OnaKhabar

ନୂଆ ଓଡିଶା ଗଢିବା ପାଇଁ ସଂକଳ୍ପ ନେବା ଅଟଳଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ-ଧର୍ମେନ୍ଦ୍ର ପ୍ରଧାନ

0 20

ଭୁବନେଶ୍ୱର : ସାରା ବିଶ୍ୱରେ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଖ୍ୟାତି ରହିଥିଲା । ଆଧୁନିକ ଭାରତ ଗଢିବାର ସେ ଥିଲେ ଅନ୍ୟତମ ବିନ୍ଧାଣୀ । ଓଡିଶା ସହ ତାଙ୍କର ବେଶ ସମ୍ପର୍କ ରହିଥିଲା । ପ୍ରଳୟଙ୍କରୀ ମହାବାତ୍ୟାରେ ଓଡିଶା ଛାରଖାର ହୋଇଥିବା ବେଳେ ଓଡିଶାକୁ ନୂଆ କରି ଗଢିବା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହି ଚର୍ଚ୍ଚାକୁ ଆସିଥିଲେ ଅଟଳଜୀ । ଆଜି ତାଙ୍କର ଜନ୍ମ ଜୟନ୍ତରୀରେ ନୂଆ ଭାରତ ସହ ନୂଆ ଓଡିଶା ଗଢିବା ପାଇଁ ସଂକଳ୍ପ ନେବା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ବା ସୁଶାସନ ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବାଜପେୟୀଙ୍କ ସ୍ମୁତି ଚାରଣ କରିଥିଲେ । ଓଡିଶାର ବିକାଶ ରଥକୁ ଆଗକୁ ନେବାପାଇଁ ତାଙ୍କର ଢେର ପ୍ରୟାସ ଥିଲା ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ୯୦ ଦଶକରେ ଯେତେବଳେ କଳାହାଣ୍ଡି ଜିଲାରେ ଭୟଙ୍କର ମରୁଡି ପଡିଥିବା
ସମୟରେ ସେ ଟ୍ରେନ୍ ଯୋଗେ ଓଡିଶା ଆସିଥିଲେ । ଭଦ୍ରକରେ ହୋଇଥିବା ଦଙ୍ଗା ସମୟରେ ସେ ମଧ୍ୟ ଓଡିଶାକୁ ଆସିଥିଲେ । ପୁରୀ ଆସିଲେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ସମୁଦ୍ର କୂଳରେ ବେଶ ସମୟ ବିତାଉଥିଲେ  ତାଙ୍କର ଓଡିଶା ସହ ବେଶ ଭଲ ସମ୍ପର୍କ ରହିଥିଲା । ପାରାଦ୍ୱୀପରେ ହୋଇଥିବା ଅଏଲ ରିଫାଇନାରୀ ହେଉ ଅବା ଏମସ ହେଉ ଓଡିଶାରେ ତିଆରି ହେବା ଅଟଳଜୀଙ୍କ ଥିଲା ପରିକଳ୍ପନା । ସ୍ୱାଧୀନତା ପରେ ଓଡିଶାକୁ ସବୁଠୁ ବଡ ଉପହାର ତାଙ୍କ ସମୟରେ ହିଁ ମିଳିଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଯେ, ସାନ୍ତାଳୀଭାଷାକୁ ସାମ୍ବିଧାନିକ ମାନ୍ୟତା ଦେବା, ଓଡିଶାର ରେଳବିଭାଗର ବିକାଶ ସବୁକ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶ ସ୍ୱାଧୀନତା ହେବାର ୭୦ ବର୍ଷ ବିତିଲାଣୀ । ଭାରତବର୍ଷରେ ଅନେକ ସରକାର ଆସଛନ୍ତି ହେଲେ ଅଟଳଜୀଙ୍କ ଶାସନ ହିଁ ଆଧୁନିକ ସଭ୍ୟତାର ନୂଆ ରୂପ ଦେଇଥିଲେ । ସେ ସୁବର୍ଣ ଚତୁର୍ଭୁଜ ରାସ୍ତା ହେଉ ଅବା ଗାଁ ଗଣ୍ଡାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ଯୋଡିବା ତାଙ୍କର ଥିଲା ପ୍ରୟାସ । ଶ୍ରୀ ପ୍ରଧାନ କହିଛନ୍ତି ଆଜି ଓଡିଶାରେ ଏଭଳି ଗାଁ ନାହିଁ ଯେ, ଯେଉଁ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ରାସ୍ତା ଯାଇନାହିଁ  ଏହା ହେଉଛି ତାଙ୍କର ପରିକଳ୍ପନା । ୨୦ ବର୍ଷ ତଳେ ରାସ୍ତା ନିର୍ମାଣରେ ଯେଉଁ ବିପ୍ଳବ ହୋଇଥିଲା ସେଥିପାଇଁ ଏବେବି ଲୋକେ ତାଙ୍କୁ ମନେ ପକାଉଛନ୍ତି । ଜନଜାତି, ଜାତି, ପଛୁଆବର୍ଗଙ୍କୁ ନେଇ ଗୋଟିଏ ବିଭାଗ ଥିବା ବେଳେ ଆଦିବାସୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ସେ ଖୋଲିଥିଲେ । ଯେଉଁଥିରେ ଓଡିଶାର ୨୫ ପ୍ରତିଶତ ଆଦିବାସୀଙ୍କ ସହ
ସାରା ଦେଶର ଆଦିବାସୀ ଲାଭ ପାଇଥିଲେ । ସେ ପୋଖରାନ୍ ପରୀକ୍ଷଣ ହେଉ ଅବା କାରଗିଲ୍ ଯୁଦ୍ଧ କିମ୍ବା ବସ୍ ଯୋଗେ ପାକିସ୍ଥାନ ଯିବା ସମସ୍ତ କଠୋର ପଦକ୍ଷେପ ନେଇ ଦେଶକୁ ଦୃଢ କରିବା ପାଇଁ ସେ ସମସ୍ତ ପଦକ୍ଷେପ ନେଇଛନ୍ତି । ଦେଶରେ ବିଜୁଳି ଉତ୍ପାଦନ, ସର୍ବଶିକ୍ଷ।। ଅଭିଯାନ ମାଧ୍ୟମରେ ପ୍ରାଥମିକ ଶିକ୍ଷାର ମଜଭୁତ କରିବା ତାଙ୍କର ପରିକଳ୍ପନା ଥିଲା । ରାସ୍ତା, ପାଠପଢା, ଆଦିବାସୀଙ୍କ ବିକାଶ, ନଦୀ ସଂଯୋଗୀକରଣ ପରି ଯୁଗାନ୍ତକାରୀ ପଦକ୍ଷେପ ତାଙ୍କ ସମୟରେ ହିଁ ହୋଇଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଆଜି ଆମେ ସୁଶାସନ ଦିବସ ପାଳନ କରୁଛନ୍ତି ତେବେ ଓଡିଶାରେ ବହୁ ସମସ୍ୟା ରହିଛି । ଓଡିଶାରେ ୪୫୦ କିଲୋମିଟରର ସୁଦୀର୍ଘ ବେଳାଭୂମି ରହିଛି , ଉର୍ବର ଜମି ରହିଛି, ପରିଶ୍ରମୀ ଲୋକ ଅଛନ୍ତି ତାହାସତ୍ୱେ ଓଡିଶା ଦାରିଦ୍ର‌୍ୟରେ ରହିଛି । ସ୍ୱାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା ନାହିଁ ।
ଗତକାଲି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ବହୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏହା ଦ୍ୱାରା ରାଜ୍ୟର ରାଜସ୍ୱ ବିକାଶ ହେବାରେ ସହାୟକ ହେବ । ତେଣୁ ରାଜ୍ୟରେ ସ୍ୱାଭିମାନ ମଣିଷ ତିଆରି କରିବା, ଏହିଠି ରୋଜଗାର ସୁବିଧା ସୃଷ୍ଟି କରିବା ପାଇଁ ଓଡିଆ ଯୁବକଙ୍କୁ ସ୍ୱାଭିମାନ ହେବାକୁ ପଡିବ । ତେଣୁ ନୂଆ ଭାରତ ସହ ନୂଆ ଓଡିଶାକୁ ଯୋଡିବା ପାଇଁ ଆଜି ଦିନରେ ସଂକଳ୍ପ ନେବାପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।

Leave A Reply

Your email address will not be published.