଟାଚାର ଓ ଦୁର୍ନୀତି ଚାଲିଥିବା କଥା ମଧ୍ୟ କହିଲେ । ଓଡ଼ିଶାରେ ଆଗକୁ ପରିବର୍ତନ ହେବାକୁ ଯାଉଛି । ଏହା ଲୋକଙ୍କ ମନଭାବରୁ ସେ ଜାଣିପାରୁଛନ୍ତି ବୋଲି ମଧ୍ୟ କହିଥିଲେ । ଏ ସରକାରକୁ ବଦଳାଇବା ପାଇଁ ଆହ୍ୱାନ ଦେଇଥିଲେ । ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ମଧ୍ୟ ମିଶନ ୧୨୦+ ଧାର୍ଯ୍ୟ କରିଛନ୍ତି । ମୋଦିଙ୍କ ଗସ୍ତ ପରେ ପରେ ଏବିପି ନ୍ୟୁଜ ଦ୍ୱାରା ପ୍ରକାଶିତ ହେଲା ଯେ, ଓଡ଼ିଶାରେ ବିଜେପି ପାଇଁ ମୋଦି ମ୍ୟାଜିକ କାମ କରିବ । ଏ ସମ୍ପର୍କୀତ ଟ୍ୱିଟ ଆସିଲା ପରେ ବୈଜୟନ୍ତ ଏହା ଉପରେ ପ୍ରତିକ୍ରୀୟା ପ୍ରକାଶ କରି ରି-ଟ୍ୱିଟ କରିଥିଲେ । ଏଥିରେ ସେ ଯାହା ଦର୍ଶାଇଛନ୍ତି ସେଥିରୁ ଜଣାପଡୁଛି ବିଜେପିକୁ ଆଉ ତାଙ୍କର ଯିବା ବାଟ ବନ୍ଦ ହୋଇଯାଇଛି । ଓଡ଼ିଶାରେ ମୋଦି ମ୍ୟାଜିକ କାମ କରିବ ଓ ବିଜେପି ବିପୁଳ ଫାଇଦା ହାସଲ କରିବ ନେଇ ଏବିପି ନ୍ୟୁଜକୁ ଭିତ୍ତିକରି ଆସିଥିବା ଟ୍ୱିଟ ଉପରେ ବୈଜୟନ୍ତ ତାଙ୍କ ଟ୍ୱିଟରେ କହିଛନ୍ତି ଏହା ଦୁଃସାହସିକ ପଦକ୍ଷେପ ଭଳି ଲାଗୁଛି । ଏହା କଣ ସତରେ ହୋଇପାରିବ? ଏଠାରେ ସମ୍ଭାବନା ରହିଛି ହେଲେ ଏହା ଅଟୋ ପାଇଲଟ ମୋଡରେ ହେବନାହିଁ ଅର୍ଥାତ ଏହା ମନୋକୁ ମନ ହେବନାହିଁ । ଏଥିପାଇଁ ଦାବିଦାର ଶାସକ ଦଳ ବିରୋଧରେ ଲଢ଼ିବାର ସାମର୍ଥ୍ୟ ଓ ମନୋବଳ ଥିବା ଦରକାର । ସବୁ କିଛି ନିର୍ଭର କରୁଛି ଚ୍ୟାଲେଞ୍ଜ ଦେଉଥିବା ବ୍ୟକ୍ତି ଠିକ ଢ଼ଙ୍ଗରେ ଲଢ଼ୁଛନ୍ତି କି ନାହିଁ । ଓଡ଼ିଶାରେ ବଢ଼ୁଥିବା ଅପରାଧ ଓ ଦୁର୍ନୀତି ବିରୋଧରେ କେବଳ କହିଲେ ହେବନାହିଁ ବରଂ ଏହା ଉପରେ କାର୍ଯ୍ୟ କରିବା ଦରକାର ବୋଲି ବୈଜୟନ୍ତ ଉଲ୍ଲେଖ କରିଛନ୍ତି । ବୈଜୟନ୍ତଙ୍କର ଏହି ଟ୍ୱିଟକୁ ନେଇ ଏବେ ରାଜନୀତିରେ ପୁରା ଝଡ଼ ସୃଷ୍ଟି ହୋଇଛି ।
ପ୍ରଥମଥର ପାଇଁ ବୈଜୟନ୍ତଙ୍କୁ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ବିରୋଧରେ ଯାଇ ମତ ଦେବା ଦେଖାଦେଇଛି । ପୂର୍ବରୁ କେବେ ବି ବୈଜୟନ୍ତ ଏଭଳି ବିରୋଧାତ୍ମକ ମତ ପୋଷଣ କରି ନ ଥିଲେ । ଆଜି ତାଙ୍କର ଯେଉଁ ରାଜନୈତିକ ଦୂରାବସ୍ଥା ହୋଇଛି ସେଥିପାଇଁ କେବଳ ବିଜେପି ଓ ମୋଦିଙ୍କୁ ପ୍ରଶଂସା କରି । ବିଜେଡି ମୁଖିଆ ତାଙ୍କୁ ଏଥିପାଇଁ ସନ୍ଦେହ କରି ତାଙ୍କର ସବୁ ପରକୁ କାଟି ଦେବାରୁ ଛଟପଟ ହୋଇ ବୈଜୟନ୍ତ ଶେଷରେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ହେଲେ ଯେଉଁ ମୋଦିଙ୍କ ପ୍ରତ୍ୟେକ କଥା ତାଙ୍କୁ ମହା ପ୍ରସାଦ ଭଳି ଲାଗୁଥିଲା ଏବଂ ମୋଦିଙ୍କ ଚାୟେ ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ରାଜ୍ୟରେ ବୈଜୟନ୍ତ ଏକମାତ୍ର ନେତା ଯେ କି ତାଙ୍କର ହେଇଯାଉ କାର୍ଯ୍ୟକ୍ରମ ମାଧ୍ୟମରେ ବଜାୟ ରଖିଛନ୍ତି । ବିଜେପି ନେତାମାନେ ଏକଥାକୁ ପ୍ରାୟ ଭୁଲିଗଲେଣି । କିନ୍ତୁ ବୈଜୟନ୍ତ ମୋଦିଙ୍କ କଥାକୁ ସିରଧାର୍ଯ୍ୟ କରି କାର୍ଯ୍ୟ କରିଚାଲିଛନ୍ତି । ବିଜେଡି ଛାଡ଼ିବା ପରେ ଜଣାପଡୁଥିଲା ସେ ବିଜେପିରେ ଯୋଗଦେବେ । କିନ୍ତୁ ସମୟ ଯେତେ ଗଡ଼ିଲା ତାଙ୍କ ମିଶିବା ସେତିକି ସୁଦୂର ପ୍ରସାରୀ ହେବାରେ ଲାଗିଲା । ଏପରି କି ଆରଏସଏସ ମୁଖିଆଙ୍କୁ ତାଙ୍କ ପତ୍ନୀ ଭେଟିବା ପରେ ପୁଣି ଏକ ଆଶା ଜନ୍ମିଥିଲା । କିନ୍ତୁ ସେ ଯେତେବେଳେ ମିଶିବା ସମ୍ପର୍କରେ ନିଷ୍ପତ୍ତି ନେଇ ନାହାଁନ୍ତି ବୋଲି କହିଲେ ସେତେବେଳେ ଜଣାପଡ଼ିଲା ବିଜେପିରେ ସେ ଯେଉଁଭଳି ଭାବରେ ସର୍ତ୍ତ ରଖି ମିଶିବାକୁ ଚାହୁଁଛନ୍ତି ବୋଧହୁଏ ତାହା ସମ୍ଭବ ହେଲାନାହିଁ ।
ଯେଉଁ ମୋଦିଙ୍କୁ ପ୍ରଶଂସା କରି ନିଜ ଦଳର ମୁଖିଆଙ୍କ ଅକ୍ରୋଶର ଶୀକାର ହେଲେ ଏବଂ ଶେଷରେ ଦଳ ଛାଡ଼ିଲା ପରେ ଯେପରି ବିଜେପିରେ ଯୋଗଦେଇ ଏକ ନୂତନ ଦିଗ ସୃଷ୍ଟି କରିବେ ବୋଲି ଆଶା ବାନ୍ଧିଥିଲେ ତାହା କିଛି ହୋଇପାରିଲା ନାହିଁ । ନା ବିଜେଡିର ହେଇ ପାରିଲେ ନା ବିଜେପିରେ ଯୋଗ ଦେଇପାରିଲେ । ଏଣୁ ଉଭୟ ପଟୁ ନିରାଶ ହେବା ପରେ ହତାଶ ହୋଇଥିବା କଥା ଆଲୋଚନା ହେଉଛି ।

https://www.onakhabar.com/baijayanta-wants-his-target-throgh-wife/

Leave A Reply

Your email address will not be published.