OnaKhabar

ପିଏମୟୁୱାଇ ଅଧିନରେ ନିରବଚ୍ଛିନ୍ନ ଏଲପିଜି ଗ୍ୟାସ୍ ସଂଯୋଗୀକରଣ

0 15

ଭୁବନେଶ୍ୱର: ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ନ୍ୟାଚୁରାଲ ଗ୍ୟାସ (ଏମ୍ଓପିଏନ୍ଜି) ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ (ପିଏମ୍ୟୁୱାଇ) ଅନ୍ତର୍ଗତ ବିପିଏଲ୍ ପରିବାରର ୫ କୋଟି ମହିଳାମାନଙ୍କ ପାଇଁ ଏଲ୍ପିଜି ସଂଯୋଗ ନିମନ୍ତେ ମାର୍ଚ୍ଚ, ୨୦୧୯ ମସିହା ସୁଦ୍ଧା ଏବଂ ୨୦୨୦ ମସିହା ସୁଦ୍ଧା ଅତିରିକ୍ତ ୩ କୋଟି ଏଲ୍ପିଜି ସଂଯୋଗ ନିମନ୍ତେ ୧୨,୮୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଯୋଜନା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧.୦୫.୨୦୧୬ ମସିହାରେ ଉତ୍ତରପ୍ରଦେଶସ୍ଥିତ ବଲିଆଠାରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା ।
୨୦୧୮ ମସିହା ଅଗଷ୍ଟ ମାସ ସୁଦ୍ଧା ଉଦ୍ୟୋଗ ୫ କୋଟି ଅତିକ୍ରମ କରିସାରିଛି, ଯାହା କି ଧାର୍ଯ୍ୟ ସମୟ ଠାରୁ ୮ ମାସ ଆଗୁଆ
ରହିଛି । ଏହାର ସ୍ଥାପନା ପରଠାରୁ ୧୫.୧୨.୨୦୧୮ ମଧ୍ୟରେ, ଏହି ଯୋଜନା ଅନ୍ତର୍ଗତ ଉଦ୍ୟୋଗ ସମଗ୍ର ଭାରତରେ ୫.୮ କୋଟି
ଏଲ୍ପିଜି ସଂଯୋଗୀକରଣ କରିସାରିଛି । ଓଡ଼ିଶାରେ, ମୋଟ ୩୫.୩୬ ଲକ୍ଷ ହିତାଧିକାରୀଙ୍କୁ ୨୪ ଡିସେମ୍ବର ୨୦୧୮ ସୁଦ୍ଧା ଏଲ୍ପିଜି ସଂଯୋଗ ସୁବିଧା ପ୍ରଦାନ କରାଯାଇଛି । ଏ ସଂପର୍କରେ ଆଜି ତୈଳ ବିପଣନ କଂପାନୀମାନଙ୍କ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରିତିଶ ଭରତ, ପେଟ୍ରୋଲିୟମ ଏବଂ ନ୍ୟାଚୁରାଲ ଗ୍ୟାସ (ଏମ୍ଓପିଏନ୍ଜି) ମନ୍ତ୍ରଣାଳୟ ନିମନ୍ତେ ରାଜ୍ୟସ୍ତରୀୟ ସଂଯୋଜକ (ଓଡିଶା) ଓ ସିଜିଏମ, ଆଇଓସିଏଲ (ଓଡିଶା), ଶ୍ରୀ ଧର୍ମେନ୍ଦ୍ର ବେଉରା, ଡିଜିଏମ୍ (ଏଲପିଜି), ଏଚ୍ପିସିଏଲ, ଓଡିଶା, ଶ୍ରୀ ସଞ୍ଜୟ ଶର୍ମା, ରାଜ୍ୟ ମୁଖ୍ୟ (ଏଲପିଜି), ବିପିସିଏଲ (ଓଡିଶା ଏବଂ ଝାରଖଣ୍ଡ) ଓ ଶ୍ରୀ ସଞ୍ଜୟ କୁମାର ଝା, ଜିଏମ (ଏଲପିଜି), ଆଇଓସିଏଲ୍, ଓଡିଶା ପ୍ରମୁଖ ବିଶେଷ ସୂଚନା ଦେଇଥିଲେ । ଚଳିତ ବର୍ଷ ମାର୍ଚ୍ଚ ମାସରେ (ପିଏମ୍ୟୁୱାଇ) ଅନ୍ତର୍ଗତ ହିତାଧିକାରୀମାନଙ୍କୁ ୭ଟି ନୂତନ ଶ୍ରେଣୀ ଯେପରିକି ଅନୁସୂଚିତ ଜାତି/ଜନଜାତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ) (ଗ୍ରାମୀଣ), ଅନ୍ତ୍ୟୋଦ୍ୟୋୟ ଅନ୍ନ ଯୋଜନା (ଏଏୱାଇ), ବନବାସୀ, ଅତି ପଛୁଆବର୍ଗ (ଏମ୍ବିସି), ଚା ବଗିଚା ଏବଂ ଏକ୍ସ-ଚା ବଗିଚା ଜନଜାତି, ଦ୍ୱୀପାଞ୍ଚଳ/ନଦୀ ତଟବର୍ତ୍ତୀ ଅଧିବାସୀ ଆଦିରେ ଶ୍ରେଣୀଭୁକ୍ତ କରି ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ନିକଟରେ, ଦେଶରେ ସ୍ୱଚ୍ଛ ଇନ୍ଧନର ବ୍ୟବହାରକୁ ବ୍ୟାପକ କରିବା ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ଅନ୍ ଇକୋନୋମିକ୍ ଆଫାୟେର୍ସ (ସିସିଇଏ) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ଦେଶର ସମସ୍ତ ଗରିବ ପରିବାରକୁ ଜମାମୁକ୍ତ ଏଲ୍ପିଜି ସଂଯୋଗର ସୁବିଧା ଦିଆଯିବ, ପୂର୍ବରୁ ଯେଉଁମାନେ ସାମାଜିକ-ଅର୍ଥନୈତିକ ଜାତି ଜନଗଣନା (ଏସ୍ଇସିସି) ଅନୂଯାୟୀ (ଅନୁସୂଚିତ ଜାତି/ଜନଜାତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ) (ଗ୍ରାମିଣ), ଅନ୍ତ୍ୟୋଦୋୟ ଅନ୍ନ ଯୋଜନା (ଏଏୱାଇ), ବନବାସୀ, ଅତି ପଛୁଆବର୍ଗ (ଏମ୍ବିସି), ଚା ବଗିଚା ଏବଂ ଏକ୍ସ-ଚା ବଗିଚା ଜନଜାତି, ଦ୍ୱୀପାଞ୍ଚଳ/ନଦୀ ତଟବର୍ତ୍ତୀ ଅଧିବାସୀ ପ୍ରମୁଖ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଏହି ସଂଯୋଗ ପାଇପାରି ନ ଥିଲେ ସେମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ।
ବର୍ତ୍ତମାନ, ଯେଉଁ ଗରିବ ପରିବାର ଏସ୍ଇସିସି ଯୋଜନାରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ ଅଥବା ଉପରୋକ୍ତ ୭ଟି ଶ୍ରେଣୀରେ ନାମ ପଞ୍ଜୀକରଣ କରିପାରିନଥିଲେ , ଏହି ଯୋଜନାରୁ ଲାଭ ପାଇବା ପାଇଁ ଚାହୁଁଥିଲେ : ଆଧାର କାର୍ଡ଼ ସହିତ  କେୱାଇସି, ବ୍ୟାଙ୍କ ଖାତା, ପରିବାରର ପ୍ରାପ୍ତ ବୟସ୍କଙ୍କ ସମ୍ପୂର୍ଣ୍ଣ ଆଧାର ବିବରଣୀ, ରାସନ କାର୍ଡ଼ ଏବଂ ଏସ୍ଇସିସି ଅନୁଯାୟୀ ୧୪ ଟି ବହିଷ୍କରଣ ମାନଦଣ୍ଡର ଘୋଷଣାନାମା ଦାଖଲ କରିପାରିବେ । ପିଏମ୍ୟୁୱାଇ ହେଉଛି ଏକ ବିପ୍ଲବ ଯେଉଁଥିରେ ଦେଶର ଗରିବ ପରିବାରର ରୋଷେଇ ଘରକୁ ଧୂମ୍ରମୁକ୍ତ କରି ସେମାନଙ୍କୁ ଏଲପିଜି ଭଳି ସ୍ୱଚ୍ଛ ଇନ୍ଧନ ଯୋଗାଇ ଦିଆଯାଇପାରିଛି ଏବଂ ଏହା ହେଉଛି ବର୍ତ୍ତମାନର ସର୍ବବୃହତ୍ ସାମାଜିକ ପ୍ରଭାବଶାଳୀ ପଦକ୍ଷେପ ।
 ଏହି ଯୋଜନାର ପରିଣାମସ୍ୱରୂପ ଗ୍ରାମୀଣ ଭାରତର ଗରିବ ପରିବାରକୁ ସାମୁହିକ ଭାବେ ଏଥିରେ ସାମିଲ
ହୋଇପାରିଛନ୍ତି ଏବଂ ଏହା ରାଜ୍ୟରେ ଏଲ୍ପିଜି କଭରେଜ୍ରେ ସୁଧାର ଆଣିପାରିଛି । ଆଜି ଓଡ଼ିଶା ରନ୍ଧନ ଗ୍ୟାସ
ଭାବେ ଏଲ୍ପିଜି ସହିତ ୭୪.୨୦ ଲକ୍ଷ ପରିବାରକୁ କଭର କରିପାରିଛି ଏବଂ ବର୍ତ୍ତମାନ ରାଜ୍ୟ ଏଲ୍ପିଜି
କଭରେଜ୍ରେ ୧.୦୪.୨୦୧୬ ସୁଦ୍ଧା ୨୦.୦୪ % ରୁ ବୃଦ୍ଧି ଘଟି ୦୧.୧୨.୨୦୧୮ ସୁଦ୍ଧା ୬୯.୪%ରେ
ପହଞ୍ଚିପାରିଛି ।
 ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ୮୦.୨ % ହିତାଧିକାରୀ, ଯେଉଁମାନେ ଗ୍ୟାସ୍ ଷ୍ଟୋଭ ନିମନ୍ତେ ଅଗ୍ରିମ ପୈଠ ଏବଂ ପ୍ରଥମ ଥର ରିଫିଲ୍ କରିବାକୁ ସକ୍ଷମ ନ ଥିଲେ, ସେମାନଙ୍କୁ ତୈଳ ବିପଣନ କଂପାନିମାନଙ୍କ ଦ୍ୱାରା ଋଣ ସୁବିଧା ପ୍ରଦାନ କରାଯାଇଛି । ଏହି ଯୋଜନା ପ୍ରାୟ ୫୨% ଅନୁସୂଚିତ ଜାତି/ଜନଜାତି ହିତାଧିକାରୀଙ୍କ ସମେତ ସାମାଜିକ- ଆର୍ଥିକ ଭାବେ ଦୁର୍ବଳ ସମାଜକୁ ଲାଭାନ୍ୱିତ କରିପାରିଛି ।
 ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏଲପିଜି ସଂଯୋଗିକରଣ ପରେ ସମଗ୍ର ଓଡିଶାରେ ୮୧ ପ୍ରତିଶତ ପିଏମୟୁୱାଇ ହିତାଧିକାରୀ ସିଲିଣ୍ଡର ରିଫିଲ୍ କରିବାକୁ ଆସିଛନ୍ତି ଏବଂ ପିଏମୟୁୱାଇର ହାରାହାରି ମୁଣ୍ଡପିଛା ବ୍ୟବହାର ହେଉଛି, ୩ ସିଲିଣ୍ଡର । ଏହି ଯୋଜନାଟିର ଅନ୍ୟାନ୍ୟ ଉପାଦେୟତାଗୁଡିକ (ସାମାଜିକ-ଅର୍ଥନୈତିକ ପ୍ରଭାବ) ହେଉଛି,
 ଗ୍ରାମୀଣ ଗରିବ ପରିବାରମାନଙ୍କ ମଧ୍ୟରୁ ଅଧିକାଂଶ ଯେଉଁମାନେ କି ପାରମ୍ପରିକ ଜାଳେଣି ଇନ୍ଧନ ଯେପରିକି କାଠ/କୃଷିବର୍ଜ୍ୟ/ଜୈବିକ/କେରୋସିନ୍ ବଦଳରେ ସ୍ୱଚ୍ଛ ଜାଳେଣି ଏଲପିଜି ବ୍ୟବହାର କରିବାକୁ ଲାଗିଲେଣି । ସ୍ୱଚ୍ଛ ଜାଳେଣି ଏଲପିଜି ବ୍ୟବହାର ଦ୍ୱାରା ରୋଷେଇ ଘରର ପ୍ରଦୂଷଣ କମିଥାଏ ।
 ଘରେ ଘରେ ମହିଳାମାନଙ୍କ ତଥା ସେମାନଙ୍କ ସ୍ୱ୍ୟାସ୍ଥ୍ୟରେ ଉନ୍ନତି ଘଟିବା ସହ କଠିନ ଜାଳେଣି ଏବଂ କେରୋସିନ ପ୍ରଭୃତି ଜାଳିବା ଦ୍ୱାରା ବାୟୁମଣ୍ଡଳ ଯେପରି ପ୍ରଦୂଷିତ ହେଉଥିଲା ତାହା ମଧ୍ୟ କମିବାରେ ସାହାଯ୍ୟ କରିବ ।
 କଠିନ ଜାଳେଣୀ ବ୍ୟବହୃତ ଚୁଲାରୁ ନିର୍ଗତ ବିଭିନ୍ନ ପ୍ରଦୂଷଣକାରୀ ବାଷ୍ପ ଯେପରିକି ମିଥେନ, ବ୍ଲାକ୍ କାର୍ବନ, ଅର୍ଗାନିକ କାର୍ବନ୍ ଯାହାକି ଗ୍ଲୋବାଲ୍ ୱାର୍ମିଙ୍ଗର ମୂଖ୍ୟ କାରଣ ଆଦି କମ୍ ନିର୍ଗତ ହୋଇଥାଏ ।
 ଜଙ୍ଗଳ ଉପରେ କମ୍ ପ୍ରଭାବ ପଡିଥାଏ । କାରଣ ଜାଳେଣି ରୂପେ ବ୍ୟବହୃତ କାଠ ଓ କୋଇଲା ନବୀକରଣ କରାଯାଇପାରିନଥିବାରୁ ଏହାର କୁପ୍ରଭାବ ଜଙ୍ଗଳ ସମ୍ପଦ ଉପରେ ପଡିଥାଏ ।
 ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଉଥିବା ମହିଳା ଏବଂ ଶିଶୁ ଶ୍ରମିକଙ୍କ ସମୟ ବଞ୍ଚାଇବାରେ ଏହା ସାହାଯ୍ୟ କରିବା ସହ ସେମାନଙ୍କ ନିମନ୍ତେ ପାଠ ପଢିବା, ଅନ୍ୟାନ୍ୟ ଉପାଦେୟ ଶ୍ରମ ତଥା ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପରି ବିଭିନ୍ନ ପନ୍ଥା ଓ ସୁଯୋଗ ପ୍ରଦାନ କରିଥାଏ ।
 ବିଶ୍ୱ ଏଲପିଜି ବ୍ୟବହାରରୁ ମିଳୁଥିବା ସାମାଜିକ ଉପାଦେୟତାକୁ ବୃଦ୍ଧି କରିବାରେ ସୁଯୋଗ ପ୍ରଦାନ ଏହା ଦର୍ଶାଉଛି ଯେ, ଏଲପିଜି ବହୁ ପରିମାଣରେ ଉପଲବ୍ଧ ।

Leave A Reply

Your email address will not be published.