OnaKhabar

ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ଅଭିଯୁକ୍ତ, ସବୁଠାରୁ ବଡ ପ୍ରଶ୍ନ,ପୀଡିତାକୁ ମାରିଲା କିଏ?

0 16

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପ୍ରମାଣ ଅଭାବରୁ କୋର୍ଟ ସୋମବାର ଦୁଇଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ ଦୁଇ ଭାଇଙ୍କୁ ଖଲାସ କରିବା ପରେ ଏବେ ପ୍ରଶ୍ନ ଉଠୁଛି ପୀଡିତାକୁ ମାରିଲା କିଏ ଏବଂ ସେ ମଲା କେମିତି । ଆଉ ବେବିନାର ମୃତ୍ୟୁ ପାଇଁ ଦାୟୀ କିଏ । ସବୁଠାରୁ ବଡ କଥା ହେଲା ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ ନଥିଲେ , ଯାହା ପ୍ରମାଣ କରୁଛି ଯେ ଏଥିରେ କେହି ଜଣେ ଭିତରି ଖେଲ ଖେଳି ଖସିବାକୁ ଚେଷ୍ଟା କରୁଛି | କ୍ରାଇମବ୍ରାଂଚ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମର କୌଣସି ପାରିପାଶ୍ବିକ ପ୍ରମାଣ କୋର୍ଟରେ ଉପସ୍ଥାପନ କରିପାରିନଥିଲା । ଫଳରେ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଉଲ୍ଲେଖନୀୟ,୨୦୧୧ ମସିହା ନଭେମ୍ବର ୨୯ ପିପିଲି ଗଣଦୁଷ୍କର୍ମ ମାମଲାର ସେ ସମୟରେ ସାରା ରାଜ୍ୟ ଠାରୁ ଆରମ୍ଭ କରି ଦେଶ ଯାଏଁ ସବୁଆଡେ ହଇଚଇ ସୃଷ୍ଟି କରିଥିଲା । ଏବେ କୋର୍ଟଙ୍କ ରାୟ ପରେ କ୍ରାଇମବ୍ରାଂଚର ତଦନ୍ତ ନେଇ ପ୍ରଶ୍ନ ଉଠିଛି । ବଡ ଘଟଣାକୁ କ୍ରାଇମବାଂଚ କିଭଳି ହାଲୁକା ଭାବେ ନେଲା ସେ ନେଇ ବି ସନ୍ଦେହ ସୃଷ୍ଟ ହୋଇଛିି । ଗତକାଲି ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିଛି ଦିନ ଡାକ୍ତରଖାନାରେ ସଂଘର୍ଷ ପରେ ପ୍ରାଣ ହରାଇଥିଲେ ପୀଡିତା ବେବିନା । ସିଭିଲ ସୋସାଇଟି ଓ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇ ଏହାର ତୀବ୍ର ପ୍ରତିବାଦ କରିଥିଲେ । ଏପରିକି ଏହି ଘଟଣାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀପଦ ବି ହରାଇବାକୁ ପଡିଥିଲା । ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ବି ଦେଇଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତ ପ୍ରଧାନଙ୍କ ସମେତ ୫ଜଣ ଗିରଫ ବି ହୋଇଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କୁ ନ୍ୟାୟ ମିଲିନଥିବା ବେଳେ କିପରି ଅଭିଯୁକ୍ତମାନେ ନିର୍ଦ୍ଦୋଶ ଭାବେ ଖଲାସ ହୋଇପାରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି |

https://www.onakhabar.com/two-main-accused-in-pipili-gangrape-case-acquitted-for-want-of-evidence/

 

Leave A Reply

Your email address will not be published.