OnaKhabar

ଟ୍ରକ ପଛକୁ ପିଟିଲା ଟ୍ରକ, ଘଟଣା ସ୍ଥଳରେ ଡ୍ରାଇଭର ମୃତ

62

ଭଦ୍ରକ: ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି | ଗୋଟିଏ ଟ୍ରକ ଛିଡ ହୋଇଥିବା ବେଳେ ପଛରୁ ଆଉଏକ ଟ୍ରକ ପିଟି ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାର ପ୍ରକାଶ ପାଉଛି | ଏପରି ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ବନ୍ତ ଛକ ଓଭର ବ୍ରିଜ୍‌ ଉପରେ | ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କହରାପୋଖରୀରେ ସୁନାରାମ ମୁଣ୍ଡା । ସେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ରେ ହେଲ୍‌ପରେ ଥିଲେ ବୋଲି କୁହାଯାଉଛି ।ଗତକାଲି ବିଳମ୍ୱିତ ରାତିରେ ଏକ ଚିପ୍ସ ବୋଝେଇ ଟ୍ରକ୍‌ ବ୍ରିଜ୍‌ ଉପରେ ଛିଡ଼ା ହୋଇଥିଲା । ଟ୍ରକ୍‌ଟି ଚଣ୍ଡିଖୋଲରୁ ବାଲେଶ୍ୱର ଯାଉଥିଲା । ତେବେ କୌଣସି କାରଣ ବଶତଃ ସେଠାରେ ଅଟକି ରହିଥିଲା । ଯେଉଁ ଟ୍ରକ୍‌ଟି ତା’ ପଛରେ ପିଟି ହେଲା, ତାହା ରାଉରକେଲାରୁ ଭଦ୍ରକ ଆସୁଥିଲା । ଏଥିରେ ଲୁହା ରଡ୍‌ ବୋଝେଇ ହୋଇଥିଲା । ଦୁର୍ଘଟଣା ସ୍ଥଲରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି |

https://www.onakhabar.com/indonesia-sunami-62-dead/