OnaKhabar

ପ୍ରବଳ ଶୀତକୁ କାଲୁଆ ପବନ, ଅସ୍ତବ୍ୟସ୍ତ ରାଜ୍ୟବାସୀ

0 11

ଭୁବନେଶ୍ୱର: ଶୀତରେ ଥରୁଛି ରାଜ୍ୟ । କାଲୁଆ ପ ବନରେ ସାରା ରାଜ୍ୟ ସବୁଠି ଜନଜୀବନ ଅସ୍ତବ୍ୟସ୍ତ । ତାପମାତ୍ରା ଅସ୍ୱାଭାବିକ ଭାବେ ହ୍ରାସ ପାଇଛି । ପାରଦ ୪ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ଖସିଆସିଛି । ବିଭିନ୍ନ ସ୍ଥାନରେ ଲୋକମାନେ ନିଆଁ ଜାଳି ବସିଥିବାର ଦେଖବାକୁ ମିଳୁଛି । ପାଣିପାଗ ବିଭାଗରୁ ପ୍ରକାଶ ଯେ, ଶୀତର ପ୍ରକୋପ ବଢ଼ିବ ଏବଂ ୧୦ ଡିଗ୍ରୀ ତଳେ ୧୦ଟି ସହର ଅଛି । ୨୬ରୁ ଆହୁରି ଶୀତ ପ୍ରକୋପ ଆହୁରି ବଢ଼ିବ । କେନ୍ଦୁଝରରେ ସର୍ବନିମ୍ନ ୭.୧ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର କେତେକ ସ୍ଥାନରେ ଶୀତ ଲହରି ଜାରି ରହିବ । ଆଜି ଦାରିଙ୍ଗିବାଡ଼ି ତାପମାତ୍ରା ସାମେ ୭ ଡିଗ୍ରୀ ରହିଛି । ଅନୁଗୁଳ ତାପମାତ୍ରା ଆହୁୂରି କମିଟି ଯାହା ୭ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୮.୪ ଡିଗ୍ରୀ ଥିôବା ବେଳେ ସୋନପୁର ୯, ବାଲେଶ୍ୱର ୯, ତାଳେଚର୯.୩, ସମ୍ବଲପୁର ୯.୪, ଝାରସୁଗୁଡ଼ାରେ ୯.୩ ରେକର୍ଡ କରାଯାଇଛି । ଆଗାମୀ ୩ ଦିନ ଯାଏଁ ଶୀତରୁ ନିସ୍ତାର ନାହିଁ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.