OnaKhabar

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ‘ଜବାବ ମାଗୁଛି ଓଡିଶା’ ଆନ୍ଦୋଳନ ଆରମ୍ଭ

0 20

ଭୁବନେଶ୍ୱର  : ଦୀର୍ଘ ବର୍ଷ ଧରି ସାଢେ ୪ କୋଟି ଓଡିଆ ନିଜ ହକ୍ ପାଇବାରୁ ବଂଚିତ ଅଛନ୍ତି  ଓଡିଶାବାସୀ ଦୀର୍ଘ ୪୦ ବର୍ଷ ଧରି ଓଡିଶାକୁ ଦୁଇ ପଟ୍ଟନାୟକ ପରିବାର ଶାସନ ଗାଦିରେ ବସି ଓଡିଶାକୁ ଲୁଣ୍ଠନ କରିଛନ୍ତି  ସାଧାରଣ ଜନତା ମୌଳିକ ଅଧିକାର ତଥା ସରକାରୀ ଯୋଜନା ପାଇବା ପାଇଁ ପିସି ଦେଉଛି । ପ୍ରତିଦିନ ମହିଳାଙ୍କ ପ୍ରତି ବ୍ୟଭିଚାର ବୃଦ୍ଧି ପାଇବାକୁ ଲାଗିଛି । ମା’କୁ ସମ୍ମାନର ନାରା ଦେଇ ଶାସକ ବିଜେଡି ନାରୀ ଜାତିକୁ ଅପମାନିତ କରି ଚାଲିଛି । ଚାଷୀମାରଣ ନୀତି ଯୋଗୁଁ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି । ଏବେ ବି ରାଜ୍ୟର ଲକ୍ଷ ଲକ୍ଷ ଲୋକ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷାରୁ ବଂଚିତ ଅଛନ୍ତି । ଓଡିଶାର ଯୁବକଯୁବତୀମାନଙ୍କୁ ରୋଜଗାର ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ।

 ଆସନ୍ତାକାଲି ଭୁବନେଶ୍ୱର ବରମୁଣ୍ଡା ପଡିଆରୁ ହେବ ଶୁଭାରମ୍ଭ
 ନୂଆ ଟେକ୍ନୋଲୋଜି ମାଧ୍ୟମରେ ସାଢେ ୪ କୋଟି ଓଡିଆ ଜବାବ ମାଗିବେ
 ରାଜ୍ୟସରକାରଙ୍କ ଅପାରଗତାକୁ ଲୋକଙ୍କ ସାମ୍ନାରେ ରଖିବେ
 ଘର ଘର ବୁଲିବ ଜବାବ ମାଗୁଛି ଓଡିଶା ରଥ
 ଓଡିଆ ଯୁବକ ଏକ ବଡ ପରିବର୍ତନ ପାଇଁ ମନ ବଳାଇଲେଣି

ରାଜ୍ୟସରକାର ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରୁନଥିବା କାରଣରୁ ଲକ୍ଷ ଲକ୍ଷ ଲୋକ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ରାଜ୍ୟସରକାର ୧୯ ବର୍ଷ ଧରି ଖଣି, ପାଣି, ଡାଲି, ଚିଟଫଣ୍ଡ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି । ଏହା ବିରୁଧରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ‘ଜବାବ ମାଗୁଛି ଓଡିଶା’ ଆନ୍ଦୋଳନ ହେବ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରୀପାଠି କହିଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ଆସନ୍ତାକାଲି ଭୁବନେଶ୍ୱର ବରମୁଣ୍ଡା ପଡିଆରୁ ବିଜେପି ଯୁବମୋର୍ଚ୍ଚା ତରଫରୁ ‘ଜବାବ ମାଗୁଛି ଓଡିଶା’ ଆନ୍ଦୋଳନର ଶୁଭାରମ୍ଭ ହେବ । ଏହି ଆନ୍ଦୋଳନ ରାଜ୍ୟର ୧୪୭ ବିଧାନସଭା ସମେତ ସମସ୍ତ ଗାଁ, ପଂଚାୟତ, ବ୍ଲକ, ସବଡିଭିଜନରେ ପହଂଚିବ । ନୂଆ ଟେକ୍ନାଲୋଜି ମାଧ୍ୟମରେ ସାଢେ ୪ କୋଟି ଓଡିଆ ଜବାବ ମାଗିବେ । ଏହି ଆନ୍ଦୋଳନରେ ଜବାବ ମାଗୁଛି ଓଡିଶା ରଥ ବୁଲିବା ସହ ଭିଡିଓ ରେକଡିଂ ଏବଂ ଭଏସ ରେକଡିଂ ମାଧ୍ୟମରେ ଓଡିଶାବାସୀ ରାଜ୍ୟସରକାରଙ୍କୁ ଜବାବ ମାଗିବେ ବୋଲି ଶ୍ରୀ ତ୍ରୀପାଠି କହିଛନ୍ତି । ଓଡିଆ ଯୁବକ ଏକ ବଡ ପରିବର୍ତନ ପାଇଁ ମନ ବାଳାଇ ସାରିଲେଣି । ଏହି ଆନ୍ଦୋଳନ ମାଧ୍ୟମରେ ରାଜ୍ୟସରକାରଙ୍କ ଅପାରଗତାକୁ ସାମ୍ନାକୁ ଅଣାଯିବା ସହ ଆଗାମୀ ଦିନରେ ରାଜ୍ୟବାସୀ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଧରେ ଜବାବ ଦେବେ ବୋଲି ଶ୍ରୀ ତ୍ରୀପାଠି କହିଛନ୍ତି ।

Leave A Reply

Your email address will not be published.